Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ସଚିନ ପାଇଲଟ୍‌ଙ୍କୁ ଗ୍ଵାଲିୟରରେ ସ୍ଵାଗତ କଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦୁଇ ଦଳ ଦୁଇ ନେତା, ସଂପର୍କ ଏମିତିକୁ ନେଇ ରାଜନୀତି ଚର୍ଚ୍ଚା

27/10/2020 at 9:30 PM

ଭୋପାଳ ୨୭।୧୦: ବିହାର ବିଧାନସଭା ନିର୍ବାଚନ ସହିତ ମଧ୍ୟ ପ୍ରଦେଶରେ ମଧ୍ୟ ଉପ ନିର୍ବାଚନ ହେଉଛି। ରାଜ୍ୟରେ ପ୍ରଚାର ଅଭିଯାନ ଜୋରସୋରରେ ଚାଲିଛି। ନିର୍ବାଚନ ପ୍ରଚାରରେ କଂଗ୍ରେସର ବରିଷ୍ଠ ନେତା ସଚିନ ପାଇଲଟ୍ ମଧ୍ୟ ପ୍ରଦେଶ ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ପାଇଲଟ୍‌ଙ୍କୁ ଗ୍ଵାଲିୟରରେ ସ୍ଵାଗତ ଜଣାଇଛନ୍ତି।

ସେ ମଙ୍ଗଳବାର କହିଛନ୍ତି, ସେ ନିଜର ପୂର୍ବ ସହଯୋଗୀ ତଥା ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ୍‌ଙ୍କୁ ଗ୍ଵାଲିୟରରେ ସାକ୍ଷାତ କରିଛି ଏବଂ ଉପ ନିର୍ବାଚନରେ ପ୍ରଚାର ପାଇଁ ମଧ୍ୟ ପ୍ରଦେଶ ଆସିବାର ସ୍ଵାଗତ କରିଛି। ପାଇଲଟ୍‌ କଂଗ୍ରେସର ପ୍ରଚାର ଅଭିଯାନରେ ସାମିଲ ହେବା ପାଇଁ ଗ୍ଵାଲିୟର-ଚମ୍ବଲ କ୍ଷେତ୍ରରେ ଦୁଇ ଦିନିଆ ଗସ୍ତରେ ମଙ୍ଗଳବାର ସକାଳେ ଗ୍ଵାଲିୟର ପହଞ୍ଚିଛନ୍ତି।

ଗତ ବର୍ଷ ମାର୍ଚ୍ଚରେ କଂଗ୍ରେସ ଛାଡି ବିଜେପିରେ ସାମିଲ ସିନ୍ଧିଆ କହିଛନ୍ତି, ମୁଁ ପାଇଟଲଙ୍କୁ ଗ୍ଵାଲିୟରରେ ଭେଟ କଲି ଏବଂ ତାଙ୍କୁ ସ୍ଵାଗତ ଜଣାଇଲି। ଗ୍ଵାଲିୟର ରାଜପରିବାରର ବଂଶଜ ସିନ୍ଧିଆ କହିଛନ୍ତି ମଧ୍ୟ ପ୍ରଦେଶରେ ସମସ୍ତଙ୍କୁ ସ୍ଵାଗତ କରିବାର ପରମ୍ପରା ରହିଛି, ଏଥିପାଇଁ ପାଇଲଟ୍‌ଙ୍କୁ ମୋର ସ୍ଵାଗତ। କଂଗ୍ରେସ ପକ୍ଷରୁ ପାଇଲଟ୍‌ ପ୍ରଚାର କଲେ ଉପ ନିର୍ବାଚନରେ କଣ ପ୍ରଭାବ ପଡିବ ପ୍ରଶ୍ନର ଉତ୍ତରରେ ସିନ୍ଧିଆ କହିଛନ୍ତି ଗଣତନ୍ତ୍ରରେ ସମସ୍ତଙ୍କୁ ପ୍ରଚାର କରିବାର ଅଧିକାର ରହିଛି।

ଉଲ୍ଲେଖନୀୟ ମଧ୍ୟ ପ୍ରଦେଶରେ ୨୮ ବିଧାନସଭା ଆସନରେ ହେଉଥିବା ଉପ ନିର୍ବାଚନରେ ନଭେମ୍ଵର ୩ରେ ମତଦାନ ହେବାକୁ ଯାଉଛି। ଫଳାଫଳ ନଭେମ୍ଵର ୧୦ରେ ପ୍ରକାଶ ପାଇବ। ରାଜସ୍ଥାନରେ ରାଜନୈତିକ ସଙ୍କଟ ପୂର୍ବରୁ ପାଇଲଟ୍‌ଙ୍କ ସହ ସାକ୍ଷାତ ଉପରେ ହୋଇଥିବା ପ୍ରଶ୍ନର ଉତ୍ତରରେ ସିନ୍ଧିଆ କହିଛନ୍ତି, ମୁଁ କଂଗ୍ରେସର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଟିପ୍ପଣୀ କରିବାକୁ ଚାହୁଁନାହିଁ।

   Related Posts