ଏଥନିକ୍ ଲୁକରେ ନ୍ୟାସାଙ୍କ ଫଟୋ ଭାଇରାଲ୍ : ସୁନ୍ଦର ମ୍ୟାସେଜ ଲେଖିଲେ କାଜୋଲ୍
12/03/2020 at 3:34 PM

ମୁମ୍ବାଇ ୧୨/୩: ବଲିଉଡ ଷ୍ଟାର ଅଜୟ ଦେବଗନ୍ ଏବଂ କାଜୋଲଙ୍କ ଝିଅ ନ୍ୟାସା ଦେବଗନ୍ ଅନେକ ଥର ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି। କିନ୍ତୁ ଏପରି ମନେ ହେଉଛି ଯେ କାଜୋଲ୍ ଧୀରେ ଧୀରେ ତାଙ୍କୁ ବଲିଉଡରେ ଲଞ୍ଚ କରିବା ପାଇଁ ପ୍ରସ୍ତୁତ କରାଉଛନ୍ତି। କାଜୋଲ୍ ଏବେ ଅଧିକାଂଶ ସମୟରେ ତାଙ୍କ ଝିଅଙ୍କ ଫଟୋ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ କରୁଛନ୍ତି ଏବଂ ଯେଉଁ ତାଜା ଫଟୋ ସେ ସେୟାର କରିଛନ୍ତି ତାହା ଫ୍ୟାନମାନେ ଖୁବ୍ ପସନ୍ଦ କରିଛନ୍ତି।
ଫଟୋରେ ନ୍ୟାସା ଏଥନିକ୍ ଲୁକରେ ନଜର ଆସିଛନ୍ତି। ସେ ଗୋଲ୍ଡେନ୍ କଲରର ଲେହେଙ୍ଗା ପିନ୍ଧିଛନ୍ତି ଯେଉଁଥିରେ ହାଲକା ଏମ୍ବୋଡରୀ କରାଯାଇଛି। ଏହି ଫଟୋଟି ବହୁତ ସୁନ୍ଦର ହୋଇଛି। ଫଟୋରେ ନ୍ୟାସା ଖୋଲାକେଶରେ ନଜର ଆସିଛନ୍ତି। ତାଙ୍କ ଇୟରରିଙ୍ଗ୍ ମଧ୍ୟ ବହୁତ ସୁନ୍ଦର ହୋଇଛି ଏବଂ ନ୍ୟୁଡ ମେକଅପରେ ତାଙ୍କ ଫଟୋକୁ ଲୋକେ ବହୁତ ପ୍ରଶଂସା କରିଛନ୍ତି।

ଏହି ଫଟୋଟିକୁ ପ୍ରାୟ ଘଣ୍ଟାଏରେ ଦେଢ଼ ଲକ୍ଷରୁ ଅଧିକ ଥର ଲାଇକ୍ ଏବଂ ସେୟାର କରାଯାଇସାରିଛି। ଫଟୋର କ୍ୟାପ୍ସନରେ ଲେଖାଯାଇଛି-ଆମେ ଯେଉଁ ଡରର ମାହୋଲରେ ବଞ୍ଚୁଛୁ ସେଥିରେ ଆମେ ଖୁସି ଦରକାର କରୁଛୁ। ମୋର ଖୁସି ହେବା ପାଇଁ ଧନ୍ୟବାଦ।
