Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୈତାନ ସ୍ୱାମୀ, ସ୍ତ୍ରୀର ତଣ୍ଟିଚିପି କଲା ହତ୍ୟା !
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ସ୍ବର୍ଗତ କାଦର ଖାନଙ୍କ ପତ୍ନୀ ଥିଲେ ଖୁବ୍‌ ସୁନ୍ଦର, ପତ୍ନୀ ଓ ପରିବାର ପାଇଁ କେତେ କୋଟିର ସମ୍ପତ୍ତି ଛାଡିଯାଇଛନ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

5/01/2019 at 4:30 PM

ମୁମ୍ବାଇ ୫|୧: ୨୦୧୮ ମସିହା ଡିସେମ୍ବର ୩୧ ତାରିଖ ବରିଷ୍ଠ ଅଭିନେତା କାଦର ଖାନଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ବଳିଷ୍ଠ ଅଭିନୟ ସବୁବେଳ ପାଇଁ ସ୍ମୃତି ହୋଇ ରହିଲା। କାଦର ଖାନଙ୍କ ପୁଅ ମଧ୍ୟ ବଲିଉଡରେ ଚର୍ଚ୍ଚିତ। କିନ୍ତୁ କାଦର ଖାନଙ୍କ ପତ୍ନୀଙ୍କୁ ଅନେକ ଲୋକ ଜାଣିନଥିବେ। ତାଙ୍କ ସ୍ତ୍ରୀ ଦେଖିବାକୁ ଖୁବ ସୁନ୍ଦର । ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଲା ସେ ଛଡି ଯାଇଛନ୍ତି କୋଟି କୋଟି ଟଙ୍କାର ସମ୍ପତ୍ତି ।

କାଦର ଖାନଙ୍କ ଜନ୍ମ ୧୯୩୭ ମସିହା ୨୨ ଅକ୍ଟବରରେ ହୋଇଥିଲା। ତାଙ୍କ ଜନ୍ମ ଅଫଗାନିସ୍ଥାନରେ ହୋଇଥିଲା। ବଲିଉଡରେ ତାଙ୍କ ଜବରଦସ୍ତ କମେଡି ଓ ଭିଲେନ ଅଭିନୟ ପାଇଁ ସେ ଖୁବ ପ୍ରତିଷ୍ଠା ଲାଭ କରିଥିଲେ। ୧୯୭୩ ମସିହାରେ ଦାଗ ଚଳଚ୍ଚିତ୍ରରୁ କାଦର ଖାନ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ। ୧୯୭୩ ମସିହାରୁ ୨୦୧୮ ପର୍ଯ୍ୟନ୍ତ, ୩୦୦ରୁ ଅଧିକ ସିନେମାରେ କାମ କରିଥିଲେ। ସେଥି ମଧ୍ୟରୁ କାଦର ଖାନଙ୍କର ଅନେକ ଭୂମିକା ଓ ଡାଇଲଗ ସୁପରହିଟ ହୋଇଛି। ତାଙ୍କ ପତ୍ନୀ ଅଜରା ଖାନ ଦେଖିବାକୁ ବହୁତ ସୁନ୍ଦର। ସେ କାଦର ଖାନଙ୍କୁ ବହୁତ ଭଲ ପାଉଥିଲେ। ଏବଂ ଖୁବ ଭଲ ଭାବରେ ତାଙ୍କର ଯତ୍ନ ନେଉଥିଲେ। କାଦର ଖାନ ଓ ଅଜରା ଖାନଙ୍କର ପୁଅ ସରଫରାଜ ଖାନ ମଧ୍ୟ ବଲିଉଡରେ କାମ କରନ୍ତି। କାଦର ଖାନ ନିଜ ପରିଶ୍ରମରେ ୬୮ କୋଟି ଟଙ୍କା ସମ୍ପତ୍ତି ଠୁଳ କରିଛନ୍ତି ଯାହା ତାଙ୍କ ସ୍ତ୍ରୀ ଓ ପୁଅଙ୍କ କାମରେ ଆସିବ।        

   Related Posts