ଦୁର୍ଦ୍ଦାନ୍ତ ଦଇତାରୀ ପଣ୍ଡା ବଜାଉଥିଲେ ଢୋଲ , ହେଲେ କାନ୍ଦିଲେ କାହିଁକି ?

Published By : Prameya-News7 Bureau | February 12, 2020 IST

ଭୁବନେଶ୍ବର ୧୨/୦୨- ଦୁର୍ଦ୍ଦାନ୍ତ ଦଇତାରୀ ପଣ୍ଡା ।ଭୟଙ୍କର ଖଳନାୟକ । ମଞ୍ଚ ଦୁଲୁକାଇ ଦିଏ ତାଙ୍କ ଫୁଟ୍‌ ଷ୍ଟେପ୍ , ଦର୍ଶକଙ୍କ ଚମକାଇ ଦିଏ ତାଙ୍କ ଡାଏଲଗ୍  । ଭିନ୍ନ ଠାଣି, ଭୟଙ୍କର ମୂଖ ଭଙ୍ଗି । ସତରେ କ’ଣ କଳାକାର ଜଣେ ଏପରି ଭୟଙ୍କର ଅଭିନୟ କରିପାରେ ?  ତାର ଉତ୍ତର ହଁ , ଆଉ ସେ ପରା ଦଇତାରୀ ପଣ୍ଡା । କେଇ ଦଶକ ଧରି ଓଡ଼ିଶାର ଯାତ୍ରା ଜଗତରେ ସେ ଚଳାଇ ଆସିଛନ୍ତି ରାଜ୍‌ । କିନ୍ତୁ ସେହି ଦଇତାରୀ ପଣ୍ଡା କ’ଣ କାନ୍ଦିପାରେ ? କାନ୍ଦି କାନ୍ଦି ତାର ଭାଇ ସହ ଭଗାରି ପଣର କଥା କହିପାରେ ? ତାର ଆଖି ଓଠ ଏମିତି ଦୁଃଖରେ ଥରେ ଆଉ ଲୁହ ଝରେ ଅବିରତ ?

 ହଁ ଦଇତାରୀ ପଣ୍ଡା ଓରଫ ଶଙ୍କରା କାନ୍ଦେ ।ଢୋଲ ବାଡେଇ ଲୋକଙ୍କୁ ଖୁସି କରିପାରେ ଆଉ ଖୁସିର ସ୍ବପ୍ନ ଦେଖି ନିରାଶାରେ କାନ୍ଦେ । କାରଣ ଭାଙ୍ଗିଯାଏ ଶଙ୍କରାର ସ୍ବପ୍ନ ।ଢୋଲ ବାଡେଇ ବାଡେଇ ସେ ତାର ଭାଇର ଭାଗ୍ୟକୁ ସିନା ଖୋଲି ଦେଇପାରେ , କିନ୍ତୁ ନିଜ ସ୍ବପ୍ନ ଉପରେ ଢାଙ୍କି ଥିବା କଳା ବାଦଲକୁ ହଟାଇପାରେନି । ଭାଇ ଡାକ୍ତର ହେବା ପରେ ଢୋଲ ପିଟୁଥିବା ଶଙ୍କରା ଆଗକୁ ଆଗକୁ କେତେ ଭାବିଯାଏ ।ଲୋକେ ଆଗ ତାକୁ ହିଁ ମୁଣ୍ଡିିଆ ମାରିବେ, ସମାଜରେ , ଗାଁ ଆଉ ସାହୀ ପଡିଶାରେ ତାର ସମ୍ମାନ ଖାତିର ଢେର ବଢିବ । ଏମିତି ଭାବିଥିବା ଶଙ୍କରା କିନ୍ତୁ ଜାଣେନି ବିହି ଲେଖିଛି ଅଲଗା । ଡାକ୍ତରଭାଇ ଏବଂ ଥିଲାବାଲା ଘରର ଝିଅ ମଧ୍ୟରେ ପ୍ରେମରୁ ବଦଳିଯାଏ ଘର- ପରିବାରର ସଂପର୍କ । ସ୍ନେହଁ , ଭକ୍ତି ଏବଂ ଅଧିକାର ଯାଏ ବଦଳି ।ଭାଇ ଭାଇର ସଂପର୍କ ରେ ଭଟ୍ଟା ।ପରିବାର ଭିତରେ ସଂଘର୍ଷ । ବିଚରା ଶଙ୍କର , ନିରୂପାୟ । ତା ଆଖିରୁ ଝରେ ଲୁହ । ଅମାନିଆ ଉଭୟେ । 

wp:html /wp:html

 ଏ ହେଉଛି ମଞ୍ଚର ଶଙ୍କରା ଓରଫ ଦଇତାରୀ ପଣ୍ଡାଙ୍କ କାହାଣୀ । ଖଳନାୟକ ଭୂମିକାରୁ ଏବେ ଚରିତ୍ର ଅଭିନେତାକୁ ଓହ୍ଲାଇଛନ୍ତି ଜୀଅନ୍ତା ଶବ, ବାଘ କାନ୍ଦୁଛି, ମୁଦ୍ରା ରାକ୍ଷssସ, ସାତ ଟଙ୍କାର ସାନବୋହୂ ଭଳି ନାଟକର ସେହି ଭୟଙ୍କର ଭିଲିୟାନ । କିନ୍ତୁ ଅଭିନେତା ହିଁ ତ ଅଭିନେତା, ତାହା ହିଁ ସେହି ଶବ୍ଦର ଅର୍ଥ ଆଉ ବିଶେଷତ୍ବ । କୋଣାର୍କ ଗଣନାଟ୍ୟର ଆଖି ଅବୁଝା, ଲୁହ ଅବୁଝା  ନାଟକରେ ଶଙ୍କରା ଚରିତ୍ର ଦେଖିଲେ , ଏ ଯେ ସେହି ଦଇତାରୀ ପଣ୍ଡା ତାହା ଭାବିହେବନି ସହଜରେ ।ଆଖିରେ ଲୁହ ଆଉ ଅଭିନୟ ବେଶ ଜୀବନ୍ତ ।ଦୀପକ ଜେନାଙ୍କ ରଚନାରେ ଗୁରୁପ୍ରସାଦଙ୍କ ନିର୍ଦ୍ଦେଶନା ଯାହା ବି ହେଉ , କିନ୍ତୁ ଦଇତାରୀ ପଣ୍ଡା ଆଖିରେ ଲୁହ ଦର୍ଶକଙ୍କୁ ବେଶି ଛୁଇଁଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.