ଦୀର୍ଘ ୬ମାସ ପରେ ଖୋଲିଲା କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର, ମା’ଙ୍କ ଦର୍ଶନ କରି ଭାବ ବିହ୍ବଳ ହେଲେ ଭକ୍ତ

Published By : Prameya-News7 Bureau | August 04, 2021 IST

କୋଣାର୍କ ୪।୮: କରୋନା ଦ୍ବିତୀୟ ଲହର ପାଇଁ ଦୀର୍ଘ ୬ ମାସ ପ୍ରତୀକ୍ଷାର ଅନ୍ତ ଘଟିଛି । ଭକ୍ତ ଓ ଭଗବାନଙ୍କ ମିଳନ ହୋଇଛି । କରୋନା କଟକଣା କୋହଳ ହେବା ପରେ ଖୋଲିବାକୁ ଯାଇଛି ଧାର୍ମିକ ପୀଠସ୍ଥଳୀ । କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ବୁଧବାର ସକାଳୁ ସମ୍ପୂର୍ଣ୍ଣ ରୀତି ନୀତି ଅନୁସାରେ ସକାଳ ୫ଟାରେ ମନ୍ଦିର ପହଡ଼ ଖୋଲା ଯାଇଛି । ୬ ମାସ ପରେ ପୁଣି ଏକାଠି ହୋଇଛନ୍ତି ଭକ୍ତ ଓ ଭଗବାନ । କୋଟି କୋଟି ଓଡିଆଙ୍କ ଆତ୍ମାକୁ ମିଳିଛି  ଆସ୍ବସ୍ତି ।

{"id":490697,"sizeSlug":"full","linkDestination":"none"}

କରୋନା କଟକଣାରେ ବନ୍ଦ ହୋଇଥିବା ମନ୍ଦିର ଖୋଲିବା  ପରେ ଖୁସି ହୋଇଛନ୍ତି ଭକ୍ତ ଓ ସେବାୟତ । ସମ୍ପୂର୍ଣ୍ଣ ନିୟମ ଭିତରେ ଖୋଲିଛି ମା’  ମଙ୍ଗଳା ମନ୍ଦିର ପ୍ରଥମେ ଭକ୍ତଙ୍କୁ ଥର୍ମାଲ ସ୍କାନିଂ ସହିତ ସାନିଟାରୀ କରି ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ଦିଆଯାଇଛି । ମାସ୍କକୁ ବାଧ୍ୟତାମୂଳକ କରିବା ସହିତ ମଙ୍ଗଳା ମନ୍ଦିର ଭିତରେ ବାରିକେଟ୍ ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା କରି ଭକ୍ତମାନେ ପୂର୍ବଦ୍ବାର ପଟେ ମା’ଙ୍କୁ ଦର୍ଶନ କରି ଉତ୍ତର ଦ୍ବାର ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି ।

{"id":490698,"width":753,"height":422,"sizeSlug":"full","linkDestination":"none"}

ଏପଟେ ମା’ ମଙ୍ଗଳା ମନ୍ଦିରରେ ଭୋଗ କରିବା ପାଇଁ ମନା କରାଯାଇଥିବା ବେଳେ ଦୂର ଦୂରାନ୍ତରୁ ଆସୁଥିବା ଭକ୍ତମାନେ ଏବେ ସିଧାସଳଖ ସୁବିଧାରେ ମା’ଙ୍କ ଦର୍ଶନ କରି ଭାବ ବିହ୍ବଳ ହୋଇଛନ୍ତି । ମା’ ମଙ୍ଗଳା ପୀଠରେ ବୁଧବାର ଦୀର୍ଘ ଦିନ ପରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.