Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||
  • ଚିନ୍ତା ବଢାଇଲାଣି କରୋନାର ୨ୟ ଲହର : ଆଜି PM-CM ଆଲୋଚନା, କୋଭିଡ -19 ର ସ୍ଥିତି ଏବଂ ଟିକା ବିତରଣ ନେଇ ସମୀକ୍ଷା
  • ||
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||

ଘରଡିହ ବିବାଦରୁ ଗଡ଼ିଲା ମୁଣ୍ଡ, କଇଁଚି ଭୁସି ଯୁବକଙ୍କୁ ହତ୍ୟା

17/07/2020 at 1:19 PM

ଡ଼ମ୍ୱା୧୭/୭: ଘରଡ଼ିହ ବିବାଦକୁ କେନ୍ଦ୍ର କରି ପଡୋଶୀଙ୍କୁ କଇଁଚି ଭୁସି ହତ୍ୟା । ଏଟିଏମ୍‌ ବାରଣ୍ଡାରେ ପଡ଼ି ଜୀବନ ହାରିଲେ ଯୁବକ । ଏଭଳି ଏକ ବର୍ବର ହତ୍ୟାକାଣ୍ଡ ଦେଖିବାକୁ ମିଳିଛି କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ପଙ୍କାଳ ଗ୍ରାମରେ । ମୃତକ ଜଣକ ହେଲେ ଗୋପାଳ ସାହୁ(୨୭) । ଅଭିଯୁକ୍ତ ଭରତ ସାହୁ(୪୦)କୁ ପୁଲିସ୍‌ ଗିରଫ କରିଥିବା ବେଳେ ଗୋପାଳଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ମିଳିଥିବା ସୂଚନା ମୁତାବକ, ପଙ୍କାଳ ଗ୍ରାମରେ ଗୋପାଳ ସାହୁ ଓ ଭରତ ସାହୁଙ୍କ ଘର । ଉଭୟେ ପଡ଼ୋଶୀ । ଘରଡ଼ିହକୁ ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଏମିତିକି ପୂର୍ବରୁ ଉଭୟେ ହାତାହାତି ମଧ୍ୟ ହୋଇଥିଲେ । ଘଟଣାକୁ କେନ୍ଦ୍ର କରି ଭରତ ପୂର୍ବରୁ ଥରେ ଗୋପାଳଙ୍କ ପେଟରେ ପେଚ୍‌କସ୍‌ ଭୁସି ଦେଇଥିଲା । ଏଥିରେ ଗୋପାଳ ଆହତ ମଧ୍ୟ ହୋଇଥିଲେ । ତେବେ ଏଘଟଣାକୁ ବହୁତ ଦିନ ବିତିଥିବା ବେଳେ ଗତ ସପ୍ତାହେ ଧରି ଉଭୟଙ୍କ ମଧ୍ୟରେ ବିବାଦ ଘନେଇଥିଲା । ପରସ୍ପରକୁ ଗାଳିଦେବା ଏବଂ ଠେଲାପେଲା ମଧ୍ୟ କରିଥିଲେ । ଗୋପାଳଙ୍କୁ ଉଚିତ୍‌ ଶିକ୍ଷା ଦେବା ନେଇ ଏକ ସୁଯୋଗକୁ ଅପେକ୍ଷା କରି ରହିଥିଲେ ଭରତ । ଗୋପାଳ ଗୋପପୁର ଏଟିଏମ ନିକଟରେ ଛିଡ଼ା ହୋଇଥିବା ବେଳେ ଭରତ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲା । ଏକ ଧାରୁଆ କଇଁଚିରେ ପେଟକୁ ଭୁସି ଦେଇଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ଘଟଣା ସ୍ଥଳରେ ହିଁ ଗୋପାଳଙ୍କ ମୃତ୍ୟୁ ହୋଇଯାଇଥିଲା । ୧୦୮ ଆମ୍ବୁଲାନ୍ସ ଯୋଗେ ବଡ଼ମ୍ୱା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା ।

ଏ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ବିଚ୍‌ ରାସ୍ତା ଉପରେ ଜଣେ ଯୁବକଙ୍କ ହତ୍ୟା କରାଯିବାକୁ କେନ୍ଦ୍ର କରି ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଘଟଣା ସମ୍ପର୍କରେ ମୃତ ଗୋପାଳର ବଡ଼ ଭାଇ ମାନଗୋବିନ୍ଦ ସାହୁ ମାଣିଆବନ୍ଧ ଫାଣ୍ଡିରେ ଏତଲା ଦେବା ପରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଖୋଜିଥିଲା । ବହୁ ଚକ୍‌ମା ଦେବା ପରେ ଶେଷରେ ଭରତଙ୍କୁ ପୁଲିସ୍‌ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରାଯାଉଥିବା ଫାଣ୍ଡି ଅଧିକାରୀ ବସନ୍ତ କୁମାର ଶତପଥୀ କହିଛନ୍ତି । ମୃତ ଗୋପାଳଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ପ୍ରଦାନ କରାଯାଇଛି । ଅଭିଯୁକ୍ତ ଭରତ ସମ୍ପୃକ୍ତ ଅଞ୍ଚଳର ଜଣେ ରାଜନୈତିକ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ୩ମାସ ମଧ୍ୟରେ କଟକ ଗ୍ରାମାଞ୍ଚଳରେ ଏହା ଷଷ୍ଠ ହତ୍ୟାକାଣ୍ଡ । କରୋନା ଜନିତ ଲକ୍‌ଡାଉନ୍‌ ଭିତରେ ବି ଅପରାଧୀ ହତ୍ୟାକାଣ୍ଡ ଭଳି ସଂଗୀନ୍‌ ଅପରାଧ ଘଟାଉଛନ୍ତି । ଦିନ ଦୁଇପହରେ ବିଚ୍‌ ରାସ୍ତା ଉପରେ ଲୋକଙ୍କୁ ହତ୍ୟା କରାଯାଉଛି । ଦିନକୁ ଦିନ ପୁଲିସ୍‌ ଠାରୁ ଅପରାଧୀମାନଙ୍କର ଭୟ ଦୂରେଇଯାଉଥିବା ଦେଖିବାକୁ ମିଳୁଛି । ନୂଆ ଏସ୍‌ପି ଯୁଗଳ କିଶୋର ବିନୋଥ୍‌ ଯୋଗଦେବାର ୫ଦିନ ଭିତରେ ଦୁଇଟି ହତ୍ୟାକାଣ୍ଡ ଘଟିବା ନିଶ୍ଚିତ ଭାବେ କଟକ ଗ୍ରାମାଞ୍ଚଳ ପୁଲିସ୍‌ ପାଇଁ ଚାଲେଞ୍ଜ ବୋଲି କୁହାଯାଇପାରେ ।

   Related Posts