କରଣ ଜୋହରଙ୍କ ଶୋ’ରେ କ୍ରିକେଟ ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍ ରାହୁଲ୍ କହିଲେ ସେକ୍ସ ଲାଇଫ କଥା, ଜାଣନ୍ତୁ କଣ

Published By : Prameya-News7 Bureau | January 08, 2019 IST

ମୁମ୍ବାଇ ୮/୧: ଭାରତୀୟ ଟିମ୍ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତି ମହାନ୍ ଉପଲବ୍ଧି ହାସିଲ କରିଛି। ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଟିମ୍ ଇତିହାସ ରଚିଛି। ଅନ୍ୟ ପଟେ କେତେକ ଭାରତୀୟ ଖେଳାଳି ମିଡିଆର ଚର୍ଚ୍ଚାରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେ.ଏଲ୍ ରାହୁଲ୍ ଆଜିକାଲି ଏକ ଟିଭି ଶୋ ଯୋଗୁଁ ଚର୍ଚ୍ଚାରେ ଅଛନ୍ତି।

wp:gallery {"ids":[71635]} /wp:gallery

କରଣ ଜୋହରଙ୍କ ଚ୍ୟାଟ୍ ଶୋରେ କେ.ଏଲ୍ ରାହୁଲ୍ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଆସିଥିଲେ। ସେମାନେ ତାଙ୍କ ବ୍ୟକ୍ତିଗତ ଜୀବନର ଅନେକ ଗୁମର ଖୋଲିଥିଲେ ଏବଂ ଗୁପ୍ତକଥା କହିବାରେ ସେମାନଙ୍କ ମଧ୍ୟରେ ସର୍ତ୍ତ ଲାଗିଥିଲା। ଏହି ୨ଜଣ ଖେଳାଳୀ ଆଲୋଚନାରେ ଏତେ ମସଗୁଲ୍ ହୋଇଯାଇଥିଲେ ଯେ ସେକ୍ସ ଲାଇଫ କଥା ମଧ୍ୟ କହିଦେଇଥିଲେ।

wp:gallery {"ids":[71636]} /wp:gallery

କରଣ ଜୋହର କେଏଲ୍ ରାହୁଲଙ୍କୁ ପଚାରିଥିଲେ ଯେ ତାଙ୍କ ଜୀବନର ସବୁଠୁ ଲଜ୍ଜାକର ମୁହୂର୍ତ୍ତ କେଉଁଟା ଥିଲା? ଏଥିରେ ରାହୁଲ୍ ଦ୍ବିଧା କରି କହିଥିଲେ ଯେ ଥରେ ତାଙ୍କ ମାଆଙ୍କୁ ତାଙ୍କ ରୁମରୁ କଣ୍ଡୋମ୍ ମିଳିଥିଲା। ଏହା ଦେଖି ତାଙ୍କ ମାଆ ଅତ୍ୟନ୍ତ ରାଗିଯାଇଥିଲେ। ରାହୁଲଙ୍କୁ ମଧ୍ୟ ଲାଜ ଲାଗିଥିଲା।

wp:gallery {"ids":[71637]} /wp:gallery

ମାଆ ଏହି କଥା ବାପାଙ୍କୁ ଜଣାଇଥିଲେ ଏବଂ ରାହୁଲଙ୍କୁ ଗାଳି କରିବାକୁ କହିଥିଲେ। ବାପା ବହୁତ ଗାଳି କରିଥିଲେ। କିନ୍ତୁ ପରେ ଅତ୍ୟନ୍ତ ପ୍ରଶଂସା କରିଥିଲେ କାରଣ ସେ ସୁରକ୍ଷିତ ଯୈାନ ସମ୍ପର୍କ ସ୍ଥାପନ କରୁଛନ୍ତି।

କେ.ଏଲ୍ ରାହୁଲଙ୍କ କଥା ଶୁଣି ହାର୍ଦ୍ଦିକ ମଧ୍ୟ ଜୋଶରେ ଆସିଯାଇଥିଲେ ଏବଂ ସେ ମଧ୍ୟ ଏପରି ଏକ ଘଟଣା ବଖାଣିଥିଲେ। ସେ କହିଥିଲେ ସେ ତାଙ୍କ ବାପା ମାଆଙ୍କୁ କହିଦିଅନ୍ତି ଯେ ଆଜି ସେ ସମ୍ପର୍କ ସ୍ଥାପନ କରି ଆସିଛନ୍ତି। ଏହି କଥା ଶୁଣି କରଣ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ବିଶ୍ବାସ ହୋଇନଥିଲା ଯେ ହାର୍ଦ୍ଦିକ ତାଙ୍କ ବାପା ମାଆଙ୍କ ସହ ଏତେ ନିକଟତର ବୋଲି।

wp:gallery {"ids":[71638]} /wp:gallery

ହାର୍ଦ୍ଦିକ ନିଜ ପାଠପଢ଼ା ବିଷୟରେ ମଧ୍ୟ କହିଥିଲେ ଯେ ସେ ନବମ ଶ୍ରେଣୀ ଯାଏଁ ପଢ଼ିଛନ୍ତି। କାରଣ ସେ ପାଠକୁ ଏତେ ଗୁରୁତ୍ବ ଦେଇନଥିଲେ।

wp:gallery {"ids":[71641]} /wp:gallery

ଏହିପରି ଅନେକ କଥା ହାର୍ଦ୍ଦିକ ଏବଂ କେଏଲ୍ ରାହୁଲ୍ କରଣଙ୍କୁ ସେୟାର କରିଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.