Unlucky୧୯୯ କ୍ଲବ୍ରେ କେ.ଏଲ.ରାହୁଲ ! ପୂର୍ବରୁ ଥରେ ୧ ରନ୍ ଲାଗି ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ ଅଝାରୁଦ୍ଦିନ, ଜାଣନ୍ତୁ ଆଉ ୯ ଜଣଙ୍କୁ
29/12/2020 at 7:38 PM

ଚେନ୍ନାଇ ୨୯।୧୨: କେ.ଏଲ. ରାହୁଲ ରବିବାର ତାଙ୍କ କ୍ୟାରିୟରର ପ୍ରଥମ ଦ୍ୱିଶତକରୁ ମାତ୍ର ଗୋଟିଏ ରନରେ ଦୂରେଇ ଯାଇଛନ୍ତି। ତେବେ ଦ୍ୱିଶତକ ହାସଲରୁ ନିରାଶ ହେବାରେ ରାହୁଲ ବିଶ୍ୱର ପ୍ରଥମ ଖେଳାଳି ନୁହନ୍ତି। ରାହୁଲଙ୍କୁ ମିସାଇ ୧୧ ଜଣ କ୍ରିକେଟର ସମାନ ପ୍ରକାରେ ଗୋଟିଏ ରନ୍ ଯୋଗୁ ଦ୍ୱିଶତକୁ ବଞ୍ଚିତ ହୋଇଥିବା ବେଳେ ୨ ଜଣ ଖେଳାଳି ଆଉଟ୍ ନ ହୋଇ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି।

ଭାରତୀୟ ଖେଳାଳିଙ୍କୁ ହିସାବକୁ ନେଲେ ମହମ୍ମଦ ଅଝାରୁଦ୍ଦିନ(୧୯୮୭)ରେ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। ଅଝାରୁଦ୍ଦିନଙ୍କ ପରେ ରାହୁଲ ଦ୍ୱିତୀୟ ଭାରତୀୟ କ୍ରିକେଟର ଯିଏ ମାତ୍ର ଗୋଟିଏ ରନ୍ ଲାଗି ରବିବାର କ୍ରିଜ୍ରୁ ନିରାଶ ହୋଇ ଫେରିଛନ୍ତି। ଚେନ୍ନାଇ ଟେଷ୍ଟରେ ପ୍ରତିଭାବାନ ଭାରତୀୟ ବ୍ୟାଟସ୍ ମ୍ୟାନ୍ ରାହୁଲଙ୍କ ଉଲ୍ଲେଖନୀୟ ଇନିଂସ ଯୋଗୁ ଟିମ୍ ଇଣ୍ଡିଆ ତୃତୀୟ ଦିନ ଇନିଂସ ସମାପ୍ତି ସୁଧା ୩୯୧ ରନ୍ ସ୍କୋର ସଂଗ୍ରହ କରିଛି। ବିଶାଳ ସ୍କୋରର ଶ୍ରେୟ କରୁଣା ନାୟର (୭୧*) ୱିକେଟ୍ କିପର ତଥା ବ୍ୟାଟସ୍ ମ୍ୟାନ୍ ପାର୍ଥିବ ପଟେଲ (୭୧) ଯୋଗଦାନ ସହ ରାହୁଲଙ୍କୁ ଦିଆଯାଇପାରେ। ରାହୁଲ ଏହି ଟେଷ୍ଟରେ ସର୍ବାଧିକ ୧୯୯ ରନ୍ରେ ପ୍ୟାଭିଲିୟନକୁ ଫେରିଛନ୍ତି।

ଏମିତିରେ ଟେଷ୍ଟ କ୍ରିକେଟରେ ୧୯୯କୁ ଅନଲକି ନମ୍ବର କୁହାଯାଏ। କାରଣ ବିଶ୍ୱରେ ଏହି ସ୍କୋରରୁ ଆଗକୁ ଯାଇ ପାରିନଥିବା କ୍ରିକେଟରଙ୍କ ଲମ୍ବା ସୂଚୀ ରହିଛି। ପାକିସ୍ତାନର ମୁଦାସର ନଜର,ୟୁନୁସ ଖାନ୍, ଭାରତର ଅଝାରୁଦ୍ଦିନ ଓ ରାହୁଲ, ଅଷ୍ଟ୍ରେଲିୟାର ଷ୍ଟିଭ ସ୍ମିଥ୍, ମାଥ୍ୟୁ ଇଲିୟଟ ଓ ଷ୍ଟିଭ ୱ ଏବଂ ଇଂଲଣ୍ଡର ଇୟାନ ବେଲ ୨ଶହ ରନ୍ କରିବା ପୂର୍ବରୁ ୧୯୯ରନ୍ରେ ଅଟକି ଯାଇଛନ୍ତି।

ସେହିପରି ଜିମ୍ବାୱେ ବ୍ୟାଟସ୍ ମ୍ୟାନ୍ ଆଣ୍ଡି ଫ୍ଲାୱାର ୨୦୦୧ରେ ଓ ୨୦୧୨ରେ ଶ୍ରୀଲଙ୍କାର କୁମାର ସଙ୍ଗାକରା ଆଉଟ୍ ନ ହୋଇ ମଧ୍ୟ ୧୯୯ରନରେ ପରବର୍ତ୍ତି ଗୋଟିଏ ରନ୍ ଯୋଡି ନପାରି ନିରାଶ ହୋଇଛନ୍ତି। ତେବ ଏହା ପୂର୍ବରି କେ.ଏଲ. ରାହୁଲଙ୍କ ସର୍ବାଧିକ ସ୍କୋର ୧୫୮ ରନ୍ ରହିଛି। ଜୁଲାଇ ୨୦୧୬ରେ ସେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଏହିସ୍କୋର କରିଥିଲେ।