କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ବେକ ଓ ଆଖି ପତାରେ ରହିଛି କ୍ଷତ ଚିହ୍ନ

Published By : Prameya-News7 Bureau | June 23, 2021 IST

ସୋର ୨୩।୦୬ : କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସୋର ଉପ କାରାଗାରରେ ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ମୃତ କଏଦୀଙ୍କ ନାମ କମଳାକାନ୍ତ ବାରିକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ମଙ୍ଗଳବାର ବିଳମ୍ବିତ ରାତିରେ କଏଦୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଆଣିଥିଲେ ଜେଲ କର୍ତ୍ତୃପକ୍ଷ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ କଏଦୀ ଜଣଙ୍କ ହେଲେ କମଳାକାନ୍ତ ବାରିକ । ମୃତ କଏଦୀଙ୍କ ବେକ ଓ ଆଖି ପତାରେ କ୍ଷତ ଚିହ୍ନ ରହିଛି l କଏଦୀ କମଳାକାନ୍ତଙ୍କ ମୃତ୍ୟୁରେ ସନ୍ଦେହ ପ୍ରକାଶ ପାଇଛି l ଗତ କିଛି ଦିନ ତଳେ ଉପ କାରାଗାରରେ ଜଣେ କଏଦୀର ମୃତ୍ୟୁ ହୋଇଥିଲା l ତେଣୁ ସୋର ଉପକାରାଗଗରେ କଏଦୀଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.