Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ବିବାହ କରିବାକୁ ଚାହୁଁ ନଥିଲେ କାଜୋଲ, ଅଜୟଙ୍କୁ ଭେଟିବା ପରେ ବଦଳି ଯାଇଥିଲା ନିଷ୍ପତ୍ତି…

3/12/2021 at 11:12 AM

ମୁମ୍ବାଇ ୦୩।୧୨ : ବଲିଉଡର ବହୁ ଲୋକପ୍ରିୟ  ଜଣାଶୁଣା ଦମ୍ପତ୍ତି କାଜୋଲ ଓ ଅଜୟ ଦେବଗନ୍। ସେ ନିଜ ଅଭିନୟ ବଳରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ୯୦ ଦଶକରେ ବଲିଉଡରରେ ଦୁହିଁଙ୍କର ବେଶ୍‌ ଦବ୍‌ଦବା ରହିଥିଲା। କଜୋଲ ଥିଲେ ବ-ଟାଉନର ଆଗ ଧାଡିର ନାୟିକା ଥିଲେ । ଆଜି ବି ତାଙ୍କ କ୍ରେଜ୍‌ କିଛି କମି ନୁହେଁ । ହେଲେ ନିକଟରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବଡ ଖୁଲାସ କରିଛନ୍ତି ।

ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିଛନ୍ତି । ସେ କହିଥିଲେ କି ଅଜୟଙ୍କୁ ବିବାହ କରିବାକୁ ଚାହୁଁନଥିଲେ । ବଲିଉଡର ଅଭିନେତ୍ରୀ କାଜୋଲ ବିବାହ ନାଁ ଶୁଣିଲେ ଚିଡି ଯାଉଥିଲେ। ବିବାହ ଏବଂ ସେ ମୁଦ୍ରାର ଦୁଇ ପାର୍ଶ୍ୱ ଭଳି। ସେ ବିବାହକୁ ଶକ୍ତ ବିରୋଧ କରୁଥିଲେ। କିନ୍ତୁ ଅଜୟଙ୍କୁ ଭେଟିବା ପରେ ତାଙ୍କର ଏହି ଚିନ୍ତିା ଧାରା ବଦଳି ଯାଇଥିଲା ବୋଲି ନିକଟରେ ଏକ ସାକ୍ଷାତକାର୍‌ରେ ନିଜେ କାଜୋଲ କହିଛନ୍ତି। ସେ କହିଛନ୍ତି, ଅଜୟଙ୍କ ପର୍ସନାଲିଟି ତାଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ତାଙ୍କ ଚିନ୍ତାଧାରା ଓ ତାଙ୍କ ସ୍ଥିରତା କାଜୋଲଙ୍କୁ ବଦଳିବା ପାଇଁ ବାଧ୍ୟ କରିଦେଇଥିଲା। ଏକ ଚାଟ୍ ଶୋ’ରେ ଟ୍ୱିଙ୍କଲ୍ ଖାନ୍ନାଙ୍କ ସହ କଥାବାର୍ତ୍ତା ବେଳେ କାଜୋଲ କହିଥିଲେ ଯେ ‘ସେ ଜଣେ ଏଭଳି ମଣିଷ ଥିଲେ ଯିଏ କି କେବେ ବିବାହ କରିବାକୁ ଚାହୁଁନଥିଲେ। କିନ୍ତୁ ଅଜୟଙ୍କୁ ଭେଟିବା ପରେ ତାଙ୍କ ଚିନ୍ତାଧାରାରେ ସ୍ଥିରତା ଆସିଥିଲା। ତାଙ୍କୁ ଖୁବଶୀଘ୍ର ଜଣେ ସଠିକ୍‌ ବ୍ୟକ୍ତି ମିଳିଯାଇଥିଲେ ବୋଲି ସେ କହିଛନ୍ତି।

କାଜୋଲ ଏବଂ ଅଜୟ ପ୍ରଥମ ଥର ପାଇଁ ୧୯୯୫ରେ ଆସିଥିବା ଫିଲ୍ମ ‘ହଲଚଲ’ର ଶୁଟିଂ ସେଟ୍‌ରେ ଭେଟିଥିଲେ। ପ୍ରଥମ ଦେଖାରେ ଦୁହିଁଙ୍କ ମଧ୍ୟରେ ସେତେଟା ଭଲ ସମ୍ପର୍କ ନଥିଲା। କିନ୍ତୁ ପରେ ଦୁହେଁ ପରସ୍ପରକୁ ଡେଟିଂ କରିଥିଲେ। ଏହାପରେ ଦୁହେଁ ୧୯୯୯ରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହର ଚାରି ବର୍ଷ ପରେ କାଜୋଲ ଏକ ଝିଅକୁ ଜନ୍ମ ଦେଇଥିଲେ । ପରେ ୨୦୧୦ରେ ପୁଅକୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଦୁହେଁ ଖୁସିର ଜୀବନ ଅତିବାହିତ କରୁଛନ୍ତି ।

   Related Posts