Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କୋଭିଡ଼ କେୟାର ସେଣ୍ଟରରେ ବିଚାରାଧିନ କଏଦୀ ମୃତ, ଚିକିତ୍ସାଧୀନ ଅବସ୍ଥାରେ ବୁଜିଲେ ଆଖି

6/06/2021 at 10:31 AM

ପଦ୍ମପୁର ୦୬।୦୬:  ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ । କୋଭିଡ଼ କେୟାର ସେଣ୍ଟରରେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଘଟିଛି ଘଟଣା ।

ଖବର ଅନୁଯାୟୀ, ବରଗଡ଼ ପାଇକମାଲ ଥାନା ଢେଙ୍କିମୁଣ୍ଡା ଗାଁର ଛତରାମ ଧନଓ୍ବରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଗତ ନଭେମ୍ବର ୨୦୨୦ରୁ ପଦ୍ମପୁର ଉପକାରାଗାରେ ବିଚାରଧିନ କଏଦୀ ଭାବରେ ଥିଲେ । ତେବେ ଗତ ମେ ମାସ ୨୧ ତାରିଖ ଦିନ ପଦ୍ମପୁର ଉପକାରାଗାର ଅନ୍ତେବାସୀ ମାନଙ୍କ କରୋନା ପରୀକ୍ଷା କରାଯାଇଥିଲା ଏବଂ ସେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଏହାପରେ ୨୩ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଶନିବାର ସନ୍ଧ୍ୟା ପ୍ରାୟ ୭.୫୦ରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୄତ୍ୟୁ ହୋଇଥିବା ସୂଚନା ରହିଛି ।

   Related Posts