ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୈଳ ଦର ଉପରେ ଉତ୍ପାଦନ ଶୁଳ୍କ କମାଇଲେ କେନ୍ଦ୍ର ସରକାର, ପେଟ୍ରୋଲ ୯.୫ ଓ ଡିଜେଲ୍ ୭ ଟଙ୍କା କମିଲା
  • ||
  • ସନ୍ଧ୍ୟାରେ ମୁମ୍ବାଇ ବନାମ ଦିଲ୍ଲୀ : ‘କର ବା ମର’ ସ୍ଥିତିରେ କ୍ୟାପିଟାଲ୍ସ
  • ||
  • ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଏଏଫଆଇ ଇଣ୍ଡିଆନ ଗ୍ରାଁପ୍ରି-୩ : ଅମିୟ କୁମାର ମଲ୍ଲିକ ଏବଂ ଶ୍ରାବଣୀ ନନ୍ଦଙ୍କ ଉପରେ ନଜର
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୮ କୋଭିଡ୍ ପଜିଟିଭ୍
  • ||
  • ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୩୩ ଜୀବନ
  • ||
  • ତାତି ଆହୁରି ବଢିବ, ୩ ଦିନ ଯାଏଁ ତତଲା କଡେଇରେ ଭାଜିହେବେ ରାଜ୍ୟବାସୀ
  • ||
  • ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ
  • ||

ବିଧାନସଭାରେ ଶୋକ ପ୍ରସ୍ତାବ ବେଳେ କେଭିଙ୍କ ମନ୍ତବ୍ୟ ନେଇ ଉଠିଲା ଝଡ: ପଢନ୍ତୁ କଣ କହିଲେ କେଭି…

4/09/2018 at 6:40 PM

ଭୁବନେଶ୍ବର ୪।୯: ବିଧାନସଭାରେ ଆସିଥିବା ଶୋକ ପ୍ରସ୍ତାବ ଉପରେ ବି ରାଜନୀତି । ଶୋକ ପ୍ରସ୍ତାବ ଆଲୋଚନା ବେଳେ ବାଜପେୟୀଙ୍କ ଉପରେ କିଛି କଥା କହିବାକୁ ଯାଇ ବିଜେପି ନେତା କନକ ବର୍ଦ୍ଦନ ସିଂହଦେଓ ନବୀନଙ୍କ କୋର୍ଟକୁ ବଲ୍ ଫିଙ୍ଗି ଥିବାରୁ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାଜପେୟୀ ଲଞ୍ଚପ୍ୟାଡ ବନାଇ ଥିଲେ ବୋଲି କେଭି କହିବା ପରେ ପ୍ରତିବାଦ କରିଛି ବିଜେଡି ।
ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ବାଜପେୟୀ ପ୍ରସ୍ତୁତ କରିଥିଲେ ଲଞ୍ଚପ୍ୟାଡ । ଆଉ ଯଦି ସିଏ ଜାଣିଥାନ୍ତେ, ଆଜି ଓଡ଼ିଶାରେ ନବୀନଙ୍କ ଏଭଳି ଶାସନ ଚାଲୁଛି, ତାହାଲେ ସେ ଦୁଃଖ ପ୍ରକାଶ କରିଥାନ୍ତେ । ବିଧାନସଭା ଅଧିବେଶନର ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ଆସିଥିବା ଶୋକ ପ୍ରସ୍ତାବ ଆଲୋଚନାରେ ବିଜେପି ନେତା କନକ ବର୍ଦ୍ଦନ ସଂହଦେଓ ଏମିତି କହିଛନ୍ତି । ଯାହାକୁ ନେଇ ଚିହିଁକି ଉଠିଛି ବିଜେଡି । ଶୋକ ପ୍ରସ୍ତାବ ଆଲୋଚନା ବେଳେ ଏଭଳି ରାଜନୈତିକ ଭାଷଣ ଠିକ୍ ହେଲାନି ବୋଲି କହିଛି ବିଜେଡି । ଓଡ଼ିଶା ବିଧାନସଭା ଇତିହାସରେ ଏହା କଳା ଦାଗ ବୋଲି ବିଜେଡି କହିଥିବା ବେଳେ କାଉଁଟର୍ କରିଛନ୍ତି କେଭି ।
ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଅଟଳ ବିହାରୀ ବାଜପେୟୀ, ସୋମନାଥ ଚାଟାର୍ଜି, ଏମ୍. କରୁଣାନିଧି, ଯଦୁନାଥ ଦାସ ମହାପାତ୍ର ଆଦି ନେତାଙ୍କ ଉପରେ ଆସିଥିଲା ଶୋକ ପ୍ରସ୍ତାବ । ଓଡ଼ିଶା ପ୍ରତି ବାଜପେୟୀଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳେ ନେତା ନରସିଂହ ମିଶ୍ର ମଧ୍ୟ ବାଜପେୟୀଙ୍କୁ ଜଣେ ଉଚ୍ଚକୋଟୀର ନେତା ବୋଲି ଦର୍ଶାଇଥିଲେ । ହେଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବାଜପେୟୀଙ୍କ ବ୍ୟକ୍ତିତ୍ବ ଉପରେ ଲମ୍ବା ଭାଷଣ ଦେଇଥିଲେ ।
ବାଜପେୟୀଙ୍କ ଲୋକପ୍ରିୟତା ପାଇଁ ଓଡ଼ିଶାରେ ୨୦୦୪ରେ ପୁଣି ବିଜେଡି-ବିଜେପି ମେଣ୍ଟ ସରକାର କ୍ଷମତାକୁ ଆସିଥିଲା । କିନ୍ତୁ ନବୀନଙ୍କ ପାଇଁ ବାଜପେୟୀ ଲଞ୍ଚପ୍ୟାଡ୍ ପ୍ରସ୍ତୁତ କରିଥିବା ମନ୍ତବ୍ୟ, ବିଜେଡିର ହଜମ ହୋଇନି ।

   Related Posts