Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ନେପାଳରେ ଓଲି ଏବଂ ପ୍ରଚଣ୍ଡଙ୍କ ମଧ୍ୟରେ ବଢିଲା ବିବାଦ, ଜୋର ଧରିଲା ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି

25/06/2020 at 3:05 PM

କାଠମାଣ୍ଡୁ ୨୫।୬: ନେପାଳରେ କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟିରେ ଅନ୍ତରିଣ ବିବାଦ ବଢିବାରେ ଲାଗିଛି। ପାର୍ଟିରେ ବିଦ୍ରୋହ ଉପୁଜିଥିବା ବେଳେ ନିଜ ଦଳର ସାଂସଦମାନେ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବରିଷ୍ଠ ନେତା ତଥା ଦଳର ସଭାପତି ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଆଗରେ ଅଛନ୍ତି। ଓଲି ସବୁ  କାର୍ଯ୍ୟକ୍ରମରେ ବିଫଳ ହୋଇଥିବା ଦହଲ ଅଭିଯୋଗ କରିଛନ୍ତି। ଏଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଗୋଟିଏ ମିନିଟ୍ ରହିବାର ବି ଅଧିକାର ନଥିବା କହିଛନ୍ତି ଦହଲ।

ଏହା ସତ୍ତ୍ୱେ ଯଦି ଓଲି ତାଙ୍କ ପଦବୀରୁ ଇସ୍ତଫା ନ ଦିଅନ୍ତି ତେବେ ଦଳ ବିଭାଜନ କରିବାକୁ ସେ ବାଧ୍ୟ ହେବେ ବୋଲି ଦହଲ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଓଲିଙ୍କୁ ନେଇ ପାର୍ଟିର ଏକତା ପରିକଳ୍ପନା ତାଙ୍କର ମସ୍ତବଡ ରାଜନୈତିକ ଭୁଲ ଥିଲା ଓ ଏଥିପାଇଁ ତାଙ୍କୁ ଏବେ ପଶ୍ଚାତାପ କରିବାକୁ ପଡୁଛି। ପ୍ରଚଣ୍ଡଙ୍କୁ ପାର୍ଟିର ୨ ଜଣ ପୂର୍ବ ପ୍ରଧାନମନ୍ତ୍ରୀ ପ୍ରସଙ୍ଗରେ ଦହଲଙ୍କୁ ସମର୍ଥନ କରିଥିବା ବେଳେ ମାଧବ ନେପାଳ ଓ ଝଲନାଥ ଖନାଲ ମଧ୍ୟ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ଫଳରେ ଓଲି ପାର୍ଟି ସଚିବାଳୟ ସମେତ ସ୍ଥାୟୀ ସମିତିରେ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ଏଣୁ ଓଲି ପ୍ରଧାନମନ୍ତ୍ରୀ ପଦବୀ ବଞ୍ଚାଇବା ଲାଗି ତାଙ୍କ କ୍ୟାବିନେଟ୍‌ରେ ପରିବର୍ତ୍ତନର ପ୍ରୟାଶ କରୁଥିବା ଜଣାପଡିଛି।

ସେପଟେ ନେପାଳ ମୁଖ୍ୟ ବିରୋଧୀ ଦଳ ନେପାଳୀ କଂଗ୍ରେସ୍‌ ସାଂସଦମାନେ ପ୍ରତିନିଧି ସଭାରେ ଏକ ସଂକଳ୍ପ ପ୍ରସ୍ତାବ ଉପସ୍ଥାପନ କରି ଚୀନ୍ ହାତେଇ ନେଇଥିବା ନେପାଳ ଗାଁଗୁଡିକର ମୁକ୍ତି ଦାବି କରିଛନ୍ତି। ସେହିପରି ସେଠାକାର ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ ସରକାର ତୁରନ୍ତ ସଂସଦକୁ ସୂଚିତ କରନ୍ତୁ ବୋଲି ଦାବି କରିଛନ୍ତି। ସାଂସଦ ଦେବେନ୍ଦ୍ର ରାଜ କଣ୍ଡେଲ, ସତ୍ୟନାରାୟଣ ଶର୍ମା ଖନାଲ ଓ ସଞ୍ଜୟ କମୁାର ଗୌତମ ବୁଧବାର ପ୍ରତିନିଧି ସଭାରେ ସଂକଳ୍ପ  ଉପସ୍ଥାପନ କରିଥିଲେ।

   Related Posts