'କମଲନାଥ ସରକାର ଭାଙ୍ଗିବା ପଛରେ ରହିଛି ନରେନ୍ଦ୍ର ମୋଦୀଙ୍କ ହାତ'- ବିଜେପି ନେତା କୈଳାଶ ବିଜୟବର୍ଗୀୟା

Published By : Prameya-News7 Bureau | December 17, 2020 IST

ଇନ୍ଦୋର,୧୭/୧୨:ମଧ୍ୟପ୍ରଦେଶର ଇନ୍ଦୋରରେ ଏକ କୃଷକ ସମ୍ମିଳନୀକୁ ସମ୍ବୋଧିତ କରିବା ବେଳେ ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟା ଏକ ବଡ ବୟାନ ଦେଇଛନ୍ତି । ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିବା ପଛରେ ନରେନ୍ଦ୍ର ମୋଦୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ସେ କହିଛନ୍ତି ।

ବିଜେପି ଏବେ କୃଷକ ଆନ୍ଦୋଳନ ଓ କୃଷି ଆଇନକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଦେଶର ଭିନ୍ନ ଭିନ୍ନ ସହରରେ ସମ୍ମିଳନୀ କରୁଛି । ଇନ୍ଦୋରରେ କୃଷକ ଆନ୍ଦୋଳନର ଦାୟିତ୍ୱ କୈଳାଶ ବିଜୟବର୍ଗୀୟା ଓ ନରୋତ୍ତମ ମିଶ୍ରଙ୍କୁ ଦିଆଯାଇଥିଲା ।

ଏହି ସମ୍ମିଳନୀରେ ଭାଷଣ ଦେବା ବେଳେ କୈଳାଶ କହିଥିଲେ ଯେ, ଯେତେଦିନ ଯାଏଁ କମଲନାଥଙ୍କ ସରକାର ଥିଲା ସେ ଗୋଟିଏ ଦିନ ବି ଶାନ୍ତିରେ ଶୋଇନାହାଁନ୍ତି । କମଲନାଥ କେବଳ ନରୋତ୍ତମ ମିଶ୍ରଙ୍କୁ ସ୍ୱପ୍ନରେ ଦେଖୁଥିଲେ । ଗାଦି ଚାଲିଯିବାର ଭୟ ଥିଲା । ଏହି କଥା ସେ ପ୍ରଥମ ଥର ପାଇଁ କହୁଛନ୍ତି । ଆଗରୁ କେଉଁଠି ବି କହିନଥିଲେ । କମଲନାଥ ସରକାର ଭାଙ୍ଗିବା ପଛରେ ନରେନ୍ଦ୍ର ମୋଦୀଙ୍କ ହାତ ଥିଲା ।

ଏହାକୁ ନେଇ ମଧ୍ୟପ୍ରଦେଶରେ ରାଜନୀତି ସରଗରମ ହୋଇ ଉଠିଛି । କଂଗ୍ରେସ କହିଛି ଯେ, ଦଳ ତରଫରୁ ଯେଉଁ ଅଭିଯୋଗ ହେଉଥିଲା ତାହାକୁ ବିଜୟବର୍ଗୀୟା ସତ ବୋଲି ମାନିଛନ୍ତି । ଜନାଦେଶ ପାଇଥିବା କମଲନାଥ ସରକାର ନରେନ୍ଦ୍ର ମୋଦୀଙ୍କ ଇସାରାରେ ଭାଙ୍ଗିଦିଆଯାଇଛି ବୋଲି ଦଳ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.