Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||
  • ଦିଲ୍ଲୀରେ ଭାଇ-ଭାଉଜଙ୍କୁ ହାଣି ଫିଙ୍ଗିଦେଲା ସାନ ଭାଇ, ୬୦କି.ମି. ଦୂରରୁ ଉଦ୍ଧାର ହେଲା ମୃତଦେହ
  • ||
  • ଯାଜପୁରରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଯନ୍ତ୍ରୀଙ୍କ ସହ ଚାଲିଗଲା ୨ ଜଣଙ୍କ ଜୀବନ, ୨ ଗୁରୁତର
  • ||
  • ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ, ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ମୁମ୍ବାଇ ସିଟି ସେଣ୍ଟର ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ, ମଲ୍‌ରେ ଥିଲେ ପ୍ରାୟ ୩୦୦ ଲୋକ
  • ||

ସୃଜନ ସମକାଳ ପକ୍ଷରୁ କବି ଓ କବିତାର କର୍ମଶାଳା

2/03/2019 at 8:55 PM

ବାଲେଶ୍ବର,୨/୩: ଭାବ ଓ ଭାଷା ଉଭୟ ଦୄଷ୍ଟିରୁ କବିତା ଆଧୁନିକ ନହେଲେ ଏଗୁଡ଼ିକ ସାଂପ୍ରତିକ ସମୟରେ ଅଧିକ ଲୋକଙ୍କ ଦ୍ବାରା ସ୍ବୀକୃତ ଓ ଆଦୃତ ହୋଇପାରେ ନାହିଁ । କବିତା ସଞ୍ଚରଣଶୀଳତାର ଧର୍ମ ବହନ କରିବା ସହିତ ଜନଜୀବନର କଥା କହିବା ଆବଶ୍ୟକ ବୋଲି ସୃଜନ ସମକାଳ ସାରସ୍ବତ ଅନୁଷ୍ଠାନର ୩ୟ କବି ଓ କବିତା କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ସ୍ଥାନୀୟ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲରେ ୨ ତାରିଖ ଅପରାହ୍ଣରେ ଆବାହକ କବି ଅଭୟ ଦାସଙ୍କ ସଭାପତିତ୍ବରେ ଓ କବି ପ୍ରବିର କମିଳାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆସରରେ ଅତିଥି ଭାବରେ ଡକ୍ଟର କୁଞ୍ଜ ବିହାରୀ ଧଳ ,କବି ଗଗନ ସେଠୀ,ଏବଂ ନୄସିଂହ ଚରଣ ନାୟକ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ପ୍ରଭାକର ସାହୁ,ଲିପିରେଖା ମହାପାତ୍ର,ଜୁମରନାଥ ପାତ୍ର,ସଂଜୀବ କୁମାର ଜେନା,ସୁବାସ ଚନ୍ଦ୍ର ସ୍ବାଇଁ, ରମାକାନ୍ତ ମହାନ୍ତି,ସୁନୀଲ କୁମାର ପଣ୍ଡା,ଉଷାରାଣୀ ଦାସ,ଗୌରହରି ଦାସ,ସସ୍ମିତା ନାୟକ,କଲ୍ୟାଣୀ ନନ୍ଦ,ଡ ରତ୍ନାକର ସିଂହ,ସୁବ୍ରତା ମହାନ୍ତି,ଆଲୋକ ରଞ୍ଜନ ଦାସ,ଅଶୋକ କୁମାର ନାୟକ ଓ ବାସନ୍ତୀ ଦେ ପ୍ରମୁଖ କବିତା ପାଠ ରିଥିଲେ । କବି ପରେଶ ରାୟ ମହାପାତ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।

   Related Posts