ବସ୍ତିପିଲାଙ୍କ ମଧ୍ୟରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ

Published By : Prameya-News7 Bureau | December 26, 2019 IST

କଟକ ୨୬।୧୨ - କଟକ ସହରରେ ଥବା ବସ୍ତି ପିଲାଙ୍କ କଲ୍ୟାଣ ପାଇଁ କର୍ଯ୍ୟ କରୁଥୁବା ହମାରା ବଚପନ୍‌ ଟ୍ରଷ୍ଟ ପକ୍ଷରୁ ବଡଦିନ ଅବସରରେ ପିଲାମାନଙ୍କ ମଧ୍ୟରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗୋରା କବର ଖେଳ ପଡ଼ିଆରେ ଏହି କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଗଣେଶ ଘାଟ, କାଠଯୋଡ଼ି, କୃଷକ ବଜାର, ତୁଳସୀପୁର ହରିଜନ ସାହି, କାଠଯୋଡ଼ି-ଏ, ପେଟନାଳ, ପୁରୀଘାଟ ,ବାଉରୀ ସାହି, ଛତ୍ର ବଜାର ଓ ତଥିଳା ସାହି ଆଦି ବସ୍ତିର ଜୁନିୟର ଓ ସିନିୟର ପ୍ରତିଯେଗୀମାନେ ଅଂଶ ଗ୍ରହଣ କରିଥଲେ। କବାଡି ପ୍ରତିଯୋଗିତାରେ ସମୁଦାୟ ୧୬ଟି ଦଳ ଓ ୨ଶହରୁ ଅଧିକ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।

{"id":203263,"sizeSlug":"large"}

କନିଷ୍ଠ ବିଭାଗରେ ଛତ୍ରବଜାର ଦଳ ଚମ୍ପିଅନ୍‌ ହୋଇଥିଲା । କାଠଯୋଡ଼ି-ଏ ଦଳ ରନର୍ସ ଅପ୍‌ ହୋଇଥିଲା। ସେହିପରି ସବ୍‌ ଜୁନିୟର ବିଭାଗରେ ତଥିଳା ସାହି ଚମ୍ମିଅନ୍‌ ହୋଇଥିବା ବେଳେ ପୁରୀଘାଟ ବାଉରୀ ସାହି ରନର୍ସ ଅପ୍‌ ହୋଇଥିଲା।
ଏହିସବୁ କୃତୀ ପ୍ରତିଯେଗୀଙ୍କୁ ଡିସିପି ଅଖିଳଶ୍ୱର ସିଂ ପୁରସ୍କୃତ କରିଥିଲେ।

{"id":203270,"sizeSlug":"large"}

ହମାରା ବଚପନ ଟ୍ରଷ୍ଟର ସହର ସଂଯୋଜିକା ଗୀତା ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ହମାରା ବଚ୍‌ପନ୍‌ ଟ୍ରଷ୍ଟର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ଓଡ଼ିଶା କବାଡ଼ି ସଂଘର ସାଧାରଣ ସମ୍ପାଦକ ଅଜୟ ବେହେରା ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.