Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ବାପା ଛେଉଣ୍ଡ ଝିଆରୀକୁ ଦୁଷ୍କର୍ମ କଲା କକା, ଭିଡିଓ ଭାଇରାଲ କରିଦେଲା ପ୍ରେମିକ

6/04/2021 at 11:56 AM

ସମ୍ବଲପୁର ୦୬/୦୪ : ହାର୍ ମାନିଲା ସମ୍ପର୍କ । ନିଜ ଝିଆରୀକୁ ଦୁଷ୍କର୍ମ କଲା କକା । ବାପ ଛେଉଣ୍ଡ ଦଶମ ଶ୍ରେଣୀ ଛାତ୍ରୀ(୧୫)ଙ୍କୁ ତାଙ୍କ କକା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଥରେ କି ଦୁଇଥର ନୁହେଁ ବରଂ ଏକାଧିକ ଥର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଛି । ସେପଟେ, ନାବାଳିକା ଜଣେ ପୁଅ ସହ ପ୍ରେମ ସମ୍ପର୍କରେ ଆସିବା ପରେ ପ୍ରେମିକକୁ ମାର୍‌ପିଟ୍‌ କରିବା ସହ ଦୁଷ୍କର୍ମ ଭିଡିଓ ଭାଇରାଲ୍‌ ମଧ୍ୟ କରିଦେଇଛି ସଇତାନ କକା । ଶେଷରେ ଅନ୍ୟ ଉପାୟ ନପାଇ ନାବାଳିକା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏଭଳି ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର ଜିଲ୍ଲାରେ । ଶାସନ ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ନାବାଳିକାଙ୍କ ଡାକ୍ତରୀମାଇନା କରିବା ସହ ୧୬୪ ବୟାନ୍‌ ରେକର୍ଡ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଶାସନ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା’ ଯାଇ ଛତିଶଗଡ଼ରେ ଶ୍ରମିକ ଭାବେ କାମ କରିବା ଆରମ୍ଭ କରିଥିଲେ । ଏହି ସମୟରେ ଘରେ ବୁଢ଼ା ଜେଜେ ବାପା ଓ ଜେଜେ ମା’ଙ୍କ ପାଖରେ ଦୁଇ ନାତୁଣୀ ଓ ନାତି ରହୁଥିଲେ । ତେବେ ଗତ ସେପ୍ଟେମ୍ବର ମାସରେ ବଡ଼ ଝିଅ(୧୫) ଅର୍ଥାତ୍‌ ଦଶମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ତାଙ୍କ ମା’ଙ୍କ ନିକଟକୁ ଟଙ୍କା ଆଣିବାକୁ ଯାଇଥିଲେ । ସେଠାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳର ଜଣେ ଯୁବକ ପୂର୍ବରୁ ତାଙ୍କ ମା’ଙ୍କ ସହ ପରିଚିତ ଥିଲା ଓ ଭାଉଜ ବୋଲି ସମ୍ବୋଧନ କରୁଥିଲା । ନାବାଳିକା ଛତିଶଗଡରୁ ତାଙ୍କ ଘର ଶାସନ ଅଞ୍ଚଳକୁ ଫେରିବାକୁ ଚାହିଁବାରୁ ଉକ୍ତ ସମ୍ପର୍କୀୟ କକା ମଧ୍ୟ ତାଙ୍କ ସହ ଆସିଥିଲା । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରରେ ଜଣଙ୍କ ଘରକୁ ନେଇ ସମ୍ପର୍କୀୟ କକା ତାଙ୍କୁ ଦୁଷ୍କର୍ମ କରିଥିଲା ଓ ଉକ୍ତ ଘଟଣାର ଭିଡିଓ ମଧ୍ୟ ରେକର୍ଡିଂ କରିଥିଲା । ଏହି ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ସେ ଧମକ ଦେଇଥିବାରୁ ନାବାଳିକା ମଧ୍ୟ କାହାକୁ କିଛି କହିନଥିଲେ ।

ତେବେ କିଛି ମାସ ହେବ ନାବାଳିକାଙ୍କର ପାଖ ଗ୍ରାମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ସମ୍ପର୍କୀୟ କକା ଏହି ଘଟଣା ଜାଣିବା ପରେ ଉକ୍ତ ଯୁବକକୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା । କେବଳ ସେତିକି ନୁହେଁ ବରଂ ଦୁଷ୍କର୍ମ ସମୟର ଭିଡିଓ ମଧ୍ୟ ଉକ୍ତ ପ୍ରେମିକକୁ ଦେଇଦେଇଥିଲା । ଅପରପକ୍ଷେ, ପ୍ରେମିକ ଉକ୍ତ ଭିଡିଓକୁ ସବୁଆଡ଼େ ସେୟାର କରିବା ପରେ ଘଟଣା ପଦାକୁ ଆସିଥିଲା ।

   Related Posts