ସିଙ୍ଗାପୁରରେ ରହିବେ କାଜୋଲ୍ : ସାଙ୍ଗରେ ରହିବେ କେବଳ ଝିଅ ନ୍ୟାସା,ବଲିଉଡ ସୁନ୍ଦରୀ ହଠାତ୍ କାହିଁକି ନେଲେ ଏଭଳି ନିଷ୍ପତ୍ତି

Published By : Prameya-News7 Bureau | September 07, 2020 IST

ମୁମ୍ବାଇ ୭/୯: ଅଜୟ ଦେବଗନ ଏବଂ କାଜୋଲଙ୍କ ଝିଅ ନ୍ୟାସା ନିଜ ଲୁକ୍ସକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି। ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥାଏ। ଏବେ ଶୁଣିବାକୁ ମିଳିଛି ଯେ କାଜୋଲ୍ କିଛି ଦିନ ପାଇଁ ଝିଅ ନ୍ୟାସାଙ୍କ ସହ ସିଙ୍ଗାପୁରରେ ରହିବେ,ସେହିପରି ଅଜୟ ଦେବଗନ ମୁମ୍ବାଇ​‌ରେ ପୁଅ ୟୁଗଙ୍କ ସହ ରହିବେ।

{"id":326181,"sizeSlug":"large"}

ନ୍ୟାସା ସିଙ୍ଗାପୁରର ୟୁନାଇଟେଡ ଓ୍ବାର୍ଲଡ କଲେଜ ଅଫ ସାଉଥ ଇଷ୍ଟ ଏସିଆରେ ପାଠ ପଢ଼ୁଛନ୍ତି। କାଜୋଲ୍ ଏବଂ ଅଜୟ ଚାହଁନ୍ତି ନାହିଁ ଯେ ନ୍ୟାସାଙ୍କ ପାଠପଢ଼ାରେ କୌଣସି ପ୍ରଭାବ ପଡ଼ୁ। ଏହା ବ୍ୟତୀତ କରୋନା ପ୍ରକୋପ ଯୋଗୁଁ ନ୍ୟାସାଙ୍କୁ ଏକୁଟିଆ ପଢ଼ିବା ପାଇଁ ସିଙ୍ଗାପୁରରେ ଛାଡ଼ିବାକୁ ଚାହୁଁ ନାହାନ୍ତି।

{"id":326182,"sizeSlug":"large"}

ଅଜୟ ଦେବଗନ ସିଙ୍ଗାପୁରରେ ଏକ ଆପାର୍ଟମେଣ୍ଟ ମଧ୍ୟ କିଣିଛନ୍ତି ଯାହା ଦ୍ବାରା କାଜୋଲ୍ ଏବଂ ନ୍ୟାସାଙ୍କୁ ରହିବାରେ କୌଣସି ଅସୁବିଧା ନ ହେଉ। କୁହାଯାଉଛି ଯେ କାଜୋଲ କିଛି ମାସ ଏବେ ସିଙ୍ଗାପୁରରେ ରହିବେ।

{"id":326183,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.