ବିଜେପିରେ ଫାଟ ! ବରିଷ୍ଠ ନେତାଙ୍କ ସାଙ୍ଘାତିକ ଅଭିଯୋଗ- ଶିବରାଜ ସରକାରଙ୍କୁ ଭାଙ୍ଗିବା ପାଇଁ କୈଳାସ ବିଜୟବର୍ଗୀୟ କରୁଛନ୍ତି ପ୍ରୟାସ

Published By : Prameya-News7 Bureau | June 28, 2020 IST

ଭୋପାଳ ୨୮।୦୬: ଉପ ନିର୍ବାଚନ ପୂର୍ବରୁ ବିଜେପିରେ ମଧ୍ୟ ଟଣାଓଟରା ଆରମ୍ଭ ହୋଇ ଯାଇଛି। ପାର୍ଟିର ବରିଷ୍ଠ ନେତା ବିଜେପି ମହାସଚିବ କୈଳାସ ବିଜୟବର୍ଗୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି। ଭଅଁର ସିଂହ ଶେଖାଓ୍ଵତ ଅଭିଯୋଗ କରିଛନ୍ତି ଯେ, କୈଳାସ ବିଜୟବର୍ଗୀୟ ୨୦୧୮ରେ ବିଜେପିକୁ ହରାଇଥିଲେ। ସେ ପୁଣି ଥରେ ସରକାରକୁ ଅସ୍ଥିର କରିବାକୁ ଉଦ୍ୟମ କରୁଛନ୍ତି।

ବିଜେପି ୨୦୧୮ର ବିଧାନସଭା ନିର୍ବାଚନରେ ୧୦୯ ସିଟ୍‌  ଜିତିଥିବା ବେଳେ କଂଗ୍ରେସ ୧୧୪ ସିଟ୍ ଜିତିଥିଲା। ୨୦୧୮ରେ ମଧ୍ୟପ୍ରଦେଶ ରାଜ୍ୟ ସହକାରୀ ବ୍ୟାଙ୍କର ପୂର୍ବତନ ସଭାପତି ଭଅଁର ସିଂହ ଶେଖାଓ୍ଵତ ଧାର ଜିଲ୍ଲାର ବଦନାଓ୍ଵର ସିଟ୍‌ରୁ ନିର୍ବାଚନ ଲଢିଥିଲେ। ଏହି ଆସନରେ ପୁଣି ଥରେ ଉପ  ନିର୍ବାଚନ ହେବାକୁ ଯାଉଛି। ଉପ ନିର୍ବାଚନ ପୂର୍ବରୁ ଭଅଁର ସିଂହ ଶେଖାଓ୍ଵତ କୈଳାସ ବିଜୟବର୍ଗୀୟଙ୍କ ଉପରେ ହମଲା କରିଛନ୍ତି।

ଭଅଁର ସିଂହ ଶେଖାଓ୍ଵତ ଆରୋପ ଲଗାଇଛନ୍ତି ଯେ, କୈଲାସ ବିଜୟବର୍ଗୀୟ ମାଲଓ୍ଵା-ନିମାଡର ୧୦-୧୨ ଆସନରେ ବିଜେପିର ବିଦ୍ରୋହୀଙ୍କୁ ମଇଦାନରେ ଓହ୍ଲାଇଥିଲେ। ଏହି ସବୁ ପ୍ରାର୍ଥୀମାନେ ବିଜେପି ଦ୍ଵାରା ଘୋଷିତ ପ୍ରାର୍ଥୀଙ୍କ ଭୋଟ୍‌ ହ୍ରାସ କରିଥିଲେ, ଯାହା ୨୦୧୮ରେ ପାର୍ଟି ପରାଜୟର ମୁଖ୍ୟ କାରଣ ଥିଲା। ଏପରିକି କୈଳାସ ବିଜୟବର୍ଗୀୟ ବିଦ୍ରୋହୀଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ। ଭଅଁର ସିଂହ ଶେଖାଓ୍ଵତ କହିଛନ୍ତି, ମୁଁ ବିଜୟବର୍ଗୀୟଙ୍କୁ ରାଜନୀତିକୁ ଆଣିଥିଲି। କିନ୍ତୁ ପରେ ମୋତେ ସେ ବାହାର କରି ଦେଲେ।

ଭଅଁର ସିଂହ ଶେଖାଓ୍ଵତଙ୍କ ଇସାରା ବିଦ୍ରୋହୀ ପ୍ରାର୍ଥୀ ରାଜେଶ ଅଗ୍ରଓ୍ଵାଲଙ୍କ ଉପରେ ଥିଲା। ରାଜେଶ ଅଗ୍ରଓ୍ଵାଲ ବଦନାରରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ହେବାରୁ ପାର୍ଟି ତାଙ୍କୁ ବହିଷ୍କାର କରିଥିଲା। ଅଗ୍ରଓ୍ଵାଲଙ୍କୁ ନିର୍ବାଚନରେ ୩୦ ହଜାର ଭୋଟ୍ ମିଳିଥିଲା। କୈଳାସ ୨୦୧୮ ବିଧାନସଭା ନିର୍ବାଚନରେ ୩୫ଟି ଆସନର ଦାୟିତ୍ଵରେ ଥିଲେ। ଦଳକୁ କେମିତି କମ ଆସନ ମିଳିବ ବିଜୟବର୍ଗୀୟ ପ୍ରୟାସ କରିଥିଲେ। ଯଦ୍ଵାରା ୧୩ ବର୍ଷ ଧରି କ୍ଷମତାସୀନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ବେଦଖଲ କରାଯାଇ ପାରିବ। ଶେଖାଓ୍ଵତ ଏହା ମଧ୍ୟ ଆରୋପ ଲଗାଇଛନ୍ତି ଯେ, କୈଳାସ ସୁମିତ୍ରା ମହାଜନଙ୍କୁ ମଧ୍ୟ ହରାଇବାକୁ ଉଦ୍ୟମ କରିଥିଲେ। ସେ ଇନ୍ଦୋରରେ କାହାକୁ ସ୍ଥାପିତ ହେବାକୁ ଦେଉନଥିଲେ।

ଏହି ପୂର୍ବତନ ବିଧାୟକ କହିଛନ୍ତି ଯେ, କୈଳାସ ହିଁ ଉଷା ଠାକୁରଙ୍କୁ ଇନ୍ଦୋରରୁ କାଢି ମହୁରୁ ଟିକେଟ୍‌ ଦେଇଥିଲେ ଏବଂ ସେଠାରେ ନିଜ ପୁତ୍ରକୁ ସ୍ଥାପିତ କରିଥିଲେ। ମୁଁ ୩ ନମ୍ବର ବିଧାନସଭା ଆସନରୁ ଟିକେଟ୍ ମାଗିଥିଲି ମାତ୍ର କୈଳାସ ମୋତେ ବଦନାଭର ପଠାଇଦେଲେ। ଶେଖାଓ୍ଵତ କହିଛନ୍ତି, କୈଳାସ ପଶ୍ଚିମବଙ୍ଗର ପ୍ରଭାରୀ ଅଛନ୍ତି। କିନ୍ତୁ ସେ ମଧ୍ୟ ପ୍ରଦେଶରେ ବୁଲୁଛନ୍ତି। ସେ ଉପ ନିର୍ବାଚନରେ ବିଜେପିକୁ ହରାଇବା ଉଦ୍ୟମରେ ଲାଗିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.