କମଲ ନାଥଙ୍କ ରାମ ଭକ୍ତିକୁ ନେଇ ମୁହଁ ଖୋଲିଲେ କୈଳାଶ ବିଜୟବର୍ଗିୟ, କହିଲେ ଶେଷରେ ଭଗବାନ ହିଁ ମନେ ପଡନ୍ତି !

Published By : Prameya-News7 Bureau | August 01, 2020 IST

ଇନ୍ଦୋର ୧।୮:  ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜା ଲାଗି ତାରିଖ ଯେତିକି ପାଖଉଛି ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି। ଅଗଷ୍ଟ ୫ ତାରିଖରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଶ୍ରୀରାମ ମନ୍ଦିର ନିର୍ମାଣ ଲାଗି ଆଧା ଶିଳା ରଖିବେ। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଭିଡିଓ ପୋଷ୍ଟ କରି ଅଯୋଧ୍ୟା ରାମ ମନ୍ଦିର ନିର୍ମାଣକୁ ସ୍ୱାଗତ କରିଥିଲେ। ତେବେ ସମସ୍ତଙ୍କୁ ଶେଷରେ ‘ଭଗବାନ ମନେପଡନ୍ତି’ ବୋଲି ବରିଷ୍ଠ ବିଜେପି ନେତା ତଥା ବିଜେପି ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟ ଶନିବାର କହିଛନ୍ତି।

{"id":308659,"width":578,"height":381,"sizeSlug":"large"}

ମଧ୍ୟପ୍ରଦେଶରେ ସଣ୍ଡେ ଅନଲକ୍‌କୁ ନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ଗଣମାଧ୍ୟମ ପ୍ରଶ୍ନର ଜବାବରେ ଯଦି କଂଗ୍ରେସ ଶ୍ରୀରାମ ମନ୍ଦିର ନିର୍ମାଣରେ ଖୁସି ଆମେ ଏହାକୁ ସ୍ୱାଗତ କରୁଛୁ ବୋଲି କହିଥିଲେ। କାରଣ କଂଗ୍ରେସ ନେତାମାନେ କହୁଥିଲେ ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମ କାଳ୍ପନିକ। ତେବେ ବିଳମ୍ବରେ ହେଲେବି ଏବେ ସଦବୁଧି ଆସିଥିବା କହିଛନ୍ତି। ତେବେ ଯାହାବି ହେଉ ବୁଧିତ ଉପୁଜିଛି ତାହା ହିଁ ବଡ କଥା ବୋଲି ବିଜୟ ବର୍ଗିୟ କହିଛନ୍ତି। କାରଣ ସମସ୍ତଙ୍କୁ ଶେଷରେ ଭଗବାନ ହିଁ ମନେ ପଡନ୍ତି।

{"id":308660,"width":581,"height":319,"sizeSlug":"large"}

ସେପଟେ କମଲନାଥଙ୍କ ପରେ ଶନିବାର ଦିଗବିଜୟ ସିଂହ ମଧ୍ୟ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସାରା ଦେଶବସୀ ଚାହାନ୍ତି ରାମ ଜନ୍ମ ଭୂମିରେ ରାମମନ୍ଦିର ନିର୍ମାଣ ହେଉ। ଆମେବି ସେହି ଆକାଙକ୍ଷା ରଖୁ କାରଣ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ମଧ୍ୟ ଚାହୁଁଥିଲେ ସେଠାରେ ଭବ୍ୟ ରାମମନ୍ଦିର ନିର୍ମାଣ ହେଉ ବୋଲି ସେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.