Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

‘ନନ୍ଦିଗ୍ରାମରେ ହାରିବେ ଦିଦି’, ଚ୍ୟାଲେଞ୍ଜ ଦେଇ ବିଜେପି ପ୍ରଭାରୀ କୈଳାସ ବିଜୟବର୍ଗୀୟ କହିଲେ- ‘ମୋ କଥା ସତ ହିଁ ହେବ’

6/03/2021 at 11:58 AM

କୋଲକାତା, ୦୬/୦୩ :  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ୨୯୧ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛନ୍ତି । କଂଗ୍ରେସ ଓ ବାମଦଳ ମଧ୍ୟ ପ୍ରାର୍ଥୀଙ୍କ ତାଲିକା ଜାରି କରିଛନ୍ତି ।ବିଜେପି କିନ୍ତୁ ଏବେ ସୁଦ୍ଧା ଚୁପ୍ ବସିଛି । ଦଳ ଶନିବାର ପ୍ରାର୍ଥୀ ତାଲିକା ଘୋଷଣା କରିପାରେ ।

ଟିଏମସି ନେତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେବେ । ତେବେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହି ଆସନରୁ ବିଜେପି ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିପାରେ । ତେବେ ବିଜେପିର ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ କହିଛନ୍ତି ଯେ, ମମତା ହାରିଯିବେ । ସେ ଭବାନୀପୁରରୁ ଡରି ଏଠାକୁ ଆସିଛନ୍ତି । ଏପରିକି ତାଙ୍କ କଥା ସତ ହେବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଶନିବାର ସନ୍ଧ୍ୟାରେ ବିଜେପି ପ୍ରାଥୀ ତାଲିକା ଘୋଷଣା କରିବ । ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହେବା ନେଇ ସେ କହିଛନ୍ତି ଯେ, ଜନତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ସବୁଠାରୁ ବଡ ହସ୍ତୀ ଅଟନ୍ତି । ଦଳକୁ ଯିଏ ଆସିବ ସେ ସ୍ୱାଗତ କରିବେ । ସୂଚନାଯୋଗ୍ୟ, ମିଥୁନ ପ୍ରଧାନମନ୍ତ୍ରୀଙ୍କ ଆସନ୍ତା ୭ ତାରିଖରେ ହେବାକୁ ଥିବା ରାଲିରେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।

ସେହିପରି, ନିକଟରେ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ, ସେ ବିଜେପିର ଜଣେ ସମର୍ପିତ ଓ ଅନୁଶାସିତ ସିପାହୀ ଅଟନ୍ତି । ତାଙ୍କର ନନ୍ଦିଗ୍ରାମ ସହ ଦୀର୍ଘଦିନ ହେବ ସମ୍ପର୍କ ରହିଛି । ୨୦୦୯ ଓ ୨୦୧୪ରେ ସାଂସଦ ହେବା ବେଳେ ନନ୍ଦିଗ୍ରାମ ତାଙ୍କର ସଂସଦୀୟ କ୍ଷେତ୍ରରେ ଆସୁଥିଲା । ଏହାସହ ମୋଦୀ ଓ ଅମିତ ଶାହ ମୋର ଅଭିଭାବକ ବୋଲି ସେ କହିଛନ୍ତି ।

   Related Posts