ଚାରି ଦିନ ପର୍ଯ୍ୟନ୍ତ ପଡିରହିଥିଲା ପରଭିନ ବାବିଙ୍କ ମୃତ ଦେହ , ଅନ୍ତିମ ସଂସ୍କାରରେ ପହଞ୍ଚିଥିଲେ ତାଙ୍କ ତିନି ପ୍ରେମୀକ

Published By : Prameya-News7 Bureau | April 13, 2021 IST

ମୁମ୍ବାଇ ୧୩/୦୪: ଅଭିନେତା କବୀର ବେଦୀ ତାଙ୍କ ଫିଲ୍ମ ସହିତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ତାଙ୍କର ବାୟୋଗ୍ରାଫି 'ଷ୍ଟୋରିଜ୍ ଆଇ ମଷ୍ଟ ଟେଲ୍: ଦି ଇମୋସନାଲ୍ ଲାଇଫ୍ ଅଫ୍ ଦି ଆକ୍ଟର୍' ରିଲିଜ୍ ହୋଇଛି ।  ତାଙ୍କ ବାୟୋଗ୍ରାଫି ପ୍ରକାଶ ପାଇବା ମାତ୍ରେ ପୁଣି ଥରେ ତାଙ୍କ ଲଭ୍ ଲାଇଫ୍ କୁ  ନେଇ ଚର୍ଚ୍ଚା ହେଉଛି । କବୀର ବେଦୀ ପୁସ୍ତକରେ ତାଙ୍କର ଭାଙ୍ଗିଯାଇଥିବା ବିବାହଠୁ ଆରମ୍ଭ କରି ପରଭିନ ବାବିଙ୍କ ସହ ସମ୍ପର୍କ ବିଷୟରେ ଅନେକ ଖୁଲାସା କରିଛନ୍ତି ।

{"id":437794,"width":600,"height":399,"sizeSlug":"large","linkDestination":"none"}

କବୀର ବେଦୀ ଓଡିଶା ନୃତ୍ୟଶିଳ୍ପୀ ପ୍ରତିମା ଗୁପ୍ତାଙ୍କୁ ବିବାହ କରିଥିଲେ । ତଥାପି ସେ ଖୁବ୍ ଶୀଘ୍ର ସେହି ସମୟର ସୁନ୍ଦର ଅଭିନେତ୍ରୀ ପରଭିନ ବାବିଙ୍କ ପ୍ରେମରେ ପଡିଯାଇଥିଲେ । ସେହି ସମୟରେ ପରଭିନ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିଲେ । କବୀର ଲେଖିଛନ୍ତି ‘ମୋର ମନେ ଅଛି ଆମର ପ୍ରେମ ଏବଂ ଉତ୍ସାହ’ । ମୁଁ ତାଙ୍କ ମାନସିକ ସ୍ଥିତିକୁ ଅନୁଭବ କରିଥିଲି ଏବଂ ଦୀର୍ଘ ସମୟ ଧରି ଚାପିରଖିଥିବା କ୍ରୋଧ ବାହାରି ଆସିଥିଲା । ମୁଁ ମନେ ପକାଇଲି ଯେ ଏହା ତାଙ୍କ ଦୋଷ ନୁହେଁ । ବୋଧହୁଏ ମୁଁ ମଧ୍ୟ ସମାନ ଦୋଷୀ । ବୋଧହୁଏ ମୋତେ ପୂର୍ବରୁ ଚାଲିଯିବାର ଥିଲା । ତଥାପି ମୁଁ ପାରିଲି ନାହିଁ ସେ ମୋତେ ବହୁତ ଆବଶ୍ୟକ କରୁଥିଲେ । ମୁଁ ନିଜକୁ ତାଙ୍କର ରକ୍ଷକ ଭାବରେ ଦେଖିଥିଲି ।

କବୀର ଆହୁରି ଲେଖିଛନ୍ତି, ‘ସେତେବେଳକୁ ମୁଁ ମଧ୍ୟ ମାନସିକ ଏବଂ ଭାବପ୍ରବଣ ରୂପରେ ଥକି ପଡିଥିଲି । କୌଣସି ବିରାମ ବିନା, ମୁଁ ଭାବନାରେ ପରିପୂର୍ଣ୍ଣ ଜଣେ ମହିଳାଙ୍କଠାରୁ ଅନ୍ୟ ଆଡକୁ ଯାଉଥିଲି । ମୋତେ କେହି ସମୟ ଦେଉ ନଥିଲେ । ଲୋକମାନେ ମୋ ବିଷୟରେ ଭାବୁଥିଲେ, ମୁଁ କେତେ ଭାଗ୍ୟଶାଳୀ ଯିଏକି ଗୋଟିଏ ପରେ ଗୋଟିଏ ସୁନ୍ଦର ମହିଳାଙ୍କ ସହ ରହୁଛି । କେବଳ ମୁଁ ଜାଣିଛି ଜଣେ ଭାବୁକ ବ୍ୟକ୍ତି ହେତୁ ମୋତେ ଯେଉଁ ମୂଲ୍ୟ ଦେବାକୁ ପଡିଛି ।‘

{"width":604,"height":339}
Three men who loved Parveen Babi - Mahesh Bhatt, Danny Denzongpa and I came  for her funeral: Kabir Bedi

କବୀର ବେଦୀଙ୍କ ବ୍ୟତୀତ ପରଭିନ ବାବି ମହେଶ ଭଟ୍ଟ ଏବଂ ଡାନି ଡେନଜୋଙ୍ଗପାଙ୍କ ସହ ମଧ୍ୟ ସମ୍ପର୍କ ରଖିଥିଲେ । ମଲଟିପୁଲ୍ ଅରଗାନ୍ ଫେଲ୍ ହେବା କାରଣରୁ ପରଭିନ ୨୦୦୫ ରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଶେଷ ମୁହୂର୍ତ୍ତରେ, ସେ ଏକାକୀ ରହିଥିଲେ ।  କବୀର ତାଙ୍କ ମୃତ୍ୟୁ ବିଷୟରେ ଲେଖିଛନ୍ତି, ଶେଷରେ ମୁଁ ଜାଣିବାକୁ ପାଇଲି ଯେ ପରଭିନଙ୍କ ମୃତ୍ୟୁ କିପରି ହୋଇଥିଲା । ମୃତ୍ୟୁର ଚାରି ଦିନ ପରେ ତାଙ୍କ ମୃତଦେହ ଜୁହୁସ୍ଥିତ ଫ୍ଲାଟରେ ମିଳିଥିଲା । ତାଙ୍କ ଗୋଡରେ ଗ୍ୟାଙ୍ଗ୍ରେନ୍ ଥିଲା ଏବଂ ସେ ଏକ ହ୍ୱିଲ୍ ଚେୟାରରେ ଥିଲେ । ଏକଦା ଲକ୍ଷ ଲକ୍ଷ ଲୋକଙ୍କ କଳ୍ପନାରେ ରହୁଥିବା ଜଣେ ଷ୍ଟାରଙ୍କ ମୃତ୍ୟୁ ଅତ୍ୟନ୍ତ ଏକୁଟିଆ ଏବଂ ଦୁଃଖଦ ଥିଲା ।

'ତିନି ଜଣ ଯିଏ ତାଙ୍କୁ ଜାଣିଥିଲେ ଏବଂ ତାଙ୍କୁ ଭଲ ପାଉଥିଲେ - ମହେଶ, ଡାନି ଏବଂ ମୁଁ ତାଙ୍କ ଶେଷ ରୀତିନୀତି ପାଇଁ ଜୁହୁର କବର ସ୍ଥାନକୁ ଯାଇଥିଲୁ । ତାଙ୍କ ମୃତଦେହକୁ ଇସଲାମିକ ଢଙ୍ଗରେ ସମାଧି ଦିଆଯାଇଥିଲା । ମୁଁ ଅନୁଭବ କଲି ସେ ମୋ ସହ ମିଳିବା ଦୁଃଖରେ ପୀଡିତ ଥିଲେ । ଆମ ମଧ୍ୟରୁ ପ୍ରତ୍ୟେକ ତାଙ୍କୁ ଅନେକ ଉପାୟରେ ଜାଣିଥିଲେ । ଆମେ ସମସ୍ତେ ତାଙ୍କୁ ଭଲ ପାଉଥିଲୁ । '

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.