Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ବିଜେପିରେ ଯୋଗଦେଲେ ରବିନ୍ଦ୍ର ମଲ୍ଲିକ : କାକଟପୁରରୁ ହୋଇପାରନ୍ତି ବିଧାନସଭା ପ୍ରାର୍ଥୀ

5/04/2019 at 7:19 PM

ଭୁବନେଶ୍ୱର ୫/୪ : ବିଜେଡି ଛାଡିଥିବା ପୂର୍ବତ୍ତନ କାକଟପୁର ବିଧାୟକ ରବିନ୍ଦ୍ର ମଲ୍ଲିକ ବିଜେପିରେ ଯୋଗ ଦେଇଛନ୍ତି | ତାଙ୍କୁ ବିଜେଡି ଟିକେଟ ନେ ଦେବା ଯୋଗୁଁ ସେ ଆଜି ସକାଳେ ବିଜେଡି ଛାଡିଥିଲେ | ବିଜେପିର ରାଜ୍ୟ କାର୍ଯ୍ୟାଳୟ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ରବିନ୍ଦ୍ର ବିଜେପିରେ ଯୋଗ ଦେଇଛନ୍ତି | ବିଜେପି ତାଙ୍କୁ କାକଟପୁଅ ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ |

ବିଜେଡିରୁ ଇସ୍ତଫା ଦେବା ପରେ ଗଣମାଧ୍ୟମରେ ନିଜର କ୍ଷୋଭ ପ୍ରକାଶ କରୁ କରୁ ଭେଁ ଭେଁ ହୋଇ କାନ୍ଦି ପକାଇଥିଲେ ରବୀନ୍ଦ୍ର । ଗଣମାଧ୍ୟମ ସାମନାରେ କ୍ଷୋଭଭରା କଣ୍ଠରେ ଦଳର ଅଣଦେଖାକୁ ବର୍ଣ୍ଣନା କରିଥିଲେ ବିଜେଡି ନେତା ରବୀନ୍ଦ୍ର ମଲ୍ଲିକ । ବିଜେଡିରୁ ଇସ୍ତଫା ଦେଲା ପରେ କିଭଳି ଦଳ ତାଙ୍କୁ ଅଣଦେଖା କଲା ଏବଂ ଅନ୍ୟ ଦଳ ରୁ ପ୍ରାର୍ଥୀ ଙ୍କୁ ଆଣି ଟିକେଟ ଦେବାକୁ ଯେ।ଜନା କଲା ତାହା ବଖାଣିଥିଲେ ରବିନ୍ଦ୍ର।

କାକଟପୁର ନିର୍ବାଚନୀମଣ୍ଡଳୀରୁ ବିଜେଡି ଟିକେଟରୁ ଆଶାୟୀ ରବିନ୍ଦ୍ର ମଲ୍ଲିକ ୨୦୦୯ ରେ ବିଧାୟକ ଜିତିଥିଲେ, ମଧ୍ୟ ତାଙ୍କୁ ୨୦୧୪ ରେ ଟିକେଟ ମିଳି ନଥିଲା  । ତା ପରେ ବି ସେ ଗତ ୫ ବର୍ଷ ଧରି ଦଳର ସଂଗଠନ କାର୍ଯ୍ୟ କରୁଥିଲେ । ଆଜି ସେ ବିଜେଡି ରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି । ବିଜେପି ତାଙ୍କୁ ତୁଷାରକାନ୍ତ ବେହେରାଙ୍କ ସ୍ଥାନରେ ନିର୍ବାଚନ ମଇଦାନକୁ ଓଲ୍ଲାଇବ । ପୂର୍ବରୁ ତୁଷାରକାନ୍ତ ବିଜେପି ଟିକେଟ ନେଇସାରିଲା ପରେ ବିଜେଡିରେ ମିଶିଥିଲେ ।

   Related Posts