'ଚୁନ୍ନୁ-ମୁନ୍ନୁ' କହି ଫସିଗଲେ ବିଜେପି ନେତା ବିଜୟବର୍ଗୀୟା, ନିର୍ବାଚନ କମିଶନ କହିଲେ-'ଏହା ଆଦର୍ଶ ଆଚରଣ ସଂହିତାର ଉଲଙ୍ଘନ କରୁଛି'

Published By : Prameya-News7 Bureau | October 30, 2020 IST

ଭୋପାଳ, ୩୦।୧୦:   ମଧ୍ୟ ପ୍ରଦେଶରେ କଂଗ୍ରେସ ନେତାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପି ନେତା କୈଳାଶ ବିଜୟବର୍ଗୀୟାଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । କଂଗ୍ରେସ ନେତା ଦିଗବିଜୟ ସିଂ ଓ କମଲନାଥଙ୍କ ପ୍ରତି ବିଜୟ ଚୁନ୍ନୁ-ମୁନ୍ନୁ ଆକ୍ଷେପ କରିଥିଲେ । ଏହି ଆକ୍ଷେପ ନିର୍ବାଚନର ସଂହିତା ବା ଆଦର୍ଶ ଆଚରଣ ବିଧିର ଉଲଙ୍ଘନ ବୋଲି ନିର୍ବାଚନ କମିଶନ ଶୁକ୍ରବାର କହିଛନ୍ତି ।

ଇଲେକ୍ସନ କମିଶନ କହିଛନ୍ତି ଯେ, ବିଜେପିର ଜଣେ ବରିଷ୍ଠ ନେତା ଏପରି ଶବ୍ଦ ବ୍ୟବହାର କରିବା ଅନୁଚିତ । କାରଣ ଏବେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଛି । ଏନେଇ ଗତ ୨୬ ତାରିଖରେ ଇସି ବିଜୟଙ୍କୁ ନୋଟିସ ଜାରି କରି ଜବାବ ତଲବ କରିଥିଲେ ।

ନୋଟିସ୍ ଜାରି କରି ନିର୍ବାଚନ କମିଶନ ୪୮ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ବିଜୟଙ୍କୁ କହିଥିଲେ । ସୂଚନାଯୋଗ୍ୟ, ବିଜେପି ନେତା କୈଳାଶ ବିଜୟବର୍ଗୀୟା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଓ ରାଜ୍ୟସଭା ସାଂସଦ ଦିଗବିଜୟ ସିଂଙ୍କୁ  କଟାକ୍ଷ କରି ଚୁନ୍ନୁ-ମୁନ୍ନୁ କହିଥିଲେ ।

ସେ କହିଥିଲେ ଯେ, ଏହି ୨ ନେତା ଚୁନ୍ନୁ-ମୁନ୍ନୁ ଅଟନ୍ତି । ଯେତେବେଳେ ବିଧାନସଭା ନିର୍ବାଚନ ହୁଏ ଏହି ଦୁଇ ନେତାଙ୍କ ସଭାରେ ମାତ୍ର ୫୦,୧୦୦ ଲୋକ ଏକାଠି ହୁଅନ୍ତି ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.