ହଥରସ କାଣ୍ଡ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ରାଜ୍ୟରେ ଗାଡ଼ି କେବେବି ଓଲଟିପାରେ, କହିଲେ କୈଳାଶ ବିଜୟ ବର୍ଗୀୟ

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ ୩୦।୯: ହଥରସ ଗଣ ଦୁଷ୍କର୍ମ କାଣ୍ଡରେ ଉତ୍ତର ପ୍ରଦେଶ ଯୋଗୀ ସରକାର ସମାଲୋଚନାର ଶରବ୍ୟ ହୋଇଛନ୍ତି। ଏଥିରେ ବରିଷ୍ଠ ବିଜେପି ନେତା କୈଳାଶ ବିଜୟ ବର୍ଗୀୟଙ୍କ ବୟାନ ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ଓ ଫାଷ୍ଟଟ୍ରାକ୍‌ କୋର୍ଟରେ ଏହାର ବିଚାର ହେବ ବୋଲି କହିଛନ୍ତି ବିଜୟ ବର୍ଗାୟ। ଏଣୁ ଅପେକ୍ଷା କରିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି।

{"id":336592,"sizeSlug":"large"}

ସେହିପରି ଯୋଗୀ ଆଦିତ୍ୟ ନାଥଙ୍କ ରାଜରେ ଗାଡି କେତେବେଳେ ବି ପଲଟିପାରେ ବୋଲି ସେ କହିବା ଏବେ ଆଲଚୋନାକୁ ଖୋରାକ୍ ଯୋଗାଇଛି। ପୀଡ଼ିତାଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତ୍ୟେଷ୍ଟିକୁ ନେଇ ବିବାଦ ଉପୁଜିଛି। ପୀଡ଼ିତାଙ୍କ ପରିବାରର ଅନୁମତି ନନେଇ ପ୍ରଶାସନ ଓ ପୋଲିସ ଜୋର ଜବରଦସ୍ତ ଶବ ସଂସ୍କାର କରିଦେଇଥିବାର ଅଭିଯୋଗ ଉଠିଛି। ତେବେ ହାଥରସ ଡିଏମ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ପୀଡିତା ଓ ତାଙ୍କ ଭାଇଙ୍କ ଅନୁମତିରେ ପ୍ରଶାସନ ସଂସ୍କାକର କରିଥିବା ମାଜିଷ୍ଟ୍ରେଟ୍ କହିଛନ୍ତି।

{"id":336594,"width":576,"height":412,"sizeSlug":"large"}

ୟୁପି ହଥରସ ଚନ୍ଦପା ଥାନା ଇଲାକାରେ ସେପ୍ଟେମ୍ବର ୧୪ ତାରିଖ ଦିନ ଜନୈକା ଦଳିତ ଯୁବତୀଙ୍କ ପ୍ରତି ଗଣ ଦୁଷ୍କର୍ମ ହୋଇଥିଲା। ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଅଲିଗଡ଼ସ୍ଥିତ ଜିଏନ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ରେଫର କରାଯାଇଥିଲା। ସେଠାରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନ ତରବରିଆ ଭାବେ ରାତାରାତ ଦାହଶଂସ୍କାର କରିଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.