Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଇରଙ୍ଗପୁର ଉପକାରାଗାରର ୧୬ କଏଦୀ କରୋନା ଆକ୍ରାନ୍ତ

10/04/2021 at 9:02 AM

ରାଇରଙ୍ଗପୁର ୧୦/୪ :ରାଜ୍ୟରେ ବେକାବୁ ହେବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ ବିଭିନ୍ନ ଜିଲ୍ଲାରୁ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି । ଆଜି ମୟୁରଭଞ୍ଜ ଜିଲ୍ଲାରୁ ୨୬ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ତେବେ ରାଇରଙ୍ଗପୁର ଜେଲରେ ଥିବା କଏଦୀମାନେ କରୋନାରେ ସଂକ୍ରମିତ ହେଲେଣି ।

ଉପ କାରାଗାରର ୧୬ ଜଣ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଏଠାରେ ଅନ୍ୟ କଏଦୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି । ଉପଖଣ୍ଡ ଚିକିତ୍ସାଳୟରେ ମୋଟ ୨୬ ଜଣଙ୍କ ନମୂନା ଟେଷ୍ଟିଂ ପାଇଁ ପଠାଯାଇଥିଲା । ତେବେ ସେଥିରୁ ୧୬ଜଣ ରାଇରଙ୍ଗପୁର ଉପକାରାଗାରର କଏଦୀ ବୋଲି ଜଣାପଡିଛି । ସମସ୍ତ କଏଦୀଙ୍କୁ ଜେଲ ଭିତରେ ହିଁ ଆଇସୋଲେସନରେ ରଖାଯାଇଛି । ପରେ ସେମାନଙ୍କ ଅବସ୍ଥା ଦେଖିବା କେଉଁଠିକି ସ୍ଥାନାନ୍ତର କରାଯିବ ସେନେଇ ନିଷ୍ପତ୍ତି ନିଆଯିବ ।

   Related Posts