୭୦ବର୍ଷ ବୟସରେ ୩୦ବର୍ଷ ସାନ ମହିଳାଙ୍କୁ କରିଥିଲେ ଚତୁର୍ଥ ବିବାହ : ଏପରି କବୀର ବେଦୀଙ୍କ ଲାଇଫଷ୍ଟାଇଲ୍
16/01/2020 at 3:31 PM

ମୁମ୍ବାଇ ୧୬/୧: ଦିଗ୍ଗଜ କଳାକାର କବୀର ବେଦୀଙ୍କ ଜୀବନୀକୁ ନେଇ ଏକ ଭଲ ଫିଲ୍ମ ତିଆରି କରାଯାଇ ପାରିବ। କବୀର ତାଙ୍କ କାମରେ ସିଦ୍ଧହସ୍ତ। ମନୋରଞନ ଜଗତରେ ରହି ସେ ତାଙ୍କ କାମ ଛାଡ଼ିଥିଲେ। କବୀର ଅନେକ ଟିଭି ଶୋ ରେ କାମ କରିବା ସହ ଅନେକ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ ରେଡିଓ ଶୋ ମଧ୍ୟ କରିଛନ୍ତି ଏବଂ ଅନେକ ବିଜ୍ଞାପନରେ ମଧ୍ୟ ତାଙ୍କ କଣ୍ଠ ଦେଇଛନ୍ତି। ଏହା ବ୍ୟତୀତ କବୀର ଜଣେ ସଫଳ ଭଏସ୍ ଓଭର ଆର୍ଟିଷ୍ଟ ରହି ଆସିଛନ୍ତି।

ବୃତ୍ତିଗତ ଜୀବନ କଥା କହିବା ଯଦି ତାଙ୍କ ଜୀବନ ଅତ୍ୟନ୍ତ ସଫଳ ଏବଂ ପ୍ରତିଷ୍ଠିତ। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଉତ୍ଥାନ ପତନ ଲାଗି ରହିଥାଏ। ୧୯୪୬ମସିହା ଜାନୁୟାରୀ ୧୬ତାରିଖରେ କବୀରଙ୍କ ଜନ୍ମ ଏକ ଶିଖ୍ ପରିବାରରେ ହୋଇଥିଲା। ସେ ତାଙ୍କ ବାପା ମାଆଙ୍କ ୩ ସନ୍ତାନ ମଧ୍ୟରୁ ଜଣେ।

କବୀର ୪ଟି ବିବାହ କରିଛନ୍ତି ଏବଂ ତାଙ୍କ ଚତୁର୍ଥ ପତ୍ନୀ ପରବିନ୍ ତାଙ୍କଠୁ ୩୦ବର୍ଷ ସାନ। ପରବିନଙ୍କ ସହ ତାଙ୍କର ଭଲ ବନ୍ଧୁତା ଥିଲା ଏବଂ ଧୀରେ ଧୀରେ ଦୁହେଁ ଘନିଷ୍ଠ ହୋଇ ଯାଇଥିଲେ। ଉଭୟଙ୍କର ପାଖାପାଖି ୧୦ବର୍ଷ ଯାଏଁ ଆଫେୟାର ରହିଥିଲା। କବୀର ତାଙ୍କ ୭୦ତମ ଜନ୍ମ ଦିନରେ ପରବିନଙ୍କୁ ବିବାହ କରିଥିଲେ। ସେହି ସମୟରେ ପରବିନଙ୍କୁ ୪୦ବର୍ଷ ଥିଲା। ପରବିନ ଜଣେ ମଡେଲ୍,ଅଭିନେତ୍ରୀ ଏବଂ ଟିଭି ପ୍ରଡ୍ୟୁସର। କୁହାଯାଉଛି ଯେ ଦୀର୍ଘ ଦିନ ଧରି ସେମାନେ ଲିଭ ଇନ୍ ରିଲେସନଶିପରେ ଥିଲେ।

କବୀର ବେଦୀ ପ୍ରଥମେ ପ୍ରତିମା ବେଦୀଙ୍କୁ ବିବାହ କରିଥିଲେ, ଯିଏ ଜଣେ ଓଡ଼ିଶୀ ଡ୍ୟାନସର। ପ୍ରତିମା ବେଦୀଙ୍କ ସହ କବୀରଙ୍କ ସମ୍ପର୍କ ୧୯୬୯ରେ ଆରମ୍ଭ ହୋଇଥିଲା ଏବଂ ୧୯୭୪ମସିହାରେ ତାଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା।

ଏହା ପରେ କବୀରଙ୍କ ସମ୍ପର୍କ ସୁଶାନ ହମ୍ଫେଙ୍କ ସହ ଯୋଡ଼ିଥିଲା କିନ୍ତୁ ଏହା ବେଶୀ ଦିନ ତିଷ୍ଠି ପାରିନଥିଲା।

ଏହା ପରେ କବୀର ବେଦୀ ,ନିକ୍କି ବେଦୀଙ୍କୁ ୧୯୯୨ମସିହାରେ ବିବାହ କରିଥିଲେ ଏବଂ ୨୦୦୫ମସିହାରେ ତାଙ୍କ ବିବାହ ବିଚ୍ଛେଦ ହୋଇଥିଲା।

ଏହା ପରେ କବୀର ,ପରବିନ୍ ଦୁସାଞ୍ଝଙ୍କୁ ଡେଟ୍ କରିଥିଲେ ଏବଂ ୨୦୧୬ମସିହାରେ ସେ ପରବୀନଙ୍କୁ ବିବାହ କରିଥିଲେ।
