କେବେ କରିନାହାନ୍ତି ତିନି ଖାନ୍‌ଙ୍କ ସହ ଅଭିନୟ, ମାତ୍ର ବଲିଉଡ୍‌ର ରାଣୀ ହୋଇ ରହିଛନ୍ତି ଏହି ଅଭିନେତ୍ରୀ

Published By : Prameya-News7 Bureau | December 11, 2018 IST

ମୁମ୍ବାଇ ୧୧|୧୨: ଅଭିନେତ୍ରୀ କଙ୍ଗନା ରଣାଓ୍ବତ ତାଙ୍କର ଆଗାମୀ ଫିଲ୍ମ ‘ମଣିକର୍ଣ୍ଣିକା’କୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଏହାସହ କଙ୍ଗନା ତାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ର ପ୍ରମୋଶନରେ ମଧ୍ୟ ଖୁବ୍ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ଚାଲନ୍ତୁ ଜାଣିବା କଙ୍ଗନା ରଣାଓ୍ବତଙ୍କ ଫିଲ୍ମ କ୍ୟାରିୟର ସମ୍ବନ୍ଧରେ କିଛି କଥା ।

{"id":62892}

ଆଜି ପର୍ଯ୍ୟନ୍ତ କଙ୍ଗନା ବଲିଉଡ୍‌ର ଚର୍ଚ୍ଚିତ ତିନି ଖାନ୍ ଶାହରୁଖ, ସଲମାନ ଏବଂ ଅମିରଙ୍କ ସହ କୌଣସି ବି ଫିଲ୍ମରେ ଥରେ ହେଲେ ବି ଅଭିନୟ କରିନାହାନ୍ତି । ମାତ୍ର ବଲିଉଡ୍‌ରେ ସେ ରାଣୀ ହୋଇ ରହିଛନ୍ତି । ବଲିଉଡ୍ ଇଣ୍ଡଷ୍ଟ୍ରିର ଏହି ତିନିଖାନ୍‌ଙ୍କ ମଧ୍ୟରୁ ଜଣଙ୍କ ସହ ଫିଲ୍ମରେ କାମ କଲେ ଅଭିନେତ୍ରୀମାନେ ନିଶ୍ଚିତ ସଫଳ ହୋଇଥାନ୍ତି ବୋଲି କୁହାଯାଏ । ମାତ୍ର ଏ କଥାକୁ ଭୁଲ୍ ପ୍ରମାଣିତ କରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାଓ୍ବତ । କଙ୍ଗନା ଏପର୍ଯ୍ୟନ୍ତ ତିନି ଖାନ୍‌ଙ୍କ ସହ ଅଭିନୟ କରିନାହାନ୍ତି । ସେ ନିଜ ପରିଶ୍ରମ ବଳରେ ବଲିଉଡ୍‌ରେ ନିଜର ସ୍ଥାନ ହାସଲ କରିଛନ୍ତି । କଙ୍ଗନାଙ୍କୁ ଲୋକମାନେ ବଲିଉଡ୍‌ର ରାଣୀ ବୋଲି କହିଥାନ୍ତି । କାରଣ ସେ ବହୁତ ଧର୍ଯ୍ୟଶୀଳ । ବଲିଉଡ୍ ଇଣ୍ଡଷ୍ଟ୍ରିରେ ହେଉଥିବା ଖରାପ କାମକୁ ନେଇ ସେ କେତେଥର ନିଜ ସ୍ବର ଉଠାଇସାରିଲେଣି । ସେ ବଡ ବଡ ଅଭିନେତ୍ରୀମାନଙ୍କ ସହ ମଧ୍ୟ ଲଢେଇ କରିଦିଅନ୍ତି ।

{"id":62893}

କଙ୍ଗନା ନିଜର ଫିଲ୍ମ ‘ମଣିକର୍ଣ୍ଣିକା’ ପାଇଁ ପ୍ରାୟ ୧୫କୋଟି ଟଙ୍କା ଫିସ୍ ନେଇଛନ୍ତି । ଫିଲ୍ମ ‘ମଣିକର୍ଣ୍ଣିକା’ ୨୫ଜାନୁଆରୀ ୨୦୧୯ରେ ରିଲିଜ୍ ହେବାକୁ ଯାଉଛି । କିଛି ଦିନ ପୂର୍ବରୁ କଙ୍ଗନା ରଣାଓ୍ବତଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ସେହି ସମୟରେ ତାଙ୍କୁ ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏମିତି ମଧ୍ୟ ଆଗରୁ କଙ୍ଗନା କେତେଥର ନିଜର ଶାଢୀ ଲୁକ୍ ଏବଂ ଡ୍ରେସିଂ ସେନ୍ସକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.