ରାଜଧାନୀରେ କଙ୍ଗାରୁକୋର୍ଟ, ୩ ମହିଳା ଗିରଫ

Published By : Prameya-News7 Bureau | September 23, 2021 IST

ଭୁବନେଶ୍ୱର ୨୩।୦୯: ରାଜଧାନୀରେ କଙ୍ଗାରୁକୋର୍ଟ । ସର୍ବସାଧାରଣରେ ୨ଜଣ ନାବାଳକ ପିଲାଙ୍କୁ ଆଣ୍ଠେଇବା  ସହ ଉଠ୍‌ ବସ୍‌ କଲେ ମହିଳା । ବିନା ଦୋଷରେ ଦଣ୍ଡ ଦେବା ସହ ୫ହଜାର ଟଙ୍କାର ଜରିମାନ କରିଥିଲେ । ଏନେଇ ୩ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

wp:html /wp:html

ଖବର ଅନୁଯାୟୀ, ଅନେକ ସମୟରେ ଉପାନ୍ତ ଅଞ୍ଚଳରୁ କଙ୍ଗାରୁ କୋର୍ଟର ମାମଲା ସାମ୍ନାକୁ ଆସିଥାଏ । କିନ୍ତୁ ଏଥର କଙ୍ଗାରୁ କୋର୍ଟ ମାମଲା ଆସିଛି ଖୋଦ୍‌ ରାଜ୍ୟର ରାଜଧାନୀ ସାଲିଆସାହିରୁ । ସର୍ବସାଧାରଣରେ ୨ଜଣ ନାବାଳକ ପିଲାଙ୍କୁ ଆଣ୍ଠେଇବା  ସହ ଉଠ୍‌ ବସ୍‌ କଲେ ମହିଳା । ଏନେଇ ସାଲିଆ ସାହିରେ ବହୁ ହେବ ଆତଙ୍କ ମଚାଉଥିବା ସୂଚନା ମିଳିଥିଲା । ଏହାପରେ ଏବେ ସାଲିଆ ସାହିରୁ ୩ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.