Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରୀ ହତ୍ୟା ମାମଲା, SIT ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ- ବିଜେଡି
  • ||
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ନେପାଳକୁ ବଳିର ବୋଦା କରିଛନ୍ତି ଚୀନ୍ ଓ ପାକିସ୍ତାନ ! ଓଲିଙ୍କୁ ଗୁରୁବାର ଫୋନ କରିବେ ଇମ୍ରାନ୍

1/07/2020 at 5:35 PM

ନୂଆଦିଲ୍ଲୀ ୧।୭:  ଭାରତର ଏକାକୀ ମୁକାବିଲା ଲାଗି ଚୀନ୍‌ ଅଥବା ପାକିସ୍ତାନ କାହାର ହେଲେ ସାହାସ ନାହିଁ। ଏଣୁ ଏପର୍ଯ୍ୟନ୍ତ ଜଣେ ଅନ୍ୟ ଜଣକ କାନ୍ଧରେ ବନ୍ଧୁକ ଥୋଇ ଭାରତକୁ ଡରାଇବାକୁ ଚେଷ୍ଟା କରିଆସିଛନ୍ତି। ତେବେ ଲଦ୍ଦାଖ ଗଲୱାନ ଘାଟି ପରିସ୍ଥିତିକୁ ନେଇ ଦେଶରେ ବିରୋଧର ସମ୍ମୁଖୀନ ହୋଇଥିବା ଜିନପିପିଙ୍ଗ୍ ଓ ବାଲାକୋଟ୍ ଏୟାର ଷ୍ଟ୍ରାଇକ୍‌ ଯୋଗୁ ଦେଶରେ ନିନ୍ଦିତ ହେଉଥିବା ଇମ୍ରାନ୍‌ ଏବେ ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କୁ ବଳିର ବୋଦା କରିଛନ୍ତି।

ଓଲି ଚୀନ୍‌ ସହ ସମ୍ପର୍କ ଲାଗି ଦେଶରେ ନିନ୍ଦିତ ହେଉଛନ୍ତି। ତାଙ୍କ ନିଜ ଦଳରେ ତାଙ୍କୁ ବିରୋଧ କରୁଥିବା ବେଳେ ଇସ୍ତଫା ଦାବି ଜୋର ଧରିଛି। ଏଥିଲାଗି ଓଲି ଭାରତକୁ ମିଛରେ ଦାୟି କରୁଛନ୍ତି। ଲିପୁଲେଖ, କାଲାପାନୀ ଓ ଲିମ୍ପିୟାଧୁରାକୁ ନେପାଳର ନୂଆ ନକ୍ସାରେ ସାମିଲ କରିବା ଯୋଗୁ ଦଳରେ ତାଙ୍କୁ ବିରୋଧ କରାଯାଉଥିବାର ଓଲି କହୁଛନ୍ତି।  ହେଲେ ପ୍ରଚଣ୍ଡ ଏନେଇ ତାଙ୍କୁ ପ୍ରମାଣ ମାଗିବାରୁ ସେ ପଛେଇଯାଇଛନ୍ତି।

ଉପୁଜିଥିବା ପରିସ୍ଥିତିରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓଲିଙ୍କ ସହ ଟେଲିଫୋନ  ଆଳାପ କରିଥିବା ବେଳେ ଯେ କୌଣସି ପରିସ୍ଥିତିରେ ତାଙ୍କୁ ସହାୟତା କରିବା ଲାଗି ଚୀନ୍‌ ପ୍ରସ୍ତୁତ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏପରି ପରିସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆଲୋଚନା ଲାଗି ଔପଚାରିବ ବାର୍ତ୍ତା ପଠାଇଥିବା ଜଣାପଡିଛି। ଏଥିରେ ଉଭୟ ପ୍ରଧାନମନ୍ତ୍ରୀ ଗୁରୁବାର ମଧ୍ୟାହ୍ନ ୧୨ଟା ବେଳେ କଥାବାର୍ତ୍ତା ହେବାକୁ ସ୍ଥିର କରିଛନ୍ତି।

ଦୁଇ ପ୍ରଧାନମନ୍ତ୍ରୀ ଚୀନ୍‌ ଠାରୁ ବିପୁଳ ଋଣ ନେଇଛନ୍ତି। ଏଣୁ ଓଲି ଚୀନ୍‌ ଆଗରେ ଆଣ୍ଠେଇପଡିଥିବା ଦେଶବାସୀ ଓ ଦଳ ଠିକ୍‌ ଅନୁମାନ କରିଛନ୍ତି। ସେପଟେ ଋଣ ଲାଗି ଚୀନ୍‌ ସେନା ନେପାଳର ଗାଁ ପରେ ଗାଁ ହାତେଇ ଚାଲିଥିବା ବେଳେ ଶହଶହ ଲୋକେ ଏବେ ନିଜ ଦେଶରେ ନିଜ ଠିକଣା ନେଇ ଚିନ୍ତାରେ ପଡିଛନ୍ତି। ଏଣୁ ଦେଶରେ ଓଲି ବିରୋଧୀ ଆନ୍ଦୋଳନ ଆଗକୁ ତୀବ୍ର ହେବା ଏକ ପ୍ରକାର ନିଶ୍ଚିତ ହୋଇଗଲାଣି।

   Related Posts