କୋଲେଷ୍ଟ୍ରୋଲକୁ କମ୍ କରି ରକ୍ତଚାପକୁ ନିୟନ୍ତ୍ରଣ ରଖିଥାଏ କାବୁଲି ଚଣା : ଜାଣନ୍ତୁ କିପରି

Published By : Prameya-News7 Bureau | January 21, 2019 IST

ଅଧିକାଂଶ ଲୋକେ ଛୋଲେ ଭଟୁରେ ଏବଂ ଛୋଲେ ଚାଓ୍ବଲ୍ ଖାଇବାକୁ ପସନ୍ଦ କରିଥାନ୍ତି। କାବୁଲି ଚଣା ଯାହାକୁ ଆମେ ଛୋଲେ ମଧ୍ୟ କହିଥାଉ ଏହା ଖାଇବାକୁ ଯେତିକି ସୁଆଦିଆ ଲାଗିଥାଏ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭପ୍ରଦ ହୋଇଥାଏ। ଏହା ପ୍ରୋଟିନର ଏକ ଉତ୍ତମ ସ୍ରୋତ। ଏଥିରେ ଅନ୍ୟ ଡାଲି ତୁଳନାରେ ୧୨ରୁ ୧୫ଗ୍ରାମ୍ ପ୍ରୋଟିନ୍ ରହିଥାଏ। ଏହା ସହିତ ଏହା ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।

{"id":76442}

୧.ଆନିମିଆକୁ ଦୂର କରିଥାଏ: କାବୁଲି ଚଣା ଲୈାହର ମଧ୍ୟ ଏକ ଉତ୍ତମ ସ୍ରୋତ। ଏହା ଖାଇବା ଦ୍ବାରା ଆନିମିଆ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଏଥିପାଇଁ ଡାକ୍ତର ଶରୀରରେ ରକ୍ତ ଅଭାବ ହେବା ନିମନ୍ତେ ଶିଶୁଙ୍କୁ,ଗର୍ଭବତୀ ମହିଳାଙ୍କୁ ଏବଂ ସ୍ତନ୍ୟପାନ କରାଉଥିବା ମହିଳାଙ୍କୁ କାବୁଲି ଚଣା ଖାଇବାକୁ ପରାମର୍ଶ ଦେଇଥାନ୍ତି।

{"id":76444,"width":595,"height":373}

୨.ଦାନ୍ତ ମଜବୁତ ହୋଇଥାଏ: କାବୁଲି ଚଣାରେ ପାଖାପାଖି ୨୮ପ୍ରତିଶତ ଫସଫରସ୍ ଥାଏ। ଏହା ଶରୀରରେ ନୂଆ କୋଷ ଗଢ଼ିବାରେ ସହାୟକ ହୋଇଥାଏ। ଏହା ହେମୋଗ୍ଲୋବିନର ମାତ୍ରାକୁ ବଢ଼ାଇ ବୃକକରେ ଥିବା ବିଷାକ୍ତ ପଦାର୍ଥକୁ ସଫା କରିଥାଏ। ଏଥିପାଇଁ ବୃକକର ସୁରକ୍ଷା ପାଇଁ କାବୁଲି ଚଣା ଖାଇବା ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ଏଥିରେ ଲୁଣ ମିଶାଇ ଖାଇବା ଦ୍ବାରା ଦାନ୍ତ ମଜବୁତ ହୋଇଥାଏ। ଏଥିରେ ମୂତ୍ରବର୍ଦ୍ଧକ ଗୁଣ ହୋଇଥାଏ। ଏହା ମୂତ୍ର ସମସ୍ୟାକୁ ମଧ୍ୟ ରୋକିଥାଏ।

{"id":76445,"width":593,"height":333}

୩.ଓଜନ କମ୍ କରିଥାଏ : ଚଣା ଫାଇବରର ଶକ୍ତି କେନ୍ଦ୍ର ହୋଇଥାଏ। ଏହା ଭୋକକୁ ନିୟନ୍ତ୍ରଣ କରିଥାଏ ଏବଂ ଏହାକୁ ଖାଇଲେ କିଛି ସମୟ ପରେ ମଧ୍ୟ ଆପଣଙ୍କ ଶକ୍ତି ସ୍ତର ଠିକ୍ ରହିଥାଏ। ଏହା ଦ୍ବାରା ଆପଣଙ୍କ ଓଜନ କମିବାରେ ସହାୟକ ହୋଇଥାଏ। ଏହାକୁ ଗଜା କରି ଖାଇବା ଦ୍ବାରା ମଧ୍ୟ ଲାଭ ମିଳିଥାଏ।

{"id":76447,"width":600,"height":369}

୪.କୋଲେଷ୍ଟ୍ରୋଲ୍ କମ୍ କରିଥାଏ: ଚଣା ଶରୀରରୁ କୋଲେଷ୍ଟ୍ରୋଲକୁ କମ୍ କରିବାରେ ସାହାଯ୍ୟ କରିଥାଏ। ଏହା ଖାଦ୍ୟନଳୀରେ ପିତ୍ତ ସହ ମିଶି ରକ୍ତରେ ବଢ଼ୁଥିବା କୋଲେଷ୍ଟ୍ରୋଲକୁ କମ୍ କରିଥାଏ । ଏହା ଫଳରେ ହୃଦରୋଗର ସମ୍ଭାବନା କମ୍ ହୁଏ।

{"id":76448}

୫.ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ: ଉଚ୍ଚ ରକ୍ତଚାପ ଥିବା ରୋଗୀଙ୍କ ପାଇଁ କାବୁଲି ଚଣା ଖାଇବା ଲାଭଦାୟକ ହୋଇଥାଏ। ଚଣାରେ ଥିବା ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରବାରେ ସାହାଯ୍ୟ କରିଥାଏ।

{"id":76452}

୬.ପାଚନ ଶକ୍ତି ବଢ଼ାଇଥାଏ: ଚଣା ହଜମକୁ ଠିକ୍ କରି ପାଚନ ତନ୍ତ୍ରରେ ହେଉଥିବା ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଚଣାରେ ଫଟୋନ୍ୟୁଟ୍ରିଏଣ୍ଟ,ହାଇ ପ୍ରୋଟିନ୍,ଭିଟାମିନ୍ ଏବଂ ମିନେରାଲ ପ୍ରଚୁର ମାତ୍ରାରେ ରହିଥାଏ। ଯାହା କୋଷ୍ଠକାଠିନ୍ୟ,ଅମ୍ଳପିତ୍ତ ଏବଂ ବଦହଜମୀ ଏବଂ ଖାଦ୍ୟନଳୀରେ ହେଉଥିବା ସମସ୍ୟାରୁ ମୁକ୍ତି ଦେଇଥାଏ।

{"id":76454}

୭.ମାଂସପେଶୀକୁ ମଜବୁତ କରିଥାଏ: ଜିମ୍ ଯାଉଥିବା ବ୍ୟକ୍ତିଙ୍କ ପାଇଁ କାବୁଲି ଚଣା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ପ୍ରୋଟିନର ମୁଖ୍ୟ ସ୍ରୋତ ହୋଇଥାଏ। ଏହା ଦ୍ବାରା ମାଂସପେଶୀ ମଜବୁତ ହୋଇଥାଏ। ଏହାକୁ ସାଲାଡରେ ମିଶାଇ ମଧ୍ୟ ଖାଇପାରିବେ।

{"id":76455}

କିପରି ଚଣା ଖାଇବେ: କାବୁଲି ଚଣା ବହୁତ ସ୍ବାଦିଷ୍ଟ ଥାଏ କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ଏଥିରେ ଅତ୍ୟଧିକ ମସଲା ଏବଂ ଲଙ୍କା ମିଶାଇ ଖାଇବେ । ଏହାକୁ କମ୍ ମସଲା ସହ ସାଲାଡରେ ପକାଇ ଖାଇଲେ ଲାଭ ମିଳିବ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.