Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଗୌତମ କିଚଲୁଙ୍କ ସହ ପ୍ରଥମଥର ପାଇଁ ନଜର ଆସିଲେ ଅଭିନେତ୍ରୀ କାଜୋଲ ଅଗ୍ରଓ୍ବାଲ, ଅକ୍ଟୋବର ୩୦ରେ ବାହାଘର

27/10/2020 at 3:12 PM

ନୂଆଦିଲ୍ଲୀ ୨୭/୧୦: ଅକ୍ଟୋବର ୩୦ରେ ଅଭିନେତ୍ରୀ କାଜୋଲ ଅଗ୍ରଓ୍ବାଲ ବିବାହ ବନ୍ଧନରେ ଆବଦ୍ଧ ହେବେ। ଖୋଦ୍ କାଜୋଲ ସୋସିଆଲ ମିଡିଆରେ ଏହି କଥା ସମସ୍ତଙ୍କୁ ଜଣାଇ ଥିଲେ। ତେବେ ଏବେ ସାଉଥ-ବଲିଉଡ ଅଭିନେତ୍ରୀ ଜଣକ ବିବାହ ପାଇଁ ବେଶ ଚର୍ଚାରେ ରହିଛନ୍ତି।

ବାହାଘର ଖବର ଦେବା ପରେ ଏବେ ସେ ତାଙ୍କ ସ୍ବାମୀ ଗୌତମ କିଚଲୁଙ୍କ ସହ ନିଜର ଏକ ଫଟୋ ପ୍ରଥମଥର ପାଇଁ ସେୟାର କରିଛନ୍ତି। ସେ ଇନଷ୍ଟାଗ୍ରାମରେ ନିଜର ଓ ଗୌତମଙ୍କର କିଛି ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ପ୍ରଶଂସକଙ୍କୁ ଦଶହରାର ଶୁଭେଚ୍ଛା​‌ ଜଣାଇଛନ୍ତି। ଏ ସମସ୍ତ ଫଟୋକୁ ସେ ଗୌତମଙ୍କୁ ଟ୍ୟାଗ ମଧ୍ୟ କରିଛନ୍ତି।

କାଜୋଲ ଓ ଗୌତମଙ୍କ ବାହାଘର ମୁମ୍ବାଇରେ ଅନୁଷ୍ଠିତ ହେବ। ଯେଉଁଥିରେ ପରିବାର ଓ କିଛି ଅନ୍ତରଙ୍ଗ ଲୋକ କେବଳ ସାମିଲ ହେବେ। କରୋନା ମହାମାରୀ ଯୋଗୁ ବାହାଘର ଉତ୍ସବକୁ ଧୂମଧାମରେ ପାଳନ ନ କରିବା କହିଛନ୍ତି।

ସୂଚନାଯୋଗ୍ୟ କାଜୋଲ ହିନ୍ଦୀ ଫିଲ୍ମ ବ୍ୟତୀତ ସାଉଥ ସିନେମାରେ ବହୁ ହିଟ୍ ଫିଲ୍ମରେ କାମ କରିଛନ୍ତି। କାଜଲ ଅଜୟ ଦେବଗନଙ୍କ ସହ ରୋହିତ ସେଟ୍ଟିଙ୍କ ସୁପରହିଟ୍ ଫିଲ୍ମ ‘ସିଘଂମ’ରେ ନଜର ଆସିଥିଲେ। ଏହା ବାଦ୍ ସେ ଅକ୍ଷୟ କୁମାରଙ୍କ ସହ ସ୍ପେଶାଲ ଛବିଶରେ କାମ କରିଛନ୍ତି।

   Related Posts