କଂଗ୍ରେସ ଛାଡିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ମୋଦୀଙ୍କୁ ଭେଟିବା ପରେ ସୋନିଆଙ୍କୁ ପଠାଇଲେ ଇସ୍ତଫା ପତ୍ର

Published By : Prameya-News7 Bureau | March 10, 2020 IST

ନୂଆଦିଲ୍ଲୀ, ୧୦|୦୩:    ହୋଲିରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି। ନାନା ଚର୍ଚ୍ଚା ଆଲୋଚନା ପରେ ମଧ୍ୟପ୍ରଦେଶରେ କଂଗ୍ରେସର ଟାଣୁଆ ନେତା ତଥା ରାହୁଲ ଗାନ୍ଧୀଙ୍କ ଘନିଷ୍ଠ କୁହାଯାଉଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଇସ୍ତଫା ପ୍ରଦାନ କରିଛନ୍ତି। ସେ ନିଜ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି।

ମଙ୍ଗଳବାର ସକାଳେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମେୀଦଙ୍କ ବାସଭବନରେ ବୈଠକ କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଏଙି ବୈଠକ ଚାଲିଥିଲା। ଏହାପରେ ସିନ୍ଧିଆ ଓ ଶାହ ଏକାଠି ଗୋଟିଏ ଗାଡିରେ ବାହାରକୁ ବାହାରିଥିଲେ। ଏହାପରେ ହିଁ ସିନ୍ଧିଆ ବିଜେପିରେ ଯୋଗଦେବେ ବୋଲି ଆଭାସ ମିଳିଥିଲା।

{"id":235933,"width":757,"height":1009,"sizeSlug":"large"}

ଏହି ବୈଠକ ପରେ ସିନ୍ଧିଆ ବିଜେପିରେ ସାମିଲ ହେବେ ବୋଲି କୁହାଯାଉଛି। ତାଙ୍କୁ କଂଗ୍ରେସରେ ଯେଉଁ ସମ୍ମାନ ମିଳୁଥିଲା, ବିଜେପିରେ ମଧ୍ୟ ସେହି ସମ୍ମାନ ମିଳିବ ବୋଲି କୁହାଯାଉଛି। ତାଙ୍କୁ ରାଜ୍ୟସଭାରୁ ସାଂସଦ କରିବା ସହ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ଦିଆଯିବ ବୋଲି ମଧ୍ୟ ବିଜେପି ସୂତ୍ରରୁ ଖବର ଆସିଛି। କ୍ୟାବିନେଟ୍ ବିସ୍ତାରରେ ତାଙ୍କୁ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି କୁହାଯାଉଛି।

ଏହାପରେ ମଧ୍ୟପ୍ରଦେଶରେ କମଲନାଥଙ୍କ ସରକରା ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଆଜି ହିଁ ଦଳର ଅସନ୍ତୁଷ୍ଟ ବିଧାୟକ ବାଚସ୍ପିତଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି କୁହାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.