Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

୧୪୧ ଦିନ ପରେ ଖୋଲିଲା କାଶୀ କାଲଭୈରବ ମନ୍ଦିର : ଭବ୍ୟ ଆଳତି ସହ ଆରମ୍ଭ ହେଲା ବାବାଙ୍କ ଦର୍ଶନ

7/08/2020 at 5:13 PM

ବାରାଣାସୀ ୦୭/୦୮ : କରୋନା ସଂକ୍ରମଣ ଯୋଗୁଁ ବନ୍ଦ ହୋଇଥିବା କାଶୀ କାଲଭୈରବ ମନ୍ଦିର ଭକ୍ତଙ୍କ ପାଇଁ ଶୁକ୍ରବାର ଦିନ ଖୋଲିଛି | ୧୪୧ ଦିନ ପରେ ବାବାଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାଗମ ହୋଇଥିଲା | ବାବାଙ୍କୁ ଦର୍ଶନ କରି ଭକ୍ତ ଖୁସି ହୋଇଯାଇଥିଲେ | ବାରାଣାସୀରେ ବାବାଙ୍କ ଅପାର ମହିମା | ବାବା ବିଶ୍ୱନାଥଙ୍କ ଦର୍ଶନ ସହିତ କାଳଭୈରବଙ୍କ ଦର୍ଶନ ଅନିବାର୍ଯ୍ୟ ବୋଲି କୁହାଯାଏ |

ଧାର୍ମିକ ବିଶ୍ୱାସ ରହିଛି ଯେ ଏଠାରେ କୋତୱାଲ (ବାବା କାଳଭୈରବ)ଙ୍କ ଦ୍ୱାରରେ ନ୍ୟାୟ ମିଳିଥାଏ | ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବାବାଙ୍କ ଦର୍ଶନ ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ | କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ମନ୍ଦିର ମାର୍ଚ୍ଚ ୨୨ ତାରିଖରୁ ବନ୍ଦ ଥିଲା | ମଝିରେ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ସମେତ ଅନ୍ୟ ମନ୍ଦିର ଖୋଲିବାକୁ ପ୍ରଶାସନ ଠାରୁ ସ୍ୱୀକୃତି ମିଳିଥିଲା କିନ୍ତୁ ସେତେବେଳେ କୋତୱାଲ କାଳଭୈରବ ମନ୍ଦିର ଖୋଲାଯାଇନଥିଲା | ଅଧିକ ଗଳିକନ୍ଦି ରାସ୍ତା ଥିବାରୁ ସାମାଜିକ ଦୂରତା ପାଳନ ହୋଇପାରିବ ନାହିଁ ବୋଲି ମନ୍ଦିର ଖୋଲାଯାଇନଥିଲା | ଦୀର୍ଘ ୧୪୧ ଦିନ ପରେ ବାବାଙ୍କ ଦ୍ୱାର ଭକ୍ତଙ୍କ ପାଇଁ ଖୋଲିଛି |

ଭୋର ୫ଟା ସମୟରେ ବାବାଙ୍କ ଆଳତି ସହ କବାଟ ଖୋଲିଥିଲା | ମଙ୍ଗଳ ଆଳତି ପରେ ବାବା ନିଜ ଭକ୍ତଙ୍କୁ ଦର୍ଶନ ଦେଇଥିଲେ | ଏହି ସମୟରେ କରୋନା ନିୟମ ପାଳନ କରାଯାଇଥିଲା | ମୁଖ୍ୟ ଫାଟକ ପାଖରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଯାଇଥିଲା | ଏହାପରେ ସାନିଟାଇଜ ମଧ୍ୟ କରାଯାଇଥିଲା |

????????????????????????????????????

ବର୍ତ୍ତମାନ ମଧ୍ୟ ଗର୍ଭଗୃହରେ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି | ମହନ୍ତ ନବୀନ ଗିରି କହିଛନ୍ତି, ସାମାଜିକ ଦୂରତା, ଥର୍ମାଲ ସ୍କ୍ରିନିଙ୍ଗ ଓ ସାନିଟାଇଜ ଉପରେ ପୁରା ଦୃଷ୍ଟି ଦିଆଯିବ ସହ ସମସ୍ତ ନିୟମ ପାଳନ କରାଯାଇଛି |

   Related Posts