Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କାବୁଲ୍ ବିମାନ ବନ୍ଦରରେ ଅନ୍ତର୍ଜାତୀୟ ବିମାନ ଉଡାଣ ପାଇଁ ପ୍ରସ୍ତୁତି : ସମସ୍ତ ଏୟାଲାଇନ୍ସକୁ ସହଯୋଗ କରିବାକୁ ତାଲିବାନର ପ୍ରତିଶୃତି

27/09/2021 at 11:17 AM

କାବୁଲ ୨୭/୦୯ : କାବୁଲରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । କାବୁଲରୁ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡାଣ ସେବା ଆରମ୍ଭ କରିବା ପାଇଁ ଅପିଲ କରିଛି ତାଲିବାନ । ଏନେଇ ତାଲିବାନ ସରକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅବଦୁଲ୍‌ କହର ବଲ୍ଖୀ କହିଛନ୍ତି କି ବିମାନବନ୍ଦରରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଛି । ସମସ୍ତ ଏୟାରଲାଇନ୍‌କୁ ପୂର୍ଣ୍ଣ ସହଯୋଗ ପାଇଁ ତାଲିବାନ ପ୍ରତିଶ୍ରୁତି ଦେଇଛି । ଏବେ ସୀମିତ ସଂଖ୍ୟାରେ ଯାତ୍ରୀବାହୀ ବିମାନ ଓ ସହାୟତା ଆଣୁଥିବା ବିମାନ କାବୁଲ ଏୟାରପୋର୍ଟରୁ ଯାତାୟାତ କରୁଛନ୍ତି। ସ୍ୱାଭାବିକ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହୋଇ ନାହିଁ ।

ଏୟାରପୋର୍ଟ ଠିକ ହେବା ପରେ ଅନ୍ତର୍ଜାତୀୟ ଉଡ଼ାଣ ସ୍ୱାଭାବିକ ହେବ ବୋଲି ଆଶା ରଖିଛି ତାଲିବାନ। ଆମେରିକାର ଉଦ୍ଧାର କାର୍ଯ୍ୟ ବନ୍ଦ ହେବା ପରେ କାବୁଲ ଏୟାରପୋର୍ଟରୁ ବିମାନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ନିଶ୍ଚିତ କରିଛନ୍ତି ଯେ ବିମାନ ବନ୍ଦରର ଦୀର୍ଘ ଦିନ ଧରି ସ୍ଥଗିତ ରହିବା ସତ୍ତ୍ବେ କତାର, ବହାରେନ, ସଂଯୁକ୍ତ ଆରବ ଏମିରେଟ୍ସ,, ଉଜବେକିସ୍ତାନ, କାଜାଖସ୍ତାନ ଏବଂ ପାକିସ୍ଥାନରୁ ମାନବିକ ସହାୟତା ନେଇ ବିମାନ ଉଡ଼ାଣ ଗ୍ରହଣ କରିଛି। ଯେହେତୁ ଏବେ ତାଲିବାନ ଗ୍ରହଣ କରିଛି । ଏହା ସହ ଅନେକ କ୍ଷତିଗ୍ରସ୍ତ ମଧ୍ୟ ହୋଇଥିଲା ଏୟାରପୋର୍ଟ। ପୁଣି ମରାମତି ପରେ କାର୍ଯ୍ୟକ୍ଷମ ହୋଇଥିବା ନେଇ ତାଲିବାନ କହିଛି।

   Related Posts