ପାରୋଲରେ ଆସି କଏଦୀଙ୍କ ଆତ୍ମହତ୍ୟା, ଆଜି ଫେରିଥାନ୍ତେ ଜେଲ୍‌କୁ…

Published By : Prameya-News7 Bureau | September 18, 2021 IST

ନିଶ୍ଚିନ୍ତକୋଇଲି ୧୮।୦୯: ପାରୋଲ୍‌ରେ ଆସି କଏଦୀଙ୍କ ଆତ୍ମହତ୍ୟା । ମୃତ କଏଦୀ ଜଣଙ୍କ କଟକ ଜିଲ୍ଲା ମାହାଙ୍ଗା ଥାନା ବରାହିପୁର ଗାଁର ରାଜକିଶୋର ନାୟକ  ବୋଲି ଜଣାପଡିଛି । ତାଙ୍କ ବୟସ ୫୮ ବର୍ଷ ହେବ ବୋଲି ଅନୁମା କରାଯାଉଛି । ତେବେ ଆତ୍ମହତ୍ୟା କାରଣ ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରାଜକିଶୋର ନାୟକ  ପୁରୀ କାକଟପୁର ଅଞ୍ଚଳର ହୋଇଥିବା ବେଳେ ଶ୍ଵଶୁର ଘର କଟକ ଜିଲ୍ଲା ମାହାଙ୍ଗା ଥାନା ବାରାହୀପୁରରେ ଦୀର୍ଘ ବର୍ଷ ହେବ ରହିଆସୁଥିଲେ।  ସେ ୨୦୦୮ରେ ମାହାଙ୍ଗାର ତ୍ରିବେଣୀଶ୍ବର ବଜାରରେ ହୋଇଥିବା ବୋମାମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ତାଙ୍କର  ସଂପୃକ୍ତ ଥିବା ଅଭିଯୋଗରେ ଚୌଦାର ଜେଲ୍‌ରେ ସେ  ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିଲେ । ଗତ ମେ ମାସ ୨୧ ତାରିଖରେରେ କରୋନା ସଂକ୍ରମଣ ପାଇଁ ସେ ଘରକୁ  ପାରୋଲରେ ଆସିଥିଲେ । ପାରୋଲ ଶେଷ ପରେ ଆଜି ତାଙ୍କର ଜେଲ ଫେରିବାର ଦିନ ଥିଲା । ହେଲେ ସକାଳୁ ବେକରେ ଏକ ଲୁଗାରେ  ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଓ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ କଟକ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.