ଏନଆଇଆଇଟି ୟୁନିଭର୍ସିଟିର ମୁଖ୍ୟ ହେଲେ କେ. କସ୍ତୁରୀ ରଙ୍ଗନ

Published By : Prameya-News7 Bureau | November 23, 2019 IST

ନିମରାନା : ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ପୂର୍ବତନ ଚେୟାରମ୍ୟାନ କେ.କସ୍ତୁରୀରଙ୍ଗନ ଏନଆଇଆଇଟି ୟୁନିଭର୍ସିଟି (ଏନୟୁ)ର ନୂଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ନିମରାନାରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ଏକାଦଶତମ ବାର୍ଷିକ ବାଖ୍ୟାନ ଅବସରରେ କସ୍ତୁରୀ ରଙ୍ଗନଙ୍କ ନୂଆ ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ପୂର୍ବତନ ସାଂସଦ ଡା. କରଣ ସିଂହଙ୍କ ସ୍ଥାନରେ କସ୍ତୁରୀ ଏବେ ରଙ୍ଗନ କାର୍ଯ୍ୟ କରିବେ।

୧୯୯୪ରୁ ୨୦୦୩ ମସିହା ପର୍ଯ୍ୟନ୍ତ କସ୍ତୁରୀ ରଙ୍ଗନ ଇସ୍ରୋର ମୁଖ୍ୟଥିଲେ। ତାଙ୍କୁ ଶିର୍ଷ ନାଗରିକ ସମ୍ମାନ ପଦ୍ମଭୂଷଣରେ ମଧ୍ୟ ସମ୍ମାନୀତ କରାଯାଇଛି। ଅତୀତରେ ସେ ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୂଳପତିବି ଥିଲେ। କାର୍ଯ୍ୟକ୍ରମ ଅବସରରେ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ତଥା ଅଧ୍ୟକ୍ଷ ରାଜେନ୍ଦ୍ର ଏସ.ପାୱାର ବିଶ୍ୱବିଦ୍ୟାଳୟର ପ୍ରାରମ୍ଭିକ ଦିନମାନଙ୍କରେ ଶିକ୍ଷଣାନୁଷ୍ଠାନର ମାର୍ଗଦର୍ଶନ ଲାଗି ଡା. କରଣ ସିଂହଙ୍କ ନିକଟରେ ନିଜର ତଥା ଅନୁଷ୍ଠାନର କୃତଜ୍ଞତା ଜ୍ଞାପନ କରିଥିଲେ। ଦୀର୍ଘ ୧୦ ବର୍ଷ ଧରି କରଣ ସିଂହ ବିଶ୍ୱବିଦ୍ୟାଳୟର ପ୍ରମୁଖ ଦାୟିତ୍ୱ ତୁଲାଇଛନ୍ତି।  

ତେବେ ବିଶ୍ୱବିଦ୍ୟାଳୟକୁ କସ୍ତୁରୀ ରଙ୍ଗନଙ୍କ ମାର୍ଗଦର୍ଶନ ନୂଆ ଦୃଷ୍ଟିକୋଣ ଦେବ ବୋଲି ପାୱାର ଆଶାବ୍ୟକ୍ତ କରିବା ସହ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ୨୦୦୯ ମସିହାରେ ଏନଆଇଆଇଟି ବିଶ୍ୱବିଦ୍ୟାଳୟର ସ୍ଥାପନା ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.