ବିଲରୁ ମିଳିଲା ତାରକା କବାଡି ଖେଳାଳିଙ୍କ ମୃତ ଶରୀର, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଆରମ୍ଭ

Published By : Prameya-News7 Bureau | September 19, 2020 IST

ପାନିପଥ ୧୯।୦୯: ହରିୟାଣା ଜିଲ୍ଲାର ନାମୀ କବାଡି ଖେଳାଳି ସୁରେନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ ଶରୀର ବିଲରୁ ଜବତ କରାଯାଇଛି। ସୁରେନ୍ଦ୍ର ପାନିପଥର କୁରାନା ଗାଁର ବାସିନ୍ଦା ଥିଲେ। ପରିବାର ଲୋକ କହିଛନ୍ତି ସୁରେନ୍ଦ୍ର ହରିୟାଣାର ତାରକା ଖେଳାଳି ଥିଲେ। ଅନେକ ରାଜ୍ୟରେ ଖେଳି ସେ ବହୁତ ପୁରସ୍କାର ଜିତିଥିଲେ। ପ୍ରାୟ ଏକ ମାସ ତଳେ ତାଙ୍କ ବଡ ଭାଇଙ୍କ ମୃତ ଶରୀର ମଧ୍ୟ ଖେତରୁ ମିଳିଥିଲା। ପ୍ରାୟ ଦେଢ ବର୍ଷ ପୂର୍ବେ ତାଙ୍କ ମାଙ୍କ ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ ଖସି ପଡିଛି।

ପରିବାର ଲୋକ କହିଛନ୍ତି ସୁରେନ୍ଦ୍ରଙ୍କ କୌଣସି ଲୋକଙ୍କ ସହିତ ଶତ୍ରୁତା ନଥିଲା। ଜଣେ ଖେଳାଳି ଭାବେ ସଭିଙ୍କ ସହ ତାଙ୍କ ସଂପର୍କ ଭଲ ଥିଲା। ପରିଜନଙ୍କ ଅନୁଯାୟୀ ଯେତେବେଳେ ସୁରେନ୍ଦ୍ର ଶୁକ୍ରବାର ସନ୍ଧ୍ୟାରେ ଘରକୁ ନଫେରିବାରୁ ସମସ୍ତେ ଖୋଜିବା ଆରମ୍ଭ କରିଥିଲେ। ଏହା ପରେ ଖେତରେ ତାଙ୍କ ମୃତ ଶରୀର ପଡିଥିବା ଖବର ଆସିଥିଲା। ଏହା ପରେ ପୋଲିସକୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶରୀର ନିଜ କବ୍‌ଜାକୁ ନେଇ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଇଛନ୍ତି। ବର୍ତ୍ତମାନ ମୃତ୍ୟୁର କାରଣ ସ୍ପଷ୍ଟ ଜଣା ପଡିନାହିଁ। ପୋଲିସ ପରିଜନଙ୍କ ବୟାନ ନେ ତଦନ୍ତ ଆରମ୍ଭ କରିଛି।

ସୁଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟାରେ ଖେତକୁ ଯାଇ ଦୀର୍ଘ ସମୟ ଘରକୁ ନଫେରିବାରୁ ପରିଜନ ଚାରିଆଡେ ଖୋଜିବା ଆରମ୍ଭ କରିଥିଲେ। ଖୋଜୁ ଖୋଜୁ ଖେତକୁ ଯିବାରୁ ସେଠାରେ ସୁରେନ୍ଦ୍ରଙ୍କ ମୃତ ଶରୀର ସନ୍ଦିଗ୍ଧ ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଥିଲା। ପୋଲିସ ଅନୁଯାୟୀ ସୁରେନ୍ଦ୍ରଙ୍କ ଶରୀରରେ କୌଣସି ଆଘାତର ଚିହ୍ନ ନାହିଁ। ମୃତ୍ୟୁର କାରଣ ଜଣା ପଡିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.