Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ବିବାହ ବନ୍ଧନରେ ବାନ୍ଧି ହେଲେ କାଜଲ୍ ଅଗ୍ରଓ୍ବାଲ୍ : ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍

31/10/2020 at 11:18 AM

ମୁମ୍ବାଇ ୩୧/୧୦: ସିଙ୍ଘମ୍ ଫିଲ୍ମରୁ ସମସ୍ତଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲ ବିବାହ ବନ୍ଧନରେ ଆବଦ୍ଧ ହୋଇଯାଇଛନ୍ତି। ସେ ନିଜ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ସହ ମୁମ୍ବାଇର ହୋଟେଲରେ ବିବାହ କରିଛନ୍ତି। କରୋନା ଯୋଗୁଁ ତାଙ୍କ ବିବାହରେ ବହୁତ କମ୍ ଲୋକ ସାମିଲ ହୋଇଥିଲେ। କେବଳ ଘର ଲୋକଙ୍କ ଉପସ୍ଥିତିରେ ବିବାହ ହୋଇଥିଲା।

କାଜଲ୍ ଏବଂ ଗୌତମଙ୍କ ବରମାଳାର ଫଟୋ ସାମନାକୁ ଆସିଛି। ଉଭୟଙ୍କ ଏହି ଡ୍ରିମ୍ ଓ୍ବେଡିଂର ଦୀର୍ଘ ଦିନରୁ ଚର୍ଚ୍ଚା ହେଉଥିଲା। ଏବେ ଉଭୟେ ସେମାନଙ୍କ ନୂଆ ଯାତ୍ରା ଆରମ୍ଭ କରିଛନ୍ତି।

କନିଆଁ ବେଶରେ କାଜଲ୍ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେ ବିବାହ ପାଇଁ ଲାଲ ରଙ୍ଗର ଲେହେଙ୍ଗା ବାଛିଥିଲେ। ମଥା ପଟ୍ଟି,କମରବନ୍ଧ ଏବଂ ହେଭି ନେକଲେସ୍ ତାଙ୍କ ଲୁକକୁ ପୂରା କରୁଛି।

ଗୌତମ ହ୍ବାଇଟ୍ କଲରର ଶେରଓ୍ବାନିରେ ନଜର ଆସିଛନ୍ତି। ଉଭୟଙ୍କ ବରମାଳାର ରଙ୍ଗ ମଧ୍ୟ ହ୍ବାଇଟ୍। ଦୁହେଁ ଏକାଠି ମେଡ ଫର ଇଚ୍ ଅଦର ଲାଗୁଛନ୍ତି।

ତାଙ୍କ ଓ୍ବେଡିଂ ଭେନ୍ୟୁର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଓ୍ବେଡିଂ ଭେନ୍ୟୁ ଧଳା ଫୁଲରେ ସଜା ଯାଇଛି। ସବୁ କିଛି ବହୁତ କ୍ଲାସି ଲୁକ୍ ଦେଉଛି।

କାଜଲଙ୍କ ବିବାହ ପୂର୍ବରୁ ସଙ୍ଗୀତ ସେରେମନି ହୋଇଥିଲା। କାଜଲଙ୍କ ସଙ୍ଗୀତ,ମେହେନ୍ଦୀର ଫଟୋ ପ୍ରଶଂସକଙ୍କ ମଧ୍ୟରେ ଖୁବ୍ ପସନ୍ଦ କରାଯାଇଥିଲା। କାଜଲଙ୍କ ବିବାହ ପରେ ତାଙ୍କ ଓ୍ବେଡିଂ ଫଟୋ ଭାଇରାଲ୍ ହେଉଛି।

କାଜଲଙ୍କ ସ୍ବାମୀ ଗୌତମ କିଚଲୁ ଜଣେ ଏଣ୍ଟରପ୍ରେନ୍ୟୋର ଏବଂ ଡିସ୍ସର୍ଣ୍ଣ ଲିଭିଂ ଡିଲଡିଜାଇନ୍ ଶପ୍‌ର ଫାଉଣ୍ଡର ଏବଂ ଜଣେ ଇଣ୍ଟେରିୟର ଡିଜାଇନର।

ହାଉସ୍ ଡିଜାଇନ୍ ବ୍ୟତୀତ ଗୌତମ କିଚଲୁଙ୍କ କମ୍ପାନୀ ଫର୍ଣ୍ଣିଚର,ଡେକୋର ଆଇଟମ୍ସ,ପେଣ୍ଟିଂସ୍ ଏବଂ ଅନ୍ୟ ହାଉସହୋଲ୍ଡ ଜିନିଷ ସେଲ୍ କରନ୍ତି।

   Related Posts