ନୂଆଦିଲ୍ଲୀ ୦୬/୧୦: ବଲିଉଡ ‘ସିଂଘମ’ ଗର୍ଲ ତଥା ସାଉଥ ସୁପରଷ୍ଟାର କାଜଲ ଅଗ୍ରଓ୍ବାଲ ଖୁବ୍ ଶୀଘ୍ର ବାହା ହେବେ। ରିଲ୍ ନୁହେଁ ରିୟଲ ଲାଇଫରେ ବିବାହ ବନ୍ଧନରେ ଆବଦ୍ଧ ହେବେ କାଜଲ। ଖୋଦ୍ କାଜଲ ଏ ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି। ତେବେ ସେ ବିବାହର ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସାମାଜିକ ଗଣମାଧ୍ୟମରେ ସେ ଏ ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଏହା ସହ ନିଜ ବାହାଘରର ନିମନ୍ତ୍ରଣ ପତ୍ର ସେୟାର କରିଛନ୍ତି।
ପୂର୍ବରୁ ମିଡିଆରେ ସାମ୍ନାକୁ ଆସିଛି ଯେ ଘର ଲୋକ ତାଙ୍କ ପାଇଁ ପୁଅ ଖୋଜୁ ଥିଲେ। ଏବେ ଅଭିନେତ୍ରୀଙ୍କୁ ତାଙ୍କ ଜୀବନସାଥୀ ମିଳିଯାଇଛି। ଏବେ ତାଙ୍କର ବିବାହ ଖବର ପରେ ତାଙ୍କ ଉର୍ବୀ ସ୍ବାମୀଙ୍କ ଚର୍ଚା ଆରମ୍ଭ ହୋଇଯାଇଛି।
wp:core-embed/instagram {"url":"https://www.instagram.com/p/CF_boUwHquE/?utm_source=ig_embed","type":"rich","providerNameSlug":"instagram","className":""} /wp:core-embed/instagramସୂଚନାଯୋଗ୍ୟ କାଜଲ ଇନଷ୍ଟାଗ୍ରାମରେ ଏହି ଖୁସି ଖବର ସମସ୍ତଙ୍କୁ ଜଣାଇଛନ୍ତି। ତେବେ ସେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିବେ। ଏହା ସହ ବିବାହ ତାରିଖ ମଧ୍ୟ ସେୟାର କରିଛନ୍ତି। ଅକ୍ଟୋବର ୩୦ରେ ମୁମ୍ବାଇରେ ଅନୁଷ୍ଠିତ ହେବ। ଗତବର୍ଷ ସେ ନିଜ ଜୀବନସାଥୀ ବାବଦରେ ଖୁଲାସା କରି କହିଥିଲେ ଯେ ଏମିତି ବ୍ୟକ୍ତିଙ୍କୁ ବାହା ହେବେ ଯାହାଙ୍କ ସମ୍ବନ୍ଧ ଫିଲ୍ମ ଇଣ୍ଡଷ୍ଟ୍ରି ସହ ନ ଥିବ।