Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିବେ ଜ୍ୟୋତିରାଦିତ୍ୟା ସିନ୍ଧିଆ, ଦ୍ବନ୍ଦରେ କଂଗ୍ରେସ, ଶେଷ ପର୍ଯ୍ୟାୟରେ ବଦଳାଇ ପାରନ୍ତି ନିଷ୍ପତ୍ତି!

13/03/2020 at 9:40 AM

ନୂଆଦିଲ୍ଲୀ୧୩/୩: ବିଜେପିରେ ନୂତନ ଭାବେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଶୁକ୍ରବାର ଅର୍ଥାତ ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ। ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ୫୫ ରାଜ୍ୟସଭା ଆସନର ନାମାଙ୍କନ ଭରିବାର ଆଜି ହେଉଛି ଶେଷ ତାରିଖ। ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ସିନ୍ଧିଆ ଭୋପାଳରେ ନାମାଙ୍କନ ପତ୍ର ଦାଖଲ କରିବେ। ଗତ ଗୁରୁବାର ଜ୍ୟୋତିରାଦିତ୍ୟା ଭୋପାଳରେ ପହଞ୍ଚିଥିଲେ। ବିଜେପି କର୍ମୀମାନେ ତାଙ୍କୁ ଜୋରଦାର ସ୍ବାଗତ କରିବା ସହ ଶିବରାଜଙ୍କ ଘରେ ରାତ୍ର ଭୋଜନ କରିଥିଲେ। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ମଧ୍ୟ ହେଉଛି। ମଧ୍ୟାହ୍ନ ୨ଟା ବିଧାନସଭାରେ ଜ୍ୟୋତିରାଦିତ୍ୟ ନାମାଙ୍କନ ଭରିବେ। ଦିନ ୧୨ଟାରେ ଜ୍ୟୋତିରାଦିତ୍ୟ ବିଧାନସଭା ଅଭିମୁଖେ ବାହାରିବେ। ବିଜେପିରେ କାର୍ଯ୍ୟାଳୟରେ ପହଞ୍ଚିବା ପରେ ନାମାଙ୍କନ ଦାଖଲ କରିବେ।

ମଧ୍ୟପ୍ରଦେଶ ରାଜନୀତିରେ ଶୀତଳ ଯୁଦ୍ଧ ଲାଗି ରହିଛି। ଠିକ୍ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଜ୍ୟୋତିରାଦିତ୍ୟ ଦଳ ବଦଳ କରି ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି।  ବିଜେପିରେ ମିଶିବା ମାତ୍ରେ ଜ୍ୟୋତିରାଦିତ୍ୟଙ୍କୁ ରାଜ୍ୟସଭା ପାଇଁ ବିଜେପି ମନୋନୀତ କରିଛି। ଏହା ବ୍ୟତୀତ ରାଜ୍ୟସଭା ପାଇଁ ସୁମେର ସିଂ ସୋଲଙ୍କିଙ୍କୁ ବି ମୌକା ଦିଆଯାଇଛି। ସେହିପରି କଂଗ୍ରେସ ମଧ୍ୟ ଦିଗ୍‌ବିଜୟ ସିଂହ ଓ ଫୁଲ ସିଂ ବରିୟାଙ୍କୁ ମଧ୍ୟ ରାଜ୍ୟସଭା ପାଇଁ ମନୋନୀତ କରିଛି। ଗତ ଗୁରୁବାରରେ କଂଗ୍ରେସ ତାର ରାଜ୍ୟସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି।

କୁହାଯାଇଛି କି, ଶେ​‌ଷ ସମୟରେ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ପରିବର୍ତ୍ତନ କରିପାରେ। ଗୁଜୁରାଟରୁ ରାଜୀବ ଶୁକ୍ଳାଙ୍କୁ ରାଜ୍ୟସଭାକୁ ମନୋନୀତ କରି ପାରିନ୍ତି। ସେହିପରି ହରିୟାଣାର ଦିପେନ୍ଦ୍ର ଡୁଡ୍ଡାଙ୍କୁ ମଧ୍ୟ ରାଜ୍ୟସଭା ପାଇଁ ମନୋନୀତ କରାଯାଇଛି। ଏହି ପରିପେକ୍ଷୀରେ କୁମାର ଶୌଲଜା ଓ ରଣଦୀପଙ୍କୁ ଝଟକା ଲାଗି ପାରେ।

   Related Posts