Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

‘୨୦ ବର୍ଷ ହେଲା ଜାଣିଛି, ନରେନ୍ଦ୍ର ଗିରି ଜୀ ଲେଖନ୍ତିନି’: ସୁଈସାଇଡ ନୋଟରେ ମହନ୍ତଙ୍କ ଲେଖାକୁ ନେଇ ପ୍ରଶ୍ନ ଉଠାଇଲେ କୈଲାଶନନ୍ଦ ମହାରାଜ

22/09/2021 at 9:00 PM

ପ୍ରୟାଗରାଜ ୨୨/୦୯ : ନିରଂଜନୀ ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳେଶ୍ୱର କୈଳାଶନନ୍ଦ ମହାରାଜ ବୁଧବାର ଦିନ ଦାବି କରିଛନ୍ତି ଯେ ପୋଲିସକୁ ମହନ୍ତ ନରେନ୍ଦ୍ର ଗିରିଙ୍କ ଯେଉଁ ସୁଈସାଇଡ ନୋଟ ମିଳିଛି ତାହା ମହନ୍ତ ନିଜେ ଲେଖିଛନ୍ତି। ସ୍ୱର୍ଗତ ମହନ୍ତଙ୍କ ନିକଟତମ ବିବେଚିତ ହୋଇଥିବା ସାଧୁମାନଙ୍କ ମଧ୍ୟରୁ କୈଲଶନନ୍ଦ ଜୀ ମହାରାଜ କହିଛନ୍ତି ଯେ ନରେନ୍ଦ୍ର ଗିରିଙ୍କ ହସ୍ତଲିଖନ ନ ଥିବାରୁ ମୁଁ ଏହାକୁ ସୁଈସାଇଡ ନୋଟ ଭାବରେ ଗ୍ରହଣ କରିବି ନାହିଁ। ମୁଁ ତାଙ୍କୁ ୨୦ ବର୍ଷ ଧରି ଜାଣିଛି, ନରେନ୍ଦ୍ର ଗିରି ଲେଖନ୍ତି ନାହିଁ।

ସେ ଦାବି କରିଛନ୍ତି ଯେ ନରେନ୍ଦ୍ର ଗିରିଜୀ ମହାରାଜ କେବେବି ଚିଠି ଲେଖୁନଥିଲେ। ଯଦି ତାଙ୍କ ଦ୍ୱାରା କିଛି ଲେଖା ହୋଇଥିବା କିଛି କାହା ପାଖରେ ଅଛି ତାହେଲେ ଦେଖାନ୍ତୁ। ତାଙ୍କୁ ମୋଠାରୁ ଅଧିକ କେହି ଜାଣନ୍ତି ନାହିଁ। ୨୦୦୩ ରୁ ମୁଁ ତାଙ୍କ ସହ, ଏହି ମଠ ସହ ଜଡିତ ଥିଲି। ମୁଁ ସବୁ ପରିସ୍ଥିତିରେ ତାଙ୍କୁ ସମର୍ଥନ କରିଛି। ସେ ବହୁତ କଷ୍ଟରେ ଦସ୍ତଖତ କରୁଥିଲେ। କୈଲଶନନ୍ଦ ମହାରାଜ କହିଛନ୍ତି ଯେ ତାଙ୍କ ଦସ୍ତଖତରେ ନାମର ସମସ୍ତ ଶବ୍ଦ ଭିନ୍ନ ଥିଲା। କିନ୍ତୁ ସୁଈସାଇଡ ନୋଟରେ ବହୁତ ଟେକ୍ନିକାଲ ଶବ୍ଦ ଲେଖା ଅଛି। ଏମିତି ଲାଗୁଛି ଯେମିତି  ଜଣେ ବିଦ୍ୱାନ ବ୍ୟକ୍ତି ଏହା ଲେଖିଛନ୍ତି।

ସୂଚନାଯୋଗ୍ୟ ଯେ ପ୍ରତ୍ୟେକ ଆଖଡ଼ାରେ ଏକରୁ ଅଧିକ ମହାମଣ୍ଡଳେଶ୍ୱର ଥାଆନ୍ତି ଯେଉଁମାନଙ୍କ ମଧ୍ୟରେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱରଙ୍କ ପଦ ସର୍ବୋଚ୍ଚ ଏବଂ ଆଖଡ଼ା ଅଧିକାରୀମାନେ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱରଙ୍କ ଠାରୁ ଆଇନଗତ ପରାମର୍ଶ ନିଅନ୍ତି। ମହନ୍ତ ନରେନ୍ଦ୍ର ଗିରି ନିରଂଜନୀ ଆଖଡ଼ାର ସଚିବ ଥିଲେ ଏବଂ ତେଣୁ ନିରଂଜନୀ ଆଖଡ଼ାର ଆଚାର୍ଯ୍ୟ ମହାମଣ୍ଡଳଶେର କୈଳାଶନନ୍ଦ ଜୀ ମହାରାଜଙ୍କ ଦାବି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ବହୁତ ଗୁରୁତ୍ତ୍ୱପୂର୍ଣ। ସୋମବାର ଦିନ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ହୋଇଥିଲା। ତାଙ୍କୁ ବୁଧବାର ଦିନ ଭୂସମାଧି ଦିଆଯାଇଛି।

   Related Posts