ଆଥିୟାଙ୍କ ୱିଶ୍ ପୁରା କଲେ କେଏଲ ରାହୁଲ

Published By : Prameya-News7 Bureau | December 24, 2020 IST

ମୁମ୍ବାଇ ୨୪/୧୨ : ଆଥିୟା ସେଟ୍ଟୀ ଓ କେଏଲ ରାହୁଲଙ୍କ ମଧ୍ୟରେ ବୁଧବାର ଦିନ ସୋସିଆଲ ମିଡ଼ିଆ ଜରିଆରେ ଏକ ସୁନ୍ଦର ଆଦାନ-ପ୍ରଦାନ ହୋଇଛି। ଫୁଲ ପ୍ରତି ନିଜର ଦୁର୍ବଳତା ବଖାଣିଥିଲେ ଆଥିୟା। ଏହାପରେ କ୍ରିକେଟର ରାହୁଲ ତାଙ୍କ ଇଚ୍ଛା ପୁରା କରିଥିଲେ। ଆଥିୟା ଓ ରାହୁଲ ସବୁବେଳେ ସୋସିଆଲ ମିଡ଼ିଆରୁ ବଞ୍ଚିବା ଯିବା ପାଇଁ ଚେଷ୍ଟା କରନ୍ତି। ଯାହାଫଳରେ ଉଭୟଙ୍କ ସମ୍ବନ୍ଧକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ।

{"id":382270,"sizeSlug":"large","linkDestination":"none"}

ଆଥିୟା ସୂର୍ଯ୍ୟମୁଖୀ ଫୁଲର ଏକ ବୁକ୍କେ ଧରି ଫଟୋ ଉଠାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି, "ଫୁଲ ମୋତେ ଖୁସି ଦେଇଥାଏ"।

{"id":382272,"sizeSlug":"large","linkDestination":"none"}

ଏହାପରେ ରାହୁଲ କମେଣ୍ଟ ସେକ୍ସନରେ ତାଙ୍କ ପାଇଁ ଫୁଲର ଇମୋଜୀ ସେୟାର କରିଥିଲେ। ନଭେମ୍ବରରେ ରାହୁଲ ଆଥିୟାଙ୍କ ପାଇଁ ଏକ ସୁନ୍ଦର ଜନ୍ମଦିନ ପୋଷ୍ଟ ସେୟାର କରିଥିଲେ।

https://www.instagram.com/p/CJIv6PzH830/?utm_source=ig_embed

ଏବେ ସୁଦ୍ଧା ଆଥିୟା ଓ ରାହୁଲ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ କିଛି ସ୍ପଷ୍ଟ କରିନାହାନ୍ତି। ଆଥିୟା ଓ ରାହୁଲ ନିଜ ବନ୍ଧୁଙ୍କ ସହ ମିଶି ଥାଇଲ୍ୟାଣ୍ଡରେ ନୂଆବର୍ଷ ପାଳନ କରିଥିଲେ। ଫ୍ୟାସନ ଡିଜାଇନର ବିକ୍ରମ ଫଡନିସ୍ ଆଥିୟା ଓ ରାହୁଲଙ୍କ ସମ୍ବନ୍ଧକୁ ନେଇ ଅପପ୍ରଚାର କରିଥିଲେ। ସେ ଆଥିୟାଙ୍କ ଏକ ପୋଷ୍ଟରେ କମେଣ୍ଟ କରିଥିଲେ ଯେ, 'ଆଜିକାଲି ବହୁତ ହାଇପର ଓ ଏକ୍ସାଇଟେଡ ଲାଗୁଛ...କେଏଲ ରାହୁଲଙ୍କ ପାଖକୁ ଯାଅ...???

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.