ସ୍ବାମୀ ଅଜୟ ଦେବଗନଙ୍କ ପାଇଁ କାଜୋଲ ସେୟାର କଲେ ଏମିତି ପୋଷ୍ଟ, କହିଲେ-‘ ତୁମକୁ ଛୋଟରୁ ବଡ ହେବା ମୁଁ ଦେଖିଛି’

Published By : Prameya-News7 Bureau | November 13, 2019 IST

ମୁମ୍ବାଇ୧୨|୧୧: ବଲିଉଡ ଅଭିନେତା ଅଜୟ ଦେବଗନ ବଲିଉଡରେ ୧୦୦ଟି ଫିଲ୍ମ ପୂରଣ କଲେ। ଏହି ଖାସ ଅବସରରେ ଅଜୟଙ୍କ ପତ୍ନୀ ଅଭିନେତ୍ରୀ କାଜୋଲ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି। ଅଜୟଙ୍କ ଫିଲ୍ମି ଯାତ୍ରାକୁ ଖୁବ ଭଲ ଅନ୍ଦାଜରେ ପ୍ରକାଶ କରିଛନ୍ତି କାଜୋଲ। କାଜୋଲ ଇନ୍‌ଷ୍ଟାରେ ଅଜୟଙ୍କର ୧୦୦ଟି ଫିଲ୍ମର କୋଲାଜ କରି ସେୟାର କରିଛନ୍ତି।

{"id":183250}

ଅଜୟଙ୍କ ଆଗାମୀ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିଅର’ ଫଟୋରେ କାଜୋଲ ଏହି ଫଟୋ ଏଡିଟ କରିଛନ୍ତି। ଏହା ସହ ଗୋଟେ ଭିଡିଓ ମଧ୍ୟ ସେୟାର କରିଛନ୍ତି କାଜୋଲ। ପୋଷ୍ଟ ସହ ସେ ଲେଖିଛନ୍ତି ଯେ, ୩୦ ବର୍ଷ, ୧୦୦ଟି ଫିଲ୍ମ। ଏହି ଅବସର କୌଣସି ଖାସ ମୂହୁର୍ତ୍ତରୁ କମ ନୁହେଁ। ଫୁଲ ଔର କାଣ୍ଟେରୁ ନେଇ ଜଖ୍‌ମ, ଗୋଲାମାଲ ଓ ତାନାଜୀ ଯାଏଁ ପ୍ରତ୍ୟେକ ଫିଲ୍ମରେ ସବୁ ଭୂମିକାରେ ଅଜୟଙ୍କୁ ବଢିବାରେ ଦେଖିଛନ୍ତି କାଜୋଲ।

{"id":183251,"width":576,"height":311}

କାଜୋଲ ବହୁତ ଗର୍ବ ଅନୁଭବ କରି ଅଜୟଙ୍କୁ ଶୁଭକାମନା ଜଣାଇଛନ୍ତି। ଏହା ସହ ସେ ଲେଖିଛନ୍ତି ଯେ, ଅଜୟଙ୍କର ସବୁ କାହାଣୀରେ ଦର୍ଶକଙ୍କୁ ପ୍ରେମ, ଦୁଃଖ, କଷ୍ଟ, ଷ୍ଟାଇଲ, ବିଶ୍ବାସ ଅନୁଭବ ହୋଇଛି।

{"id":183252}

ବିଭିନ୍ନ ଫିଲ୍ମରେ ତାଙ୍କର ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଛି। ଏହି ଅବସରରେ କାଜୋଲଙ୍କ ବ୍ୟତୀତ ଶାହରୁଖ ଓ ଅନ୍ୟ କଳାକାରମାନେ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଛନ୍ତି। 

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.