ପୂଜା ପେଣ୍ଡାଲରେ ଦୁଇ ଭଉଣୀଙ୍କ ଶୀତଳ ଯୁଦ୍ଧ : ମାଆ ତନୁଜା ଉଭୟଙ୍କୁ କରାଇଲେ ଶାନ୍ତ..

Published By : Prameya-News7 Bureau | October 20, 2021 IST

ମୁମ୍ବାଇ ୨୦।୧୦ : ଗତ କିଛି ଦିନ ପୂର୍ବରୁ ଦେଖିବାକୁ ମିଳିଥିଲା କାଜୋଲ ଦୁର୍ଗା ପୂଜାକୁ ବଡ ଧୁମ୍‌ଧାମ୍‌ ସହିତ ପାଳନ କରିଥିଲେ । ଏହା ସହ ପୂଜା ବେଳର ଫଟୋ ମଧ୍ୟ ସେୟାର କରିଥିଲେ । ସିନ୍ଦୂର ଖେଲା ବ୍ୟତୀତ କାଜୋଲ ଦୁର୍ଗା ପୂଜାର ଅଧିକାଂଶ ଦିନ ପଣ୍ଡେଲରେ ମଧ୍ୟ ନଜର ଆସିଥିଲେ। କରୋନା ପରେ ସେ ଦୀର୍ଘ ଦିନ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

 ସେ ତାଙ୍କ ପରିବାର ସଦସ୍ୟ ସହ ଦେଖିବାକୁ ମିଳିଥିଲା । କିନ୍ତୁ ଏହାରି ମଧ୍ୟରେ ବର୍ତ୍ତମାନ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ତନିଶା ଏବଂ କାଜୋଲ ଯୁକ୍ତିତର୍କ କରୁଛନ୍ତି। କାଜୋଲ ତନିଶାଙ୍କୁ ଏକ 'ଶଟ୍‌-ଅପ୍‌' ବୋଲି କହିଛନ୍ତି। ଏହି ସମୟରେ ତନିଶା କିଛି କହିବାକୁ ଯାଉଛନ୍ତି, ଯାହା ଉପରେ ତାଙ୍କ ମା ରାଗି ଯାଇ ତାଙ୍କୁ ଚୁପ୍ କରିବାକୁ କହିଛନ୍ତି।

wp:html /wp:html

ବାସ୍ତବରେ ଦୁର୍ଗା ପୂଜା ସମୟରେ କାଜୋଲର ଅନେକ ଭିଡିଓ ସାମ୍ନାକୁ ଆସିଥିଲା। କିନ୍ତୁ ସବୁ ଭିଡିଓରୁ ଏକଭିଡିଓରେ ସେ ଅଙ୍କଲଙ୍କୁ ଭେଟିବା ପରେ କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ହେଲେ ବର୍ତ୍ତମାନ ଅନ୍ୟ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲାଗୁଛି ଯେ କାଜୋଲ ଏବଂ ତନିଶାଙ୍କ ଉପରେ କିଛି ବାଦ-ବିବାଦ ଲାଗିଛି। ହେଲେ ଉଭୟଙ୍କ ଯୁକ୍ତି ତର୍କ ଦେଖି ତନୁଜା ଉଭୟଙ୍କୁ ଶାନ୍ତ କରିବାକୁ ଲାଗିଛନ୍ତି। ଏହା ପରେ, ତନିଶା ମଧ୍ୟ କାଜୋଲଙ୍କୁ ଟିକିଏ ଦୂରରେ ରହିବାକୁ କହିଥିଲେ। କିନ୍ତୁ ପରେ ସେ ହସନ୍ତି, ପୋଜ୍ ଦିଅନ୍ତି ଏବଂ 'ସ୍ପେସ୍' କୁହନ୍ତି । ତାଙ୍କ କାମ ବିଷୟରେ କହିଲେ ତାଙ୍କୁ ରାଜକୁମାର ହିରାନୀଙ୍କ ପରବର୍ତ୍ତୀ ଫିଲ୍ମରେ ଦେଖିବାକୁ ମିଳିବ ବୋଲି ଖବର ଆସିଥିଲା। କିନ୍ତୁ କାଜୋଲ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି ଯେ ତାଙ୍କୁ ଫିଲ୍ମ 'ଦ ଲଷ୍ଟ ହୁରାହ୍‌'ରେ ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.