ଚିକିତ୍ସାଧୀନ ଅବସ୍ଥାରେ କଏଦୀ ମୃତ, ସ୍ତ୍ରୀକୁ ମାର୍‌ପିଟ୍‌ ଘଟଣାରେ ବିଚାରାଧିନ ଥିଲେ ସୁରଜ

Published By : Prameya-News7 Bureau | March 01, 2020 IST

ମୋରଡା ୦୨।୦୩ :  ବାରିପଦା ସ୍ଥିତ ପିଆରଏମ୍ ମେଡିକାଲରେ ବାରିପଦା ମଣ୍ଡଳ କାରାଗାରର ଜଣେ ବିଚାରାଧିନ କଏଦୀଙ୍କ ମୃତ୍ୟୁ । ମୃତକ ସୁରଜ ନାଥ (୪୫) ସମ୍ବଲପୁର ଜିଲ୍ଲାର ବିକମପୁର ଅଞ୍ଚଳର ବାସିନ୍ଦା  ବୋଲି ଜଣାପଡିଛି । ମୟୂରଭଞ୍ଜ ଜିଲ୍ଲା ମୋରଡା ଠାରେ ପ୍ରେମ ବିବାହ କରି ରହି ଆସୁଥିଲେ ସୁରଜ।

{"id":231197,"sizeSlug":"large"}

ଗତ ଶୁକ୍ରବାର ଦିନ ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ କୁମୁଦିନୀ ମହାକୁଡଙ୍କୁ ମାର୍‌ପିଟ୍ କରିବା ପରେ ମାରଣାସ୍ତ୍ର ଆକ୍ରମଣ କରିଥିଲେ । ଯାହାକୁ ନେଇ କୁମୁଦିନୀ ମୋରଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ସୁରଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ସୁରଜଙ୍କ ପକ୍ଷରୁ ଜାମିନ ଅବେଦନ ଖାରଜ କରାଯାଇଥିଲା । ଯାହାକୁ କୋର୍ଟ ଖାରଜ କରିଦେଇଥିଲେ । ପରେ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା। ହଠାତ୍ ଅସୁସ୍ଥ ହେବାରୁ ସୁରଜଙ୍କୁ ଜେଲ୍ କର୍ତ୍ତୃପକ୍ଷ ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ରବିବାର ଦିନ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର। ସୁରଜର ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି ଆଲୋଚନା ହେଉଛି । ସୁରଜକୁ ପୋଲିସ କେତେବେଳେ ଜେଲ କତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ ତାର ସିସିଟିଭି ଫୁଟେଜ ଯାଞ୍ଚ କରାଗଲେ ପ୍ରକୃତ ଚିତ୍ର ସାମ୍ନାକୁ ଆସିବା ବୋଲି  ବିଭିନ୍ନ ମହଲରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.