ଉତ୍ତରାଖଣ୍ଡ ରାସ୍ତା ଦେଇ ହେବ କୈଲାସ ମାନସରୋବର ଯାତ୍ରା, ପୂରା ହେଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଵପ୍ନ

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ ୦୮।୦୫: ଉତ୍ତରାଖଣ୍ଡର ପିଥୌରଗଢରୁ କୈଳାସ ମାନସରୋବର ଯାତ୍ରାରେ ଆଜି ଏକ ଅଧ୍ୟାୟ ଯୋଡି ହୋଇ ଯାଇଛି। ଏବେ ଉତ୍ତରାଖଣ୍ଡର ପାରମ୍ପରିକ ଲିପୁଲେଖ ସୀମା ପର୍ଯ୍ୟନ୍ତ ସଡକରେ ଯିବା ପରେ ତୀର୍ଥଯାତ୍ରୀ ସଡକ ମାର୍ଗରୁ କୈଳାସ ମାନସରୋବରର ଦର୍ଶନ କରି ଗୋଟିଏ-ଦୁଇ ଦିନରେ ଫେରି ପାରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ପିଥୌରଗଢ ଧାରଚୁଲାରୁ ଲିପୁଲେଖକୁ ସଂଯୋଗ କରୁଥିବା ସଡକକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ଏହି ଅବସରରେ ସିଡିଏସ  ଜେନେରାଲ ବିପିନ ରାଓ୍ଵତ, ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ଏମ.ଏମ. ନରଓ୍ଵାଣେ ଓ ବିଆରଓ ପ୍ରମୁଖ ଲେଫ୍ଟନାଣ୍ଟ ଜେନେରାଲ ହରପାଲ ସିଂହ ଉପସ୍ଥିତ ଥିଲେ।

୧୭ ହଜାରରୁ ଅଧିକ ଫୁଟ୍ ଉଚ୍ଚତାରେ ୮୦ କିଲୋମିଟର ଲମ୍ବା ଏହି ରୋଡ୍‌ କୈଳାସ ମାନସରୋବରକୁ ଲିପୁଲେଖ ସହିତ ସଂଯୋଗ କରିବ। ଏହି ରୋଡ୍‌ର କାମ ଅନେକ ବର୍ଷରୁ ଜାରି ରହିଥିଲା। ମାତ୍ର ଉଚ୍ଚ ଉଚ୍ଚ ପାହାଡ ଓ ମୁସ୍କିଲ ପରିସ୍ଥିତି କାରଣରୁ ନିର୍ମାଣରେ ଅଧିକ ସମୟ ଲାଗିଛି। ଏବେ କୈଳାସ ମାନସରୋବର ଯିବାକୁ ତିନି ସପ୍ତାହରୁ ଅଧିକ ସମୟ ଲାଗୁଛି। କିନ୍ତୁ ଲିପୁଲେଖ ରାସ୍ତାରେ ବର୍ତ୍ତମାନ ତୀର୍ଥଯାତ୍ରୀ ମାତ୍ର ୯୦ କିଲୋମିଟର ସଡକ ପଥରେ ଯାତ୍ରା କରି କୈଳାଶ ମାନସରୋବର ପହଞ୍ଚି ପାରିବେ।

{"id":266794,"sizeSlug":"large"}

ସୂଚନା ଅନୁଯାୟୀ ଉଚ୍ଚ ପାହାଡରେ ସଡକ ନିର୍ମାଣର ଏହି କାମରେ ବାୟୁସେନାର ଏମଆଇ-୧୭ ଓ ୨୬ଟି ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ପିଏମଓର ଅଧିକାରୀ ନିଜେ ଏହି ପ୍ରକଳ୍ପ ଉପରେ ନଜର ରଖିଛନ୍ତି। ପାହାଡ କାଟିବା ଲାଗି ଅଷ୍ଟ୍ରେଲିଆରୁ ସ୍ଵତନ୍ତ୍ର ଅତ୍ୟାଧୁନିକ ମେସିନ ମଗାଯାଇଥିଲା। ଏହି ମେସିନ ସାହାଯ୍ୟରେ ପ୍ରାୟ ତିନି ମାସରେ ୩୫ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ପାହାଡ  କଟାଯାଇ ପାରିଛି।

{"id":266795,"sizeSlug":"large"}

ଘଟିଆବଗଢରୁ ନେଇ ଲିପୁଲେଖ ପର୍ଯ୍ୟନ୍ତ ପ୍ରାୟ ୭୫.୫୪ କିଲୋମିଟର ରାସ୍ତାର କାମ ବିଆରଓ କରୁଛି। ଲିପୁଲେଖ ଆଡକୁ ୬୨ କିଲୋମିଟର ପର୍ଯ୍ୟନ୍ତ ରାସ୍ତା କାମ ପୂରା ହୋଇ ସାରିଛି। ଘଟିଆବଗଢରୁ ଆଗକୁ ରାସ୍ତା ତିଆରିରେ ଉଚ୍ଚ ପାହାଡ ଥିବାରୁ ଏହାକୁ କାଟିବାରେ ବହୁତ ମୁସ୍କିଲ ହୋଇଛି। କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କୁ ସୁବିଧା ପ୍ରଦାନ  କରିବା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଜେଣ୍ଡାରେ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.