ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କାଜଲ୍ ଅଗ୍ରଓ୍ବାଲ୍ : ତାଙ୍କ ସ୍ବାମୀଙ୍କଠାରେ କେଉଁ କେଉଁ ଗୁଣ ରହିବା ଦରକାର ଜାଣନ୍ତୁ

Published By : Prameya-News7 Bureau | November 01, 2019 IST

ମୁମ୍ବାଇ ୧/୧୧ : ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ କାଜଲ୍ ଅଗ୍ରଓ୍ବାଲଙ୍କ ଫ୍ୟାନଙ୍କ ପାଇଁ ଭଲ ଖବର। ପ୍ରକୃତରେ , କାଜଲ ଖୁବ୍ ଶୀଘ୍ର ବିବାହ କରିବାକୁ ଯୋଜନା କରୁଛନ୍ତି। ଏହା ବିଷୟରେ ସେ ନିଜେ ଏକ ଶୋରେ  ସୂଚନା ଦେଇଛନ୍ତି।

{"id":177569}

ଶୋରେ କାଜଲଙ୍କୁ ତାଙ୍କ ବିବାହ ପ୍ଲାନ୍ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ - ‘ସେ ବିବାହ କରିବାକୁ ପ୍ଲାନ୍ କରୁଛନ୍ତି’। ଏହା ପରେ ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ସେ ନିଜ ସ୍ବାମୀଙ୍କଠାରେ କେଉଁ କେଉଁ ଗୁଣ ଚାହୁଁଛନ୍ତି ସେତେବେଳେ କାଜଲ୍ କହିଥିଲେ ଯେ , ‘ଅନେକ ଗୁଡ଼ିଏ ଗୁଣ ରହିବା ଆବଶ୍ୟକ ଯେପରିକି ସବୁଠୁ ଜରୁରୀ ହେଉଛି ଯେ ସେ ପଜେସିଭ ହୋଇଥିବେ,କେୟାରିଙ୍ଗ ହୋଇଥିବେ ଏବଂ ଆଧ୍ୟାତ୍ମିକ ହୋଇଥିବେ।

{"id":177568}

କାଜଲ ଅଗ୍ରଓ୍ବାଲ୍ ଆହୁରି ମଧ୍ୟ କହିଥିଲେ ଯେ ‘ ସେ ବହୁତ ଆଧ୍ୟାତ୍ମିକତାକୁ ମାନିଥାନ୍ତି। ତାଙ୍କ ପାଖରେ ଭଗବାନ ଶିବଙ୍କର ଏକ ଛୋଟ ମୂର୍ତ୍ତି ରହିଛି ଏବଂ ସେ ସବୁଠି ଏହି ମୂର୍ତ୍ତିକୁ ନେଇ ଯାଆନ୍ତି। ଏହି ଶୋରେ ଯେତେବେଳେ କାଜଲଙ୍କୁ ‘କିଲ୍,ହୁକ୍ ଅପ୍ ଏବଂ ମ୍ୟାରି’ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ ଯେ ସେ ରାମ ଚରଣଙ୍କୁ ମାରିବାକୁ ଚାହୁଁଛନ୍ତି,ଏନ ଟି ରାମା ରାଓ ଜୁନିୟରଙ୍କ ସହ ହୁକ୍ ଅପ୍ କରିବାକୁ ଚାହୁଁଛନ୍ତି ଏବଂ ପ୍ରଭାସଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି।

{"id":177570}

କାଜଲ୍ ଦକ୍ଷିଣ ଭାରତୀୟ ଫିଲ୍ମ ବ୍ୟତୀତ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। କାଜଲ୍ ଅଜୟଙ୍କ ସହ ‘ସିଙ୍ଘମ୍’,ଅକ୍ଷୟଙ୍କ ସହ ‘ସ୍ପେଶାଲ-୨୬’ ଏବଂ ରଣଦୀପଙ୍କ ସହ ‘ଦୋ ଲଫ୍ଜୋ କି କାହାନୀ’ ଆଦି ବଲିଉଡ ଫିଲ୍ମରେ କାମ କରିଛନ୍ତି।

{"id":177571}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.