Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ପ୍ରଚଣ୍ଡଙ୍କୁ ଓଲିଙ୍କ ଓପନ ଚାଲେଞ୍ଜ, କହିଲେ- ହଟାଇ ପାରିବେ ଯଦି ମୋତେ ପ୍ରଧାନମନ୍ତ୍ରୀ ପଦରୁ ହଟାନ୍ତୁ

28/02/2021 at 9:48 PM

କାଠମାଣ୍ଡୁ ୨୮।୨: ନେପାଳରେ ଜାରି ରାଜନୈତିକ ହଟଚମଟରେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲି ନିଜ ଦଳର ବିରୋଧୀ ଗୋଷ୍ଠୀ ମୁଖ୍ୟଙ୍କୁ ଚାଲେଞ୍ଜ କରିଛନ୍ତି। ଏହି ଗୋଷ୍ଠୀର ନେତୃତ୍ୱ ପ୍ରଚଣ୍ଡ ନେଇଛନ୍ତି। ଉପୁଜିଥିବା ପରିସ୍ଥିତିରେ ଯଦି ପ୍ରଚଣ୍ଡ ନିଜେ ନିଷ୍ପତ୍ତି ନେଇ ପାରୁଛନ୍ତି ତେବେ ପ୍ରଥମେ ତାଙ୍କୁ ପଦରୁ ହଟାଇ ଦେଖାନ୍ତୁ ବୋଲି କହିଛନ୍ତି। ସେହିପରି ତାଙ୍କ ବିରୋଧରେ ସଂସଦରେ ଆସ୍ଥାଭୋଟ ମଧ୍ୟ କରାନ୍ତୁ ବୋଲି ଓଲି ଆହ୍ୱାନ ଦେଇଛନ୍ତି।

ଓଲି ତାଙ୍କ ଗୃହ ଜିଲ୍ଲା ଝପାରେ ଏକ ଜନସମାବେଶକୁ ସମ୍ବୋଧିତ କରି ଏପରି ଖୋଲା ଚାଲେଞ୍ଜ କରିଛନ୍ତି। ଓଲି ନେପାଳ ସଂସଦକୁ ଭଙ୍ଗ କରି ନିର୍ବାଚନକୁ ଯିବା ଲାଗି ପଦକ୍ଷେପ ନେଇସାରିଥିଲେ। ତେବେ ସୁପ୍ରିମକୋର୍ଟ ଏଥିରେ ବାଧାକ ପାଲଟିଥିଲେ। ସୁପ୍ରିମକୋର୍ଟ ଓଲିଙ୍କ ନିଷ୍ପତ୍ତି ବଦଳାଇବା ସହ ସଂସଦକୁ ପୁଣି କାର୍ଯ୍ୟକ୍ଷମ କରାଇଛନ୍ତି। ଏହା ପରେ ପ୍ରଚଣ୍ଡଙ୍କ ସମେତ ବିରୋଧୀ ଦଳମାନେ ଓଲିଙ୍କ ଇସ୍ତଫା ଦାବି କରୁଛନ୍ତି।

ଓଲି କହିଛନ୍ତି ଯେ ସେ ନେପାଳ କମ୍ୟୁନିଷ୍ଟ ପାର୍ଟି ସଂସଦୀୟ ଦଳର ନେତା ସାଙ୍ଗକୁ ପ୍ରଧାନମନ୍ତ୍ରୀ ମଧ୍ୟ। ଯଦି ଆପଣ ସଂସଦ ପୁଣି କାର୍ଯ୍ୟକ୍ଷମ କରିଛନ୍ତି ତେବେ କେ.ପି.ଶର୍ମା ଓଲିଙ୍କୁ ପଦରୁ ହଟାନ୍ତୁ। ଏଥିପାଇଁ ଆପଣ ସଂସଦରେ ସରକାରଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ମଧ୍ୟ ଆଣନ୍ତୁ। ଯଦି ଆପଣ ମୋତେ ହଟାଇ ପାରୁଛନ୍ତି ତେବେ ଆଗାମୀ ନିର୍ବାଚନରେ ଏକ ତୃତୀୟାଂଶ ବହୁମତରେ ପୁଣି ନିର୍ବାଚିତ ହୋଇ ଦେଖାଇବି। କୁହାଯାଉଛି ଓଲିଙ୍କ ଏପରି ଘୋଷଣା ପରେ ଦେଶର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।  

   Related Posts