Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମହଙ୍ଗା ପଡିଲା ଓଲିଙ୍କ ଭାରତ ବିରୋଧୀ ଅଭିଯାନ : ନିଜ ଦଳରୁ ଉଠିଲା ଇସ୍ତଫା ଦାବି

2/07/2020 at 6:32 PM

ନୂଆଦିଲ୍ଲୀ ୦୨/୦୭ : ନେପାଳ ରାଜନୀତିରେ ହଲଚଲ। ମହଙ୍ଗା ପଡିଲା ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଭାରତ ବିରୋଧୀ  ଆଭିମୁଖ୍ୟ । ପ୍ରଧାନମନ୍ତ୍ରୀ ପଦରୁ ଓଲି ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ନିଜ ଦଳ ଏନସିପିରୁ ଜୋର ଧରିଛି ଦାବି । ଏପଟେ ପଦ  ବଞ୍ଚାଇବା ପାଇଁ  ପାରୁ ପର୍ଯନ୍ତ ଚେଷ୍ଟା ଚଳାଇଛନ୍ତି ଓଲି । ସଂସଦରରେ ଚାଲିଥିବା ବଜେଟ  ଅଧିବେଶନକୁ ଭଙ୍ଗ ନ କରି ମୁଲତବୀ ପ୍ରସ୍ତାବକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳିବା ପରେ ଓଲି ଆଶ୍ବସ୍ତ ।

ମହଙ୍ଗା ପଡିଲା ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲିଙ୍କ ଭାରତ ବିରୋଧୀ ଅଭିଯାନ । ଚୀନଚେଲା ହୋଇ  ଓଲି ହୋଇଛନ୍ତି ହଟହଟା । ଏବେ ନିଜ ଦଳରୁ ଘେରି ଗଲେଣି ଓଲି । ଆସନ ଏବେ ଟଳମଳ। ଓଲି ଇସ୍ତଫା ଦିଅନ୍ତୁ ବୋଲି ନିଜ ଦଳ ଏନସିପିରୁ ଜୋର ଧରିଛି ଦାବି। ନିଜ ଆସନ ନେଇ  ସଙ୍କଟ ବଢୁଥିବାରୁ  ଡ୍ୟାମେଜ କଣ୍ଟ୍ରୋଲ ମୋଡରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ଓଲି । ସଂସଦରେ ଚାଲିଥିବା ବଜେଟ ଅଧିବେଶନକୁ ଭଙ୍ଗ ନ କରି ମୁଲତବି ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଷ୍ଟ୍ରପତିଙ୍କୁ ସରକାର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରି ସରକାରଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେବାପରେ ଓଲିଙ୍କ ସଙ୍କଟ ଆପାତତଃ ଟଳିଯାଇଛି। ଏଥିସହିତ  ଏବେ ନିଜ ଦଳର ସଦସ୍ୟଙ୍କଠାରୁ ଅଣାଯିବାକୁ ଥିବା ଅପ୍ରିତିକର ଅବିଶ୍ବାସ ପ୍ରସ୍ତାବକୁ ଏଡାଇବା ପାଇଁ ତାଙ୍କୁ ଅବସର ମିଳିଯାଇଛି ।

ଓଲି ଚୀନର ଚେଲା ହେଇଥିବା ବେଳେ ଚୀନ ରାଷ୍ଟ୍ରଦୂତ ହଉ ୟାଙ୍କି ତାଙ୍କ ଉପରେ ଭାରି ପଡୁଥିବା ଅଭିଯୋଗ ହୁଏ ।  କାଠମାଣ୍ଡୁକୁ କାଠକଣ୍ଢେଇ କରିଦେଇଥିଲେ ଓଲି। ଏପରିକି ଓଲିଙ୍କୁ ଓଲା ବନେଇ ତାଙ୍କୁ କୁଆଡ଼େଇ ହନି ଟ୍ରାପ କରାଯାଇଥିବାର ଅଭିଯୋଗ ହେଉଛି। ଚୀନ ହାତରେ ଓଲିଙ୍କ ଭିଡିଓ ରହିଛି ସେଇଥିପାଇଁ ସେ ଚୀନର ଚେଲା ସାଜିଛନ୍ତି। ମେଜର ଗୌରବ ଆରୟାଙ୍କ ଏହି ଟ୍ବିଟ ଏବେ ନେପାଳକୁ ବ୍ୟତିବ୍ୟସ୍ତ କରିଛି।

ଦଳ ଭିତରେ ଓଲିଙ୍କୁ ପତିଆରା ହ୍ରାସ ପାଉଛି। ଓଲିଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ବା ପ୍ରଚଣ୍ଡଙ୍କ ଗୋଷ୍ଠୀ। ବୁଧବାର ଏନସିପି ସ୍ଥାୟୀ ସଦସ୍ୟଙ୍କ ଏକ ବୈଠକ ବସିଥିଲା।ବୈଠକରେ ଓଲିଙ୍କୁ ଜୋରଦାର ବିରୋଧ କରାଯାଇଥିଲା। ନେପାଳ କମୁନିଷ୍ଟ ପାର୍ଟିର ୪୪ ଜଣ ସ୍ଥାୟୀ ସଦସ୍ୟଙ୍କ ଭିତରୁ ୩୧ ଜଣ ଓଲିଙ୍କ ବିପକ୍ଷରେ ଛିଡା ହୋଇଥିଲେ । ଏପରିକି ଦେଶର ଗୃହମନ୍ତ୍ରୀ ରାମ ବାହାଦୁର ଥାପ୍ପା ବିରୋଧୀ ଗୋଷ୍ଠୀରେ ସାମିଲ ହେବା ଓଲି ସରକାରକୁ ବଡ ଝଟକା ଦେଇଥିଲା। ନିଜ ବିଫଳତାକୁ ଲୁଚାଇବା ପାଇଁ ଓଲି ଭାରତ ଉପରେ ବିଷ ଓଗାଳୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।  ପୂର୍ବରୁ ଓଲିଙ୍କ ସରକାର ନେପାଳର  ସଂଶୋଧିତ ରାଜନୈତିକ ମ୍ୟାପକୁ ସଂସଦରେ ପାରିତ କରାଇଥିଲେ ଯେଉଁଥିରେ ଭାରତର କାଲାପାନିକୁ ନିଜର ବୋଲି ଦାବି କରାଯାଇଥିଲା। ସେପଟେ ଚୀନ ନେପାଳର ଗାଁ ମାଡ଼ି ବସିଥିବା ବେଳେ ଓଲି ଚୁପ୍‌ କାହିଁକି ବୋଲି ବିରୋଧୀ ଘେରିଛନ୍ତି।

   Related Posts